ସୋନପୁର/୧୬/୧୧/୨୦୨୩/(ଆଧାର ମିଡ଼ିଆ)
ସୋନପୁର ସହରର ଅଗ୍ରଣୀ ତଥା ବହୁ ପୁରାତନ ଅନୁଷ୍ଠାନ ରାମଧୁନ କ୍ଲବ ତରଫରୁ କାଳୀପୂଜା ଉପଲକ୍ଷେ ଏବଂ ସହୀଦ ପ୍ରତାପ ନାଏକ ଓ ସଚିନ ସାହୁଙ୍କ ସ୍ମୃତିରେ ଆଜି ଏକ ରକ୍ତଦାନ ଶିବିର ମଝିପଡ଼ା ନାମ ମଣ୍ଡପଠାରେ ଅନୁଷ୍ଠିତ ହୋଇଥିଲା l ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ, ମୁଖ୍ୟ ଅତିଥି ଓ ଜିଲ୍ଲା ଅବକାରୀ ଅଧିକ୍ଷିକା ଶ୍ରୀମତୀ ସୁମତି ତ୍ରିପାଠୀ ଯୋଗଦେଇ ଏହାକୁ ଉଦଘାଟନ କରି ରକ୍ତଦାତା ଓ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ l ଅନ୍ୟତମ ଅତିଥି ଭାବେ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ,ଆର୍ତ୍ତ ତ୍ରାଣ ବାବୁ, ଜ୍ୟୋତି ରଞ୍ଜନ ପଟ୍ଟନାୟକ,କିଶନ ଲାଲ ଆଗ୍ରୱାଲl,ଜିତେନ୍ଦ୍ର ସାହୁ,ସତ୍ୟ ନାରାୟଣ ଦରୱାନ, କ୍ରୀଡ଼ାବିଦ ସତ୍ୟ ନାରାୟଣ ରାଓ,ପ୍ରାକ୍ତନ ନଗରପାଳ କଇରୁ ସ୍ୱାଇଁ, ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ପିୟୁଷ ପଣ୍ଡା, ଯୋଗ ଦେଇଥିଲେ l ରକ୍ତଦାତା ସଂଘର ଉଦ୍ୟୋକ୍ତl, ରକ୍ତଦାତା ତଥା ଯୁବ ରକ୍ତ ଦାତାଙ୍କ ପ୍ରେରଣା ଦାତା ଜିଲ୍ଲାର ଗୌରବ ମନୋଜ ପଣ୍ଡାଙ୍କୁ ଏହି ସଭାରେ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ସମୁଦାୟ ୫୮ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ କିଛି ମହିଳା ରକ୍ତଦାତା ଓ ସର୍ବୋଚ୍ଚ ନମ୍ବର ରକ୍ତ ଦାତାଙ୍କୁ ସମ୍ମାନିତ କରାଯାଇଥିଲା l ଜିଲ୍ଲା ରକ୍ତ ଭଣ୍ଡାରର ଡାକ୍ତର ସରୋଜ ପଟେଲ, ଟେକ୍ନିସିଆନ ଜଗତ ନାରାୟଣ ଦରୱାନ, ଟିଟୁ ଭୋଇ ଓ ଯୁଧିଷ୍ଠିର ନାଏକ ରକ୍ତ ସଂଗ୍ରହ କରିଥିଲେ l ମନୋରଞ୍ଜନ ତ୍ରିପାଠୀ,ବିକାଶ ପଣ୍ଡା, ଲଡ଼ୁ କିଶୋର ମଲ୍ଲିକ, ଶେଷ ଦେବ ମେହେର,ସନ୍ତୋଷ ପାଢ଼ୀ, ଗୁରୁ ଦଳେଇ,ସଦାସାହୁ, ବୁବୁନ ନାଏକ, ଦିଲୀପ ସାହୁ, ପ୍ରମୁଖ ରାମଧୁନ କ୍ଲବ ଓ ପୂଜା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l
Recent Comments