logo
add image
ପୁରୁଷ ବନ୍ଧ୍ୟାକରଣ ସଚେତନତା ରଥ ଉଦଘାଟିତ

ପୁରୁଷ ବନ୍ଧ୍ୟାକରଣ ସଚେତନତା ରଥ ଉଦଘାଟିତ

ବିନିକା/୨୨/୧୧/୨୦୨୩/(ଆଧାର ମିଡ଼ିଆ)ଆଜି ଵିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପୁରୁଷ ବନ୍ଧ୍ୟାକରଣ ସଚେତନତା ରଥକୁ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡା ସତ୍ୟନାରାୟଣ ପାଣିଗ୍ରାହୀ ପତାକା ଦେଖାଇ ଶୁଭ ଉଦଘାଟନ  କରିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡା. ପାଣିଗ୍ରାହୀ ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ସରଳ ଓ ନିରାପଦ ତେଣୁ ସୁଖୀ ପରିବାର ପାଇଁ  ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ଵର ୪ ଭିତରେ ସ୍ତ୍ରିରୀକୃତ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଅପରେସନ କରାଯିବାର ଯୋଜନା କରାଯାଇଥିବା ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାରକୁ ପୁରୁଷ ମାନେ ଗ୍ରହଣ କରିବା ପାଇଁ ଆଗେଇ ଆସନ୍ତୁ ଵୋଲି ନିଵେଦନ କରିଥିଲେ ।ଏହି ଅବସରରେ ବିନିକା ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ହେମସାଗର କାଲସେ, ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ସୁଶାନ୍ତ ଭୋଇ, ସ୍ୱାସ୍ଥ୍ୟ ପରିଦର୍ଶକ ବିରଞ୍ଚି ମେହେର,ଜନସ୍ୱାସ୍ଥ୍ୟ ଅଧିକାରୀ ଅକ୍ରୁର କୁମାର ହୋତା,ଗୋଷ୍ଟୀ ସ୍ୱାସ୍ଥ୍ୟର ଅନ୍ୟାନ୍ୟ ଅଧିକାରୀ,ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ.  

 

Recent Comments

Leave Comments

Top