logo
add image
ଜିଲ୍ଲାସ୍ତରୀୟ ବିଶ୍ୱ ମଧୁମେହ ଦିବସ ପାଳିତ

ଜିଲ୍ଲାସ୍ତରୀୟ ବିଶ୍ୱ ମଧୁମେହ ଦିବସ ପାଳିତ

ସୁବର୍ଣ୍ଣପୁର/୧୪/୧୧/୨୦୨୩/(ଆଧାର ମିଡ଼ିଆ) ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ତାଲିମ କେନ୍ଦ୍ରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ବିଶ୍ୱରଞ୍ଜନ ପତିଙ୍କ ଅଧ୍ୟକ୍ଷତାରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ମନୋଜ କୁମାର ଅଦାବର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଡି. ସି.) ଡ଼ା. ରମେଶ ଚନ୍ଦ୍ର ସ୍ୱାଇଁ ଓ ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ବିଶ୍ୱମ୍ବର ବେହେରା ପ୍ରମୁଖ ମଞ୍ଚସିନ ଥିଲେ I ଅତିଥି ମାନେ ବିଶ୍ୱ ମଧୁମେହ ଦିବସ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ ଯେ ମଧୁମେହ ରୋଗର ଲକ୍ଷଣ ଏବଂ ନିରାକରଣ ଉପରେ ସଚେତନତା ସୃଷ୍ଟିକରି ମଧୁମେହ ଆକ୍ରାନ୍ତଙ୍କ ସଂଖ୍ୟାକୁ  ବହୁମାତ୍ରାରେ ପ୍ରତିରୋଧ କରିପାରିବା I ବିଶେଷ କରି ନିୟମିତ ଖାଦ୍ୟ,ଶାରୀରିକ ପରିଶ୍ରମ,ବ୍ୟାୟାମ, ପ୍ରାଣାୟାମ ଓ ଯୋଗ ମାଧ୍ୟମରେ ଏହି ରୋଗକୁ ନିୟନ୍ତ୍ରଣ କରି ସୁନ୍ଦର ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହୋଇପାରିବ I ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା I ଉକ୍ତ ସଭାରେ ସୁଧାଂଶୁ ନାୟକ ଓ ସହ ପରିଚାଳକ ଅଣ ସଂକ୍ରାମକ ରୋଗ ଗୀତାଞ୍ଜଳି ମେହେର ପୂର୍ଣ୍ଣ ସହଯୋଗ କରିଥିଲେ I ଅତିଥିବୃନ୍ଦ ୧୦ ଜଣ ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ I ସଭାରେ ସି ଏଚ ଓ, ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ତଥା ସ୍ୱାସ୍ଥ୍ୟ ଅଧିକାରୀ, ଆଶା ଓ ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ I ଶେଷରେ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଦେଇଥିଲେ I

Recent Comments

Leave Comments

Top