logo
add image
ଜିଲ୍ଲାସ୍ତରୀୟ ଜାତୀୟ ନବଜାତ ଶିଶୁ ସପ୍ତାହ ପାଳିତ

ଜିଲ୍ଲାସ୍ତରୀୟ ଜାତୀୟ ନବଜାତ ଶିଶୁ ସପ୍ତାହ ପାଳିତ

ସୁବର୍ଣ୍ଣପୁର/୧୬/୧୧/୨୦୨୩/(ଆଧାର ମିଡ଼ିଆ)

ସୁବର୍ଣ୍ଣପୁରଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ତାଲିମ କେନ୍ଦ୍ରଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ବିଶ୍ୱ ରଞ୍ଜନ ପତିଙ୍କ ଅଧ୍ୟକ୍ଷତାରେ ଜାତୀୟ ନବଜାତ ଶିଶୁ ସପ୍ତାହ ଦିବସ ପାଳିତ ହୋଇ ଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ଅଧିକ୍ଷକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡ଼ା.ଦୁର୍ଗାଦତ୍ତ ଦାସ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଡିସି ) ଡ଼ା. ରମେଶ ଚନ୍ଦ୍ର ସ୍ୱାଇଁ, ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡ଼ା.ଦିଲିପ କୁମାର ପୁରୋହିତ ପ୍ରମୁଖ ମଞ୍ଚାସିନ ଥିଲେ I ଅତିଥି ମାନେ ଜାତୀୟ ନବଜାତ ଶିଶୁ ସପ୍ତାହ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ ସଚେତନତା ମାଧ୍ୟମରେ ନବଜାତ ଶିଶୁଙ୍କର କିପରି ଯତ୍ନ ନେବା, ହାତ ସାବୁନରେ ସଫାରଖିବା, କଙ୍ଗାରୁ ମା ଯତ୍ନ, ଜନ୍ମ ପରେ ପରେ ଯଥାଶୀଘ୍ର ସ୍ତନ୍ୟପାନ ଆରମ୍ଭ, କେବଳ ମା କ୍ଷୀର ୬ ମାସ ପର୍ଯ୍ୟନ୍ତ, ବିପଦ ଲକ୍ଷଣ ଥିବା ଶିଶୁଙ୍କୁ ଚିହ୍ନଟ କରି ତୁରନ୍ତ ଡାକ୍ତରଖାନା ନେବା ଓ ଜନ୍ମ ପରେ ଶିଶୁଙ୍କ ସମ୍ପୂର୍ଣ ଟୀକାକରଣ ସୁନିଶ୍ଚିତ କରାଇ ୭୫% ଶିଶୁ ମୃତ୍ୟୁକୁ କମାଇ ପାରିବାରେ ସକ୍ଷମ ହୋଇ ସୁସ୍ଥ ସୁନ୍ଦର ସମାଜ ଗଠନ କରିବାରେ ସହାୟକ ହୋଇ ପାରିବ I ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା I ଉକ୍ତ ସଭାରେ (ଡ଼ି ଏମ ଆର ସି ଏଚ) ସୁଧାଂଶୁ ନାୟକ, ସହ ସଂଯୋଜକ ଅଣ ସଂକ୍ରାମକ ରୋଗ ଗୀତାଞ୍ଜଳି ମେହେର ଓ( ଡ଼ି ଏମ ଆର ସି ଏଚ) ଅନୁପ ରଞ୍ଜନ ଦାସ ସହଯୋଗ କରିଥିଲେ I ସଭାରେ ଏ ଏନ୍ ଏମ୍ ଛାତ୍ରୀ, ଆଶା, ଅଙ୍ଗନୱାଡି, ସ୍ୱାସ୍ଥ୍ୟ ଅଧିକାରୀ ଓ ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ I ଶେଷରେ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ.

Recent Comments

Leave Comments

Top