ସୁବର୍ଣ୍ଣପୁର/୧୨/୧୨/୨୦୨୩/ (ଆଧାରମିଡ଼ିଆ) ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସ୍ଥାନୀୟ ଜିଲ୍ଲା ତାଲିମ ପ୍ରକୋଷ୍ଠରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା.ଦୈତ୍ୟ ନାରାୟଣ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଦିବସ ପାଳିତ ହୋଇ ଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା.ମନୋଜ କୁମାର ଅଦାବର ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଟିବି ଓ କୁଷ୍ଠ ) ଡ଼ା. ମଞ୍ଜୁରାଣୀ ସିଂ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ବିଶ୍ୱମ୍ବର ବେହେରା,ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ଓ ଅଣ ସଂକ୍ରାମକ ରୋଗ ସଂଯୋଜକ ଗୀତାଞ୍ଜଳି ମେହେର ପ୍ରମୁଖ ମଞ୍ଚାସିନ ଥିଲେ I ଅତିଥି ବୃନ୍ଦ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଦିବସ ପାଳନ କରିବାର ତାତ୍ପର୍ଯ୍ୟ ଓ ଗୁରୁତ୍ୱ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି ପ୍ରତିଷେଧକ, ପ୍ରତିବର୍ଦ୍ଧକ ଓ ପ୍ରତିକାରାତ୍ମକ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ସମସ୍ତଙ୍କ ପାଇଁ,ସବୁ ସମୟରେ,ସବୁଠାରେ ଓ ସହଜରେ ଉପଲବ୍ଧ କରାଇବା ସେ ଦିଗରେ ପ୍ରବର୍ତ୍ତାଇ ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିବାରେ ସହାୟକ ହୋଇ ପାରିବ I ଏ ବର୍ଷର ସ୍ଲୋଗାନ ହେଲା "ସଭିଙ୍କ ପାଇଁ ସ୍ୱାସ୍ଥ୍ୟ ସେବା - ପଦକ୍ଷେପର ସମୟ ଏବେ I " Best Performing Health & welness centre ଭାବରେ ଡୁଙ୍ଗୁରିପାଲି ବ୍ଲକର ଚେରୁପାଲି ଓ ତରଭା ବ୍ଲକର ବଡ଼ଭଇଁରୋକୁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ପୁରସ୍କୃତ କରାଯାଇଥିଲା I ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ତଥ୍ୟ ପରିଚାଳକ ପ୍ରଦୀପ ସାହୁ ଓ ଆଶା ସହପରିଚାଳକ ତରଣୀସେନ ପଧାନ ସହଯୋଗ କରିଥିଲେ I ସଭାରେ RARE NGO ସଂସ୍ଥାର କର୍ମକର୍ତ୍ତା, ସୁବର୍ଣ୍ଣପୁର ନର୍ସିଂ ସ୍କୁଲଶିକ୍ଷକ ଓ ଛାତ୍ରଛାତ୍ରୀ ସିଏଚଓ, ସ୍ୱାସ୍ଥ୍ୟକର୍ମୀ (ପୁରୁଷ /ମହିଳା )ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ, ଆଶା ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ I ଶେଷରେ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I
Recent Comments