ପଦ୍ମପୁର/ବରଗଡ/୦୨ /୧୨ /୨୩/(ଆଧାର ମିଡ଼ିଆ//ରିପୋର୍ଟ-ବିଦ୍ୟାଧର ସାହୁ)
ପଦ୍ମପୁର ସ୍ଥାନୀୟ ମହିଳା ଡିଗ୍ରୀ ମହାବିଦ୍ୟାଳୟ ପଦ୍ମପୁରର ଯୁବ ରେଡ଼କ୍ରସ ଶାଖା ଏବଂ ରେଡ଼ ରିବନ କ୍ଲବର ମିଳିତ ଉଦ୍ୟମରେ ଗତକାଲି “ବିଶ୍ଵ ଏଡ଼ସ ଦିବସ” ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କଲ୍ପନାରାଣୀ ନାଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏଇ କାର୍ଯ୍ୟକ୍ରମରେ ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ ଔଷଧ ବିଶେଷଜ୍ଞ ଡ. ଯଦୁମଣି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । AIDS ଏବଂ HIV ବିଷୟରେ ତାଙ୍କର ଅବିଭାଷଣ ସମସ୍ତଙ୍କ ପାଇଁ ସାର ଗର୍ଭକ ଥିଲା । ଛାତ୍ରୀମାନଙ୍କ ମଧ୍ୟରେ ଏହା ବିଶେଷ ସଚେତନତା ସୃଷ୍ଟି କରିବାରେ ସହାୟକ ହେବ। ଏଥିପାଇଁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଓ ଅଧ୍ୟକ୍ଷା ସାର୍ଟିଫିକେଟ ପ୍ରଦାନ କରିଥିଲେ । ପରିଶେଷରେ eds ର ସଚେତନତା ପାଇଁ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ଏକରାଲି କରଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଯୁବ ରେଡ଼କ୍ରସର କାଉନସିଲର ସୁଶ୍ରୀ ସଂଗୀତା ଗୌନ୍ତିଆ ପରିଚାଳନା କରିଥିଲେ । ଏଥିରେ ଯୁବ ରେଡ଼କ୍ରସର ଅନ୍ୟତମ କାଉନସିଲର ସୁଶ୍ରୀ କାଦମ୍ବିନୀ ପାଣିଗ୍ରାହୀ, ସ୍ଵେଚ୍ଛାସେବୀ ଛାତ୍ରୀମାନେ, ଅଧ୍ୟାପିକା, ଅଧ୍ୟାପକ ଏବଂ କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।
Recent Comments