ବିନିକା/୬/୧୧/୨୦୨୩/(ଆଧାର ମିଡ଼ିଆ) ସମ୍ବାଦ ଆମ ଓଡ଼ିଶାର ଓ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଜୁଲୁଣ୍ଡା ପଞ୍ଚାୟତ ବାସୀଙ୍କ ମିଳିତ ଆନୁକୁଲ୍ୟରେ ଜୁଲୁଣ୍ଡା ତଳିପଡା କଲ୍ୟାଣ ମଣ୍ଡପ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଜୁଲୁଣ୍ଡା ଗ୍ରାମର କାହ୍ନୁ ଚରଣ ପୂରୋହିତ,ପଲସ୍ତି ସାହୁ ଓ ଉମେଷ କଳତାଙ୍କ ଅକ୍ରାନ୍ତ ପରିଶ୍ରମ ବଳରେ ଅନୁଷ୍ଠିତ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରେ ୩୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଜୁଲୁଣ୍ଡା କଲ୍ୟାଣମଣ୍ଡପ ସମ୍ମୁଖରେ ଥିବା ଶିବମନ୍ଦିରରେ ପୁଜା ଅର୍ଚ୍ଚନା କରାଯାଇ ରକ୍ତଦାନ ଶିବିର ଆରମ୍ଭ କରାଯାଇଥିଲା। ଏନେଇ ଅନୁଷ୍ଠିତ ଆଲୋଚନା ସଭାରେ ରକ୍ତଦାନ କରି ଯେଉଁମାନେ ଅନ୍ୟମାନଙ୍କ ଜୀବନ ବଞ୍ଚାଉଛନ୍ତି, ସେମାନଙ୍କ ଠାରୁ ବଳି ଅନ୍ୟ କିଛି ବଡ଼ ସମାଜସେବା ନାହିଁ ବୋଲି କାହ୍ନୁ ଚରଣ ପୂରୋହିତ ,ପଲସ୍ତି ସାହୁ, ଭୁବନେନସ୍ୱର ପଧାନ ପ୍ରମୁଖ ମତବ୍ୟକ୍ତ କରିଛନ୍ତି। ବରଗଡ଼ ରକ୍ତ ଭଣ୍ଡାର ଏଲଟି ରୋହିତ କଲେତ ଝରଣା ବରିକ, କାଉନସେ୍ଲର -ସରୋଜ କୁମାର ସୁନା, ଏଟେଣ୍ଡେତଡ଼େଣ୍ଡ ଭାଗବତ ମିଶ୍ର ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ନାରାୟଣ ବାଗ,ମାନସ ପୁରୋହିତ, ପ୍ରଦ୍ୟୁମ୍ନ ଡ଼ାଙ୍ଗ, ସତ୍ୟବ୍ରତ ମେଲ୍ଲି, ସନତ ପୁଟେଲ, ବରୁଣ ସାହୁ, ଅଜିତ ବରାଡ଼ ରବିନ୍ଦ୍ର ଅମାତ, ଜୟନ୍ତ ସେଟ,ସନ୍ତୋସିନି ପଟେଲ ,ଶିକ୍ଷକ ଭୁବନେଶ୍ୱର ପଧାନ,ଅର୍ଚ୍ଚନା ପୂଜାହାରୀ,ପ୍ରିୟରଞ୍ଜନ ହୋତା, ନିଳମଣି ସାହୁ , ବିନିକା ସମ୍ବାଦ ପ୍ରତିନିଧି ଅକ୍ଷୟ କୁମାର ପୂଜିହାରୀ ସମେତ ଜୁଲୁଣ୍