logo
add image
ସୁବର୍ଣ୍ଣପୁର ଫରେଷ୍ଟ ପାର୍କଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ -

ସୁବର୍ଣ୍ଣପୁର ଫରେଷ୍ଟ ପାର୍କଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ -

ସୁବର୍ଣ୍ଣପୁର/୧୧/୧୧/୨୦୨୩/(ଆଧାର ମିଡ଼ିଆ)-ଆଜି ସୁବର୍ଣ୍ଣପୁରର କ୍ଯୁର୍ବା ସ୍ୱାସ୍ଥ୍ୟ ସେବା ସଂସ୍ଥାର ଡାକ୍ତରୀ ଦଳ ଦ୍ୱାରା ସୋନପୁର ଫରେଷ୍ଟ ସ୍ମାର୍ଟ ପାର୍କଠାରେ ସକାଳ ୭ ଟାରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି l ପାର୍କ ର ମର୍ନିଙ୍ଗ ୱାକର, ସ୍ୱଚ୍ଛ ଭାରତ, ରକ୍ତ ଦାତା ସଂଘର ମିଳିତ ଉଦ୍ୟମରେ ଆୟୋଜିତ ଏହି ଶିବିରକୁ ପୌର ପରିଷଦ ଅଧ୍ୟକ୍ଷା ତାମସି ତlମସ୍ମିତା ନାଏକ ଉଦଘାଟନ କରି ଏହି ଆୟୋଜନକୁ ପ୍ରଶଂସା କରିଥିଲେ l ଏବଂ ସ୍ୱାସ୍ଥ୍ୟ ହିଁ ସମ୍ପଦ  ତେଣୁ ପ୍ରଥମେ ଏଥି ପ୍ରତି ଯତ୍ନବାନ ହେବାକୁ ସମସ୍ତଙ୍କୁ ସଚେଟନ କରିଥିଲେ l ଶିବିରରେ ଶତାଧିକ ପୁରୁଷ ଓ ମହିଳା ସୁଗାର, ବ୍ଲଡ଼ ପ୍ରେସର, ଓ ବଡି ୱେଟ ପରୀକ୍ଷା କରିଥିବା ବେଳେ ଆଗକୁ ଏହି ଶିବିରକୁ ରେଗୁଲାର ଆୟୋଜନ କରିବାକୁ ବରିଷ୍ଠ ନାଗରିକ ମାନେ ପରାମର୍ଶ କରିଛନ୍ତି l  ଡା,ସରୋଜ ପଟେଲ,ଡ ଦେବେଶ୍ ପଣ୍ଡା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ପରାମର୍ଶ ଦେଇଥିଲେ । ଟେକ୍ନିକାଲ ନରେନ୍ଦ୍ର ସାହୁ, ରଶ୍ମିତା ବେହେରା ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ମନୋଜ ପଣ୍ଡା, ରବୀନ୍ଦ୍ର ଜେନା, ମନୋରଞ୍ଜନ ତ୍ରିପାଠୀଙ୍କ ସମେତ ସାମସ୍ତ  ଉଭୟ ସଂଗଠନର ସ୍ୱେଚ୍ଛାସେବୀ  ସହଯୋଗ କରିଥିଲେ l

Recent Comments

Leave Comments

Top