logo
add image
ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟରେ ପ୍ରଫେସର ବେଣୁଧର ପାଣ୍ଡେ ୬୧ଜଣ ମହିଳାଙ୍କୁ ମାଗଣା ସେବା ଯୋଗାଇଲେ.

ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟରେ ପ୍ରଫେସର ବେଣୁଧର ପାଣ୍ଡେ ୬୧ଜଣ ମହିଳାଙ୍କୁ ମାଗଣା ସେବା ଯୋଗାଇଲେ.

ବିନିକା/୨୫/୧୧/୨୦୨୩/ (ଆଧାର ମିଡ଼ିଆ))ଆଜି ଦିନ୧୦ ଘଣ୍ଟା ସମୟରେ ବିନିକା ସହର ନୂଆବଜାର ସ୍ଥିତ ରାଜ୍ୟ ସ୍ତରିୟଅଭିଜିତ ପୂଜାହାରୀ ସୃତି କମିଟି ଟ୍ରଷ୍ଟ୍ରି କାର୍ଯ୍ୟାଳୟ ପରିସରରେ ରାଜ୍ୟ ସ୍ତରିୟ ଅଭିଜିତ ପୂଜାହାରୀ ସୃତି କମିଟି ଟ୍ରଷ୍ଟ ସମ୍ପାଦକ ପ୍ରୀୟରଞ୍ଜନ ହୋତାଙ୍କ ତତ୍ୱାବଧାନରେ ଅଭିଜିତ ସୃତିକମିଟି ଟ୍ରଷ୍ଟିପକ୍ଷରୁ ବୁଲ୍ଲା ଭିମସାର ପ୍ରଫେସର ଡ଼ା ବେଣୁଧର ପାଣ୍ଡେ ବିନିକାରେ ୨୬ଜଣ ଓ ତାଙ୍କ ଜନ୍ମମାଟି ସଂସାମୁରା ଗ୍ରାମରେ ୩୫ ଜଣ ମୋଟ ୬୧ଜଣ ମହିଳା ମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଛନ୍ତି.ମାଗଣାରେ ସେବା ପାଇଥିବାରୁ ମହିଳାମାନେ ଡ଼ାକ୍ତର ହେଉଛନ୍ତି ଭବବାନ ସଦୃସ୍ୟ ଓ ଡ଼ାକ୍ତର ହେବତା ଏମିତି ବୋଲି ଆଲୋଚନା କରୁଥିଲେ.
ଦୀର୍ଘ ଗୋଟିଏ ବର୍ଷରୁ ଅଧିକ ହେବ ପ୍ରତ୍ୟକ ମାସର ଚତୁର୍ଥ ଶନିବାର ସୁଦୁର ବୁଲ୍ଲା ଭିମସାରରୁ ବିନିକା ଓ ସଂସାମୁରାକୁ ପହଞ୍ଚି ମାଗଣାରେ ମହିଲା ମାନଙ୍କୁ ମାଗଣାସେବା ଯୋଗାଇ ଦେଉଥିବାରୁ ଏପରି ମଣିଷ ମିଲିବା କୋଚିତ ବୋଲି ବୁଦ୍ଧିଜିବି ମହଲରେ ଚର୍ଚ୍ଚା ହେଉଥିଲା.ଏହିପରି କିଛି ମଣିଷ ଥିବାଦ୍ୱାରା ସମାଜ ବେପଥ ଗାମିରୁ ରକ୍ଷାପାଉଛି ବୋଲି ଆଲୋଚନା ହେଉ ଥିବା ବ୍ୟକ୍ତିଟି ହେଉଛନ୍ତି  ବିନିକା ମାଟିର ସୁଯୋଗ୍ୟ ସନ୍ତାନ ତଥା ବୁଲ୍ଲା ଭିମସାର ସ୍ତ୍ରୀ ଓ ପ୍ରସୃତି  ବିଭାଗ ପ୍ରଫେସର ଡ଼ା ବେଣୁଧରପାଣ୍ଡେ.ଦିର୍ଘବର୍ଷ ହେବ ବାପାଙ୍କ ପ୍ରେରଣାକୁ ପାଳନ କରି ନିଶୁକ୍ଳ ସେବା ଦେବାକୁ ପ୍ରତ୍ୟହ ମାସ ଚତୁର୍ଥ ଶନିବାର ଦିନ ନିଜ ମା ମାଟି ପାଇଁ ଗୋଟଏ ଦିନ ଦେବାକୁ ପ୍ରତିସୃତି ବଦ୍ଧ ବୋଲି ଡ଼ାକ୍ତର ପାଣ୍ଡେ ପ୍ରକାଶ କରିଛନ୍ତ.