ଯୋଡ଼ା/ ୧୪/୧୨/୨୦୨୩/ (ଆଧାର ମିଡ଼ିଆ) କେନ୍ଦୁଝର ଜିଲ୍ଲା ଖଣି ପ୍ରବଳ ଅଞ୍ଚଳ ହେବାସ୍ଵତେ ଏଠାରେ ସ୍ଥାନୀୟ ବାସିନ୍ଦା ନିଜ ଜୀବନକୁ ବଞ୍ଚାଇବାକୁ ସର୍ବଦା ସଂଘର୍ଷ କରିଥାଏ। ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ବ ନେବାପରେ ମଧ୍ୟ ଲୋକଙ୍କ ସ୍ଥିତି ବଦଳି ପାରିଲା ନାହିଁ। କୌଣସି ଲୋକର ଦେହ ଅସୁସ୍ଥ ହେଲେ ସେ ସରକାରୀ ଚିକିତ୍ସାଳୟ ଉପରେ ନିର୍ଭର କରିଥାଏ କିନ୍ତୁ ସେଠାକୁ ଯାଇମଧ୍ୟ ବହୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିଥାଏ। ଏହିଭଳି ଏକ ଘଟଣା କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାରେ ଥିବା କାମରଯୋଡ଼ା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି। ଏଠାରେ ରୋଗୀ ସର୍ବଦା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଦେଖିବା ସମୟ ସକାଳ ୮:୦୦ ଘଟିକାରୁ ୧:୦୦ ଘଟିକା ପର୍ଯ୍ୟନ୍ତ ଓ ଅପରାହ୍ନ ୩:୦୦ ଘଟିକାରୁ ସନ୍ଧ୍ୟା ୫:୦୦ ଘଟିକା ପର୍ଯ୍ୟନ୍ତ ବୋର୍ଡରେ ପ୍ରାଞ୍ଜଳ ଭାବରେ ଲେଖା ହୋଇଥିଲା ବେଳେ ସେହି ସ୍ବାସ୍ଥ୍ୟକେନ୍ଦ୍ର ଜଗୁଆଳି ମାନେ କୁହନ୍ତି ଡାକ୍ତର ୧୦:୦୦ ଘଟିକାରେ ଆସିବେ। ରୋଗୀମାନେ ତାଙ୍କର ଚିକିତ୍ସା ନିମନ୍ତେ ସକାଳ ୮:୦୦ ଘଟିକାରେ ଆସି ସେଠାରେ ଅପେକ୍ଷା କରିଥାନ୍ତି. କିନ୍ତୁ ଡାକ୍ତରଙ୍କୁ ଦେଖେଇବା ପୂର୍ବର ରୋଗିକୁ ସରକାରୀ ନିୟମ ଅନୁଯାୟୀ ଗୋଟିଏ ଟିକେଟ କରିବାକୁ ପଡ଼ିଥାଏ. ସେହି ଟିକେଟକୁ ରୋଗୀ ମାନକୁ ଦେବାପାଇଁ ଗୋଟିଏ କର୍ମଚାରୀ ମଧ୍ୟ ସେଠାରେ ନିଯୁକ୍ତି ହୋଇଥାଏ। ଯେତେବେଳେ ରୋଗୀ ସେହି ଟିକେଟ କକ୍ଷକୁ ଟିକେଟ କାଟିବାକୁ ଯାଏ ସେଠାରେ ଉକ୍ତ କର୍ମଚାରୀ ନିଜ କାମଛାଡି ଥଣ୍ଡାଯୋଗୁଁ ବାହାରେ ତାଙ୍କର ଅନ୍ୟ କର୍ମଚାରୀ ମାନଙ୍କ ସହିତ ଖରାର ଖଟି କରୁଥାନ୍ତି ଓ ସେମାନଙ୍କୁ ଡାକିଲା ପରେ ଯାଏ ସେମାନେ ଆସନ୍ତି। ଏହିଭଳି ଭାବରେ ସେଠାରେ ଥିବା ପରୀକ୍ଷାଗାର, ୱାର୍ଡ ଓ ଟିକେଟ କାଉଣ୍ଟରର କର୍ମଚାରୀମାନେ ନିଜ କାମଛାଡି ଖଟି କରିଥାନ୍ତି. ଯାହାଫଳରେ ଆସିଥିବା ରୋଗୀମାନେ ତାଙ୍କୁ ନପାଇ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି। ବାକି ଦେଖିବାକୁ ରହିଲା ଏହି କର୍ମଚାରୀ ମାନେ କେବେ ରୋଗୀମାନଙ୍କ ପାଇଁ ସଜାଗ ହେବେ।
Recent Comments