ବୌଦ୍ଧ/୦୧/୧୨/୨୦୨୩/(ଆଧାର ମିଡ଼ିଆ// ରିପୋର୍ଟ-ଧବଳେଶ୍ଵର ମହାପାତ୍ର)
ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର +୨ ଏବଂ +୩ ବିଭାଗର ଯୁବ ରେଡକ୍ରସ ଓ ରେଡ୍ ରିବନ କ୍ଲବ ଏବଂ ନୂଆ ଓଡିଶା ଯୋଜନା ତରଫରୁ ବିଶ୍ଵ ଏଡ୍ସ୍ ଦିବସ ମହl ଧୁମ୍ ଧାମରେ ପାଳିତ ହୋଇଯାଇଛି l ପ୍ରଥମରେ ଛାତ୍ରଛାତ୍ରୀମାନେ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରି ନୂଆସାହି ବସ୍ତି ଅଞ୍ଚଳରେ ପହଁଚି ସେଠାରେ ସାହିର ମହିଳା ପୁରୁଷ ମାନଙ୍କୁ ସଚେତନତା ସ୍ରୁଷ୍ଟି କରିଥିଲେ l ଏହି ଶୋଭାଯାତ୍ରାକୁ ପରିଚାଳନା କରିଥିଲେ ଯୁବ ରେଡ୍ କ୍ରସ୍ ସମ୍ପାଦକ ଅଧ୍ୟାପକ ଡଃ ପ୍ରବୀର କୁମାର ଦାସ l ଏଥିରେ ସହଯୋଗ କରିଥିଲେ ଅଧ୍ୟାପକ ଡଃ ଦାଶରଥି ବିଶ୍ଵାଳ, ପ୍ରକାଶ ଚନ୍ଦ୍ର ମେହେର ଓ ଅଧ୍ୟାପିକା ଡ. ରତ୍ନପ୍ରଭା ବାରିକ ଓ ଅଧ୍ୟାପିକl ବlସନ୍ତି ପଧାନ.ତାପରେ ମହାବିଦ୍ୟାଳୟ ପଡିଆରେ ଏଜ ମାନବ ଶୃଙ୍ଖଳ ତିଆରି କରିଥିଲେ l ଶେଷରେ ଡଃ ପ୍ରବୀର କୁମାର ଦାସଙ୍କ ସଭାପତିତ୍ୟୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ସେଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଚିକିତ୍ସାଅଧିକାରୀ ଡଃ ମଦନ ମୋହନ ପ୍ରଧାନ ଯୋଗଦେଇ ଏଡସ୍ ର କାରଣ ଓ ନିରାକରଣ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ l ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସଂଯମତା ରକ୍ଷା କରିବା ସହିତ ଶୃଙ୍ଖଳିତ ହେବାକୁ ପରାମର୍ଶ ଦେଇଥିଲେ l ଅଧ୍ୟାପକ ଡ଼ ପ୍ରବୀର ଦାସ ବୌଦ୍ଧ ଜିଲ୍ଲାରେ ୭୦ରୁ ଉର୍ଦ୍ଧ ଏଡ୍ସ୍ ରୋଗୀ ଅଛନ୍ତି ବୋଲି ତଥ୍ୟ ପ୍ରଦାନ କରିବା ସହିତ ସଚେତନତା ହିଁ ଏହାର ଉପଚାର ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମରେ ୨୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ l ଶେଷରେ ଅଧ୍ୟାପିକl ରତ୍ନପ୍ରଭା ବାରିକ୍ ଧନ୍ୟବାଦ ଅର୍ପଣ କରିଥିଲେ.
Recent Comments