logo
add image
ବଂଶୀଧର ଓ ଇଲପଣ୍ଡା ଫାଉଣ୍ଡେସନ ଦ୍ୱାରା ରକ୍ତଦାନ ଶିବିର

ବଂଶୀଧର ଓ ଇଲପଣ୍ଡା ଫାଉଣ୍ଡେସନ ଦ୍ୱାରା ରକ୍ତଦାନ ଶିବିର

ରାୟଗଡା/୨୪ /୧୧ /୨୦୨୩/(ଆଧାର ମିଡ଼ିଆ )ରାୟଗଡ଼ା ଜିଲ୍ଲା ଥେରୁବାଲି ଗୋପ ବନ୍ଧୁ ନଗର ସ୍ଥିତ ଇମ୍ଫା ଏମ୍ପ୍ଲୋଇଜ୍ କ୍ଲବ୍ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିଳ୍ପ ଗୋଷ୍ଠୀର ସାମାଜିକ ଦାୟିତ୍ୱବୋଧ ସଂସ୍ଥା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ୱାରା ଥେରୁବାଲି ଗୋପବନ୍ଧୁ ନଗରସ୍ଥିତ ଇମ୍ଫା ଏମ୍ପ୍ଲୋଇଜ୍ କ୍ଲବ ପରିସରରେ ଆୟୋଜିତ ହୋଇଥିବା ରକ୍ତଦାନ ଶିବିରକୁ ଇମ୍ଫାର ଉପସଭାପତି ଶ୍ରୀମାନ ଆଶିଷ କୁମାର ରାୟ , ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାୟର ବ୍ଲଡ଼ବ୍ୟାଙ୍କ ଡାକ୍ତର ହର୍ଷବର୍ଦ୍ଧନଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିବା ସହ ପ୍ରଥମେ ନିଜେ ରକ୍ତଦାନ କରିଥିଲେ। ଏବଂ ଇମ୍ଫାର କର୍ମଚାରୀ ଓ ସେମାନଙ୍କର ପରିବାରବର୍ଗଙ୍କ ଏବଂ ସ୍ଥାନୀୟ ଯୁବଗୋଷ୍ଠୀ ସ୍ଵେଚ୍ଛାକୃତ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ ଇମ୍ଫାର ସମସ୍ତ ବିଭାଗୀୟ ମୁଖ୍ୟ ଯୋଗଦେଇ ରକ୍ତଦାନ କରିଥିଲେ। କୋଲୋନରା ପଞ୍ଚାୟତ ସମିତିର ଉପାଧକ୍ଷ୍ୟ ଶ୍ରୀ ହଳଧର ହିମରିକା, ଥେରୁବାଲି ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ଶ୍ରୀ ରବୀନ୍ଦ୍ର ପ୍ରଧାନ,ବଜାର କମିଟିର କର୍ମକର୍ତ୍ତା ଶ୍ରୀ ଅନୁପ ବିଶ୍ୱାସ, ଶ୍ରୀ ଅକ୍ଷୟ ପାତ୍ର ଓ ଆଦିବାସୀ ନେତା ଶ୍ରୀ ଅଶୋକ ହିଁକାକା ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମକୁ ଶ୍ରୀ ସ୍ୱରୂପ ନାୟକ, ବରିଷ୍ଠ ପରିଚାଳକ(କର୍ମିଙ୍କ) ଓ ଶ୍ରୀ ଶକ୍ତି ପାଣିଗ୍ରାହୀ (ଲୋକ ସମ୍ପର୍କ) ,ଡାକ୍ତର ପ୍ରଶାନ୍ତ କୁମାର କରଙ୍କ ତତ୍ୱାବାଧାନରେ ଶ୍ରୀ ବିଶ୍ୱରଞ୍ଜନ,ମାନସ ,ରବି ଇତ୍ୟାଦି ବିଭାଗୀୟ କର୍ମକର୍ତ୍ତା ଓ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ର ଶ୍ରୀମାନ ପ୍ରଭାକର ,ତରୁଣ, ମାନସୀ,ଲିପ୍ସା, ଭାଗ୍ୟ ଲତା , ସସ୍ମିତା ଏହି ଶିବିରକୁ ପରିଚାଳନା କରିଥିଲେ। ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବ୍ଲଡ ବ୍ୟାଙ୍କର କର୍ମଚାରୀମାନେ ଏହି ଶିବିରରେ ୫୪ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଏହି ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାନ କରି ଶିବିରକୁ ସଫଳ କରିଥିବାରୁ ଈମ୍ଫା ତରଫରୁ ସମସ୍ତ ରକ୍ତଦାତାଙ୍କୁ ଶେଷରେ ଧନ୍ୟବାଦ ଅର୍ପଣ କରାଯାଇଥିଲା।

 

Recent Comments

Leave Comments

Top