ରଣପୁର/ନୟାଗଡ/୨୦/୧୧/୨୦୨୩/( ଆଧାର ମିଡ଼ିଆ )
ରଣପୁର ବ୍ଲକ ଅଧୀନସ୍ଥ ଚମ୍ପାପେଡି ଗ୍ରାମର ସି ପିଆଇ (ଏମ) ନେତା ପ୍ରହଲ୍ଲାଦ ମାର୍ଥାଙ୍କ ମାଆ ରଙ୍ଗବତୀ ମାର୍ଥା, ବୟସ ୮୫ ସ୍ୱାମୀ -୰ ଶ୍ୟାମଘନ ମାର୍ଥାଙ୍କର ଗତକାଲି ୧୯ ନଭେମ୍ବର ସକାଳ ପ୍ରାୟ ୮.୩୦ମିନିଟ୍ ରେ ବିୟୋଗ ଘଟିଥିଲା। ପ୍ରହଲ୍ଲାଦ ମାର୍ଥାଙ୍କ ୨ଟି ଝିଅ ଦୃଷ୍ଟିଶକ୍ତି ସମସ୍ୟାରେ ପୀଡ଼ିତ ଥିବାରୁ ମାଆ ରଙ୍ଗବତୀ ନିଜର ଜୀବିତ ସମୟରେ ସମାଜ ମଙ୍ଗଳ ଉଦ୍ଦେଶ୍ୟରେ ନିଜର ଚକ୍ଷୁ ମୃତୁପରେ ଦାନ କରିବେ ବୋଲି ନାତୁଣୀ ଦୁହିଁକି କହିଥିଲେ। ତେଣୁ ମାଆଙ୍କ ଇଚ୍ଛାକୁ ପୂରଣ ପାଇଁ ପରିବାର ବର୍ଗ ଭୁବନେଶ୍ୱର ସ୍ଥିତ ଏଲ୍ ଭି ପ୍ରସାଦ ଚକ୍ଷୁ ହସ୍ପିଟାଲ୍ କୁ ଚକ୍ଷୁ ଦାନପାଇଁ ଖବର ଦେଲାପରେ ଏକ ଡାକ୍ତରୀ ଦଳ ପହଞ୍ଚି ମୃତ ରଙ୍ଗବତୀଙ୍କ ଠାରୁ ଚକ୍ଷୁ ସଂଗ୍ରହ କରିଥିଲେ। ମାଆଙ୍କ ଚକ୍ଷୁଦାନରେ ପରିବାର ବର୍ଗ ଉତ୍ସାହିତ ହୋଇ ଏଭଳି ମହାନ କାର୍ଯ୍ୟ କରିବ ପାଇଁ ପାଖରେ ଥିବା ବନ୍ଧୁ ବାନ୍ଧବ ଓ ଗ୍ରାମ ବାସୀଙ୍କୁ ନିବେଦନ କରିଥିଲେ। ଏଥିପାଇଁ ଶ୍ରୀ ମାର୍ଥା ଡାକ୍ତରୀ ଦଳଙ୍କୁ ଧନ୍ୟବାଦ ଦେଇ ସବସଂସ୍କାର କରିଥିଲେ। ଏଭଳି ଅଙ୍ଗଦାନ ସମସ୍ତଙ୍କ ମନରେ ସକାରାତ୍ମକ ପ୍ରଭାବ ପଡିଥିବାର ସାଧାରଣରେ ଆଲୋଚନା ହୋଇଛି।
Recent Comments