ଓଡାପଡା/ଢେ଼ଙ୍କାନାଳ/୨୦/୧୧/୨୦୨୩/ (ଆଧାର ମିଡ଼ିଆ) ଢେ଼ଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକ ଅଧିନରେ ଥିବା ଅନେକ ଗ୍ରାମରେ କିଡନୀ ରୋଗ ଆତଙ୍କ ସୃଷ୍ଟି କରିଛି । ଏହି ବ୍ଲକ ଅନ୍ତର୍ଗତ ବେଲପଡା,ମହାଦିଆ,ଗୁଣୁଦେଇ, ଓଡାପଡା ଅଞ୍ଚଳ ଏବେ ଅନେକ ଲୋକ ମୃତ୍ୟୁ ବରଣ କଲେଣି । ଆହୁରି ମଧ୍ୟ ଅନେକ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁକୁ ଅପେକ୍ଷା କରି ବସିଛନ୍ତି । ମାତ୍ରାଧିକ ଭୂତଳ ଜଳ ପ୍ରଦୂଷିତ ବୋଲି ବେସରକାରୀ ସୂତ୍ରରୁ ଖବର ମିଳିଛି। ବେଆଇନ କଳାପଥର ବ୍ଲାଷ୍ଟିଙ୍ଗ ଯୋଗୁ ରସାୟନ ପଦାର୍ଥ ସବୁ ଭୂତଳ ଜଳରେ ମିଶୁଛି । ଏହା ଫଳରେ ପିଇବା ପାଣି ସବୁ ଦୂଷିତ ହେଉଛି। ଓଡାପଡା ବ୍ଲକ ଅନ୍ତର୍ଗତ ବେଲପଡା ଗ୍ରାମରେ ଅନେକ ଲୋକଙ୍କ ଜୀବନ ନେଇଛି ଏହି ରୋଗ । ଗ୍ରାମରେ ଅନେକ ମହିଳା ମାନେ ଅଳ୍ପ ବୟସରୁ ବିଧବା ହୋଇଯାଉଛନ୍ତି । ଗାଁରେ ପିଇବା ପାଣିର ସମସ୍ୟା ବହୁତ । ଶୁଦ୍ଧପାଣି ଟିକେ ପିଇବାକୁ ପାଉନାହାନ୍ତି. ଗ୍ରାମବାସୀ ବୃନ୍ଦ ଆମ ପ୍ରତିନିଧିଙ୍କୁ ସରକାରଙ୍କ ନିକଟରେ ପହଞ୍ଚେଇବାକୁ ନିବେଦନ କରିଛନ୍ତି। ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଥିଲେ। ଦେଖାଯାଉ କେବେ ଭାଙ୍ଗିବ ବିଭାଗୀୟ ଅଧିକାରୀଙ୍କ ନିଦ,ଆଉ ଶୁଣିବେ ସାଧାରଣ ଲୋକଙ୍କ ସମସ୍ୟା ।
Recent Comments