କୋଇଡା/ସୁନ୍ଦରଗଡ଼/୨୫/୦୩/୨୦୨୨/ (ନ୍ୟୁଜ-ଆଧାର ଓଡିଶା) ସୁନ୍ଦରଗଡ ଜିଲ୍ଲା କୋଇଡା ଅଞ୍ଚଳରେ ଥିବା ଜିତେନ୍ଦ୍ର ନାଥ ପଟନାୟକ ଲୌହ ଖଣିରେ ଶ୍ରମିକ ଓ ଖଣିମାଲିକ ଶ୍ରୀଯୁକ୍ତ ଜିତୁ ପଟନାୟକଙ୍କ ମଧ୍ୟରେ ଝଗଡା ଦେଖିବାକୁ ମିଳିଥିଲା l କୋଇଡା ତହସିଲ ଅନ୍ତର୍ଗତ ଭଂଜପାଲି ଗ୍ରାମରେ ଅବସ୍ଥିତ ଏହି ଖଣି ଧିରେ ଧିରେ ନିଜର କାୟା ବିସ୍ତାର କରିବାରେ ଲାଗିଛି l ନିଜର ଲିଜ ଅଞ୍ଚଳରୁ ବାହାରେ ଲୌହ ଗୁଣ୍ଡ ଜମାକାରୀ କୋଇଡା ମାନଚିତ୍ରରୁ ଭଂଜପାଲି ଗ୍ରାମକୁ ଲିଭାଇ ଦେବାକୁ ବସିଲାଣି l ମାତ୍ରାଧିକ ଧୂଳି, ଶବ୍ଦ ପ୍ରଦୂଷଣ, ବର୍ଷା ଦିନେ ଲାଲୀ ପାଣିରୁ ଅତିଷ୍ଟ ହୋଇ ଗ୍ରାମବାସୀ ନିଜ ଭିଟା ମାଟି ଛାଡି ପଳାୟନର ପନ୍ଥା ଧରୁଛନ୍ତି l ସ୍ଥାଇ ଲୋକଙ୍କୁ ନିଯୁକ୍ତି ତ ଦୂରର କଥା ପଥର ବାଡେଇବା ଶ୍ରମିକ ମାନଙ୍କୁ ଠିକ ଭାବେ କାମ ଯୋଗେଇ ନଦେବାରୁ ବହୁ ସଂଖ୍ୟକ ଶ୍ରମିକ ମାନେ ଦୁଇଦିନ ଧରି ଷ୍ଟ୍ରାଇକ କରି ଖଣି ମଧ୍ୟରେ ବସିଛନ୍ତି l ଅନ୍ୟପଟେ ଗ୍ରାମ ବସିଙ୍କ ପାଇଁ ଆମ୍ବୁଲାନ୍ସ, ପାନୀୟ ଜଳ, ଗାଁ ରାସ୍ତାରେ ଷ୍ଟ୍ରିଟ ଲାଇଟ ସେବାରୁ ବଞ୍ଚିତ ଗ୍ରାମବାସି ଖଣି ମାଲିକ ଜିତୁ ଉପରେ ବର୍ଷିଥିଲେ l ଧିରେ ଧିରେ ଲୌହ ଗୁଣ୍ଡରେ ସମଗ୍ର ଗାଁକୁ ଘେରିବସିଲାଣି ଉକ୍ତ ଖଣିକମ୍ପାନୀ l ଯେଉଁଥିରୁ ଅଙ୍ଗନବାଡି କେନ୍ଦ୍ରମଧ୍ୟ ବାଦ ପଡ଼ିନାହିଁ l କୋଇଡା ବ୍ଲକ ଓ ତହସିଲ ଅଫିସରୁ ମାତ୍ର 200 ମିଟର ଦୂରରେ ହେଉଥିବା ଏମିତି ଅନିୟମିତତା ଉପରେ କାହାର ନଜର ନ ପଡିବା ସାଧାରରେ ସନ୍ଧେହ ସୃଷ୍ଟି ହେଉଛି l ( କୋଇଡାରୁ ସଂଗ୍ରାମ ନାୟକଙ୍କ ରିପୋର୍ଟ )
Recent Comments