logo
add image
ସହକାରୀ କୃଷି ଅଧିକାରୀଙ୍କ ବିୟୋଗ

ସହକାରୀ କୃଷି ଅଧିକାରୀଙ୍କ ବିୟୋଗ

ସୁବର୍ଣ୍ଣପୁର/୨୬/୦୩/୨୦୨୨ / ( ନ୍ୟୁଜ-ଆଧାର ଓଡିଶା) ସୋନପୁର ସହର ଗୋକର୍ଣ୍ଣେଶ୍ୱର ପଡ଼ା ନିବାସୀ ଶ୍ରୀ ତାପସ ରଞ୍ଜନ ପଣ୍ଡା ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକରେ ସହକାରୀ କୃଷି ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ l ସେ କାମଳ ( ଜଣ୍ଡିସ ) ରୋଗରେ ଆକ୍ରାନ୍ତ ହୋଇ 20 ଦିନ ତଳେ ଭୁବନେଶ୍ୱର ସ୍ଥିତ ସମ ଅଲଟିମେଟ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ l ଗତକାଲି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି l ମୃତ୍ୟୁ ସମୟରେ ତାଙ୍କର ପିତା ରମେଶ ଚନ୍ଦ୍ର ପଣ୍ଡା, ମା, ବଡ ଭଉଣୀ, ସାନ ଭଉଣୀ, ଶାଶୁ, ଶ୍ଵଶୁର, ପିଉସା, ପିଉସୀ ସହ ସ୍ତ୍ରୀ ଓ ଅଢେଇ ବର୍ଷର ଶିଶୁ ପୁତ୍ର ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗ ଦ୍ୱାରଠାରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଥିଲା।ତାଙ୍କର ବଡ଼ଭାଇ ମୁଖାଗ୍ନି ଦେଇଥିଲେ। l ସେ ଜଣେ ଦକ୍ଷ କର୍ମଚାରୀ ତଥା ଭଦ୍ର, ସରଳ ଓ ଅମାୟିକ ବ୍ୟକ୍ତି ଥିଲେ l ତାଙ୍କର ମୃତ୍ୟୁ ଖବରରେ ସୋନପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି l                                       (ରିପୋର୍ଟ-ଆଧାର ଓଡିଶା)            

Recent Comments

Leave Comments

Top