ବୁଲ୍ଲା ଭିମସାର ସ୍ତ୍ରୀ ଓ ପ୍ରଶୃତି  ବିଭାଗ ପ୍ରଫେସର ଡ଼ା ପାଣ୍ଡେ ବିନିକା ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟକୁ ପହଞ୍ଚି ପ୍ରଥମେ ଯୁବ ଅଭିନେତା ,କଳାକ‌ାର,ସଂଙ୍ଗୀତଜ୍ଞ ,ବାଦ୍ୟକାର ତଥା ବିନିକା ମାଟିର ସୁଯୋଗ୍ୟ ସନ୍ତାନ ସ୍ୱର୍ଗତ  ଅଭିଜିତ ପୂଜାହାରୀଙ୍କ ଫଟୋଚୀତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦିପ ପ୍ରଜ୍ୱଳନ କରି ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିଥିଲେ. ବିନିକାଠାରୁ ଚିକିତ୍ସାସାରି ନିଜ ଜନ୍ମମାଟି ବିନିକା ବ୍ଳକ ମହାଦେବପାଲି ପଞ୍ଚାୟତ ସଂସାମୁରା ଗ୍ରାମକୁ ପହଞ୍ଚି ୩୫ ଜଣ ମହିଳା ମାନଙ୍କୁ ମାଗଣା ସେବା ଯୋଗାଇ ଥିଲେ. ବିନିକା ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ବହୁତ ନ୍ୟରାସ୍ୟ ଜନକ ହୋଇ ଥିବାରୁ ପ୍ରଫେସର ଡ଼ା ପାଣ୍ଡେ ପହଞ୍ଚି ନିଶୁକ୍ଳରେ ମହିଳା ମାନଙ୍କୁ ସ୍ୱାସ୍ଥ୍ୟ  ସେବା ଯୋଗାଇ ଥିବାରୁ ଅଞ୍ଚଳରେ ଖୁସିର ଲହରି ଖେଲିବା ସହତ ଅମର ଆତ୍ମାର ସଦ୍ଗତି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା‌ କରିଥିଲେ.
ଏହି କାର୍ଯ୍ୟକ୍ରମରେ ଏଲଟି- ଅନନ୍ତ କୁମାର ଷାଣ୍ଢ ,ରାଜ୍ୟ ସ୍ତରୀୟ ଅଭିଜିତ ପୂଜାହାରୀ ସୃତି କମିଟି ଟ୍ରଷ୍ଟି କୋଷାଧକ୍ଷ ଅର୍ଚ୍ଚନା ପୂଜାହାରୀ ,ଉପଦେଷ୍ଟାକମିଟି ସଦସ୍ୟ ପ୍ରମୋଦ ପଣ୍ଡା,ଗଜେନ୍ଦ୍ର ମିଶ୍ର,ସୋମିତ୍ରୀ ପତୀ, ଅଶୋକ ପାଣ୍ଡେ ,ଭୁବନେଶ୍ୱର ପଧାନ,ନିଳମଣି ସାହୁ, ଶେଷଦେବ ମଣ୍ଡଲ, ଭୁବନେଶ୍ୱର ସାହୁ, ପ୍ରଦିପ କୁମାର ପଧାନ, କି‌ଶୋର ମେଲ୍ଲି ,ତନମୟୀ ଅଗସ୍ତି ,କୁନ୍ତି ପଧାନ,ସନ୍ତୋଷିନି ଥନାପତି ,ଅଜିତ ପୂଜାହାରୀ,ସୁବ୍ରତ ପତି,ସ୍ୱର୍ଗତ ଅଭିଜିତ ପୂଜାହାରୀଙ୍କ ଅଭାଗା ବାପା ଅକ୍ଷୟ କୁମାର ପୂଜିହାରୀ ,ମାଁ ଗୀତାଞ୍ଜଳି ପୂଜାହାରୀ ସମେତ ରାଜ୍ୟସ୍ତରିୟ ଅଭିଜିତ ପୂଜାହାରୀ  ସୃତି କମିଟି ସଦସ୍ୟ ସଦସ୍ୟା ତଥା ବିନିକା ଅଞ୍ଚଳର ମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ତିତ ରହି ସହଯୋଗ କରିଥିଲେ।

Recent Comments

Leave Comments

Top