logo
add image
ବିଦ୍ୟୁତ ଉପଖଣ୍ଡ ଅଧିକାରୀ କାର୍ଯ୍ୟଳୟଠାରେ ରକ୍ତଦାନ ଶିବିର.

ବିଦ୍ୟୁତ ଉପଖଣ୍ଡ ଅଧିକାରୀ କାର୍ଯ୍ୟଳୟଠାରେ ରକ୍ତଦାନ ଶିବିର.

ବିନିକା/ (ଆଧାର ମିଡ଼ିଆ) ବିନିକା ବିଦ୍ୟୁତ ଉପଖଣ୍ଡ ଅଧିକାରୀ କାର୍ଯ୍ୟଳୟ ଓ  ବିଦ୍ୟୁତ ଉପଖଣ୍ଡ ୪ଟି ସେକସନ ସମସ୍ତ କର୍ମଚାରୀ ଏବଂ ସମ୍ବାଦ ଆମ ଓଡ଼ିଶା ମିଲିତରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଯାଇଛି. ବିଦ୍ୟୁତ ଉପଖଣ୍ଡ ଅଧିକାରୀ କାର୍ଯ୍ୟଳୟ ପରିସରରେ ବିନିକା ବିଦ୍ୟୁତ ଉପଖଣ୍ଡ ଅଧିକାରୀ ଦିପକ କୁମାର ବେହେରାଙ୍କ ନେତୃତ୍ବରେ ଏକ  ସ୍ବେଚ୍ଚାକୃତ ରକ୍ତଦାନଶିବରରେ ୨ ଜଣ ମହିଳାଙ୍କ   ସମେତ ମୂଖ୍ୟବକ୍ତା, ସମ୍ମାନିତ ଅତିଥି ଓ ଆୟୋଜକ ସମେତ ୪୫ ୟୁନିଟ ସଂଗ୍ରହ  ହୋଇଥିଲା. ବିଦ୍ୟୁତ କର୍ମଚାରୀ ମାନେ ଳୋକଙ୍କୁ ବିଦ୍ୟୃତ ସେବା ଦେବାରେ ସିମିତ ନରହି ରକ୍ତଦାନ ଭଲି ମହତ କାମକରି ଅଞ୍ଚଳରେ ଉଦାହରଣ ସୃଷ୍ଟି କରିଛନ୍ତି. ଏଥିପାଇଁ ଅଞ୍ଚଳ ଜନସା୍ଧାରଣ  ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ସାଧୁବାଦ ଜଣାଇବା ସହ ଆଗକୁ ଏହିପରି ମହତ କାମରେ ମନ ଦେବାକୁ ମତ ପ୍ରକାଶ କରିଛନ୍ତି. ବିନିକା ବିଦ୍ୟୁତ ଉପଖଣ୍ଡ ଅଧିକାରୀ  ଶ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଶିବିରରେ ବଲାଙ୍ଗିର ବିଦ୍ୟୁତବିଭାଗ ଡ଼ିଷ୍ଟିବ୍ୟୁସନ୍ ଏସ୍ଇ ଆଶିଷ କୁମାର ପଣ୍ଡା ମୂଖ୍ୟ ଅତିଥି, ବଲାଙ୍ଗିର ବିଦ୍ୟୁତ ବିଭାଗ  ଏସଇ ଅନିଳ କୁମାର ପାତ୍ର ମୂଖ୍ୟବକ୍ତା, ସୋନପୁର ବିଦ୍ୟୁତ ବିଭାଗ ନିର୍ବାହି ଯନ୍ତ୍ରୀ ଅଶୋକ କୁମାର ମିଶ୍ର .ବିଦ୍ୟୁତ ବିଭାଗ ସୋନପୁର ସେକସନ ଜେଇ ବାଳମୁକୁନ୍ଦ ବିଶ୍ୱାଳ ,ବିଦ୍ୟୁତ ବିଭାଗ ଏସ ରାମପୁର-ସେକସନ ଜେଇ  ସତ୍ୟଜିତ ମହାନ୍ତି ,ବିଦ୍ୟୁତ ବିଭାଗ ଚେରୁପାଲି ସେକସନ ଜେଇ ଧର୍ମବିର ସାହୁ,ବୁଲ୍ଲା ରକ୍ତଭଣ୍ଡାର ଜୁନିୟିର ଲେପ ଟେକ୍ନିସିୟେନ ଦେବାଶିଷ ମିଶ୍ର, ପ୍ରମୁଖ ସମ୍ମାନିତ ଅତିଭାବରେ ଯୋଗଦେଇ ରକ୍ତଦାନ ଭଳି ମହତ କାର୍ଯ୍ୟ କରି ଦେଖାଇ ଥିବାରୁ ବିଦ୍ୟୁତ କର୍ମ ଚାରୀଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ.ବିନିକା ବିଦ୍ୟୁତ ସେକସନ ଜେଇ ଅଜିତ କୁମାର ମହାପାତ୍ର  ଅତିଥି ପରିଚୟ ପ୍ରଧାନ କରିଥିଲେ. ସୁଶିଲ କୁମାର ଦାଶ ମଞ୍ଚ ପରିଚାଳନା କରିଥିଲେ. ମହାଦେବପାଲି ସେକସନ ବିଦ୍ୟୁତ ବିଭାଗ ଜେଇ ଯନ୍ତ୍ରୀ  ବିଜୟ କୁମାର ମୁଣ୍ଡାରୀ ଧନ୍ୟବାଦ ଅର୍ପଣ କରିଥିଲେ. ଏଥିରେ ବିଦ୍ୟୁତ ବିଭାଗ ଅନିଲ କୁମାର ପାତ୍ର, ରବିନ୍ଦ୍ର ରଣା, ଟିକୁନ ମହାଲିଙ୍ଗ ସମିର ପଧାନ, ଆୟୁଷ ପଟ୍ଟନାୟକ , ନିହାର ପଣ୍ଡା, ହରିହର ପଧାନ, ପପୁନ ବାରିକ, ବଲରାମ ନାୟକ, ପ୍ରଦୁଷ ସ୍ବାଇଁ,କୈଲାସ ବରିହା, ସୁନିଲ କୁମାର ସାହୁ, ହେମନ୍ତ ଖେତି, ବିକାଶ ପଧାନ, ପ୍ରମୋଦ ସେଟ୍,ରିପୁନ ବାରିକ, ରୋହିତ ଛତ୍ରିଆ, ଟୁପେଶ୍ବର ମାଝି, ରଞ୍ଜନ ମୁଦୁଲି,ରଞ୍ଜନ ମୁଦୁଲି, ଅଭିଶେଖ ସାହୁ, ପ୍ରାଣବନ୍ଧୁ ବିଶି, ସୁରଜ ପାତ୍ର,ସସ୍ମିତା ସାହୁ,ସନ୍ଧ୍ୟାରାଣୀ ରଣା,ଅଭିଜିତ ସୃତି କମିଟି କୋଷାଧକ୍ଷ  ଅର୍ଚ୍ଚନା ପୂଜାହାରୀ ,ସୋମିତ୍ରି ପତୀ, ଅଭିଜିତ ସୃତି କମିଟି ସଭାପତି ପ୍ରିୟରଞ୍ଜନ ହୋତା, ଅଭିଜିତ ସୃତି କମିଟି ଉପଦେଷ୍ଟା କମିଟି ସଦସ୍ୟ ଭୁବନେଶ୍ବର ପଧାନ , ସମ୍ବାଦ ପ୍ରତିନିଧି ଅକ୍ଷୟ  କୁମାର ପୂଜାହାରୀ , ପ୍ରମୁଖ ସହଯୋଗ କରିଥିଲେ.
 

Recent Comments

Leave Comments

Top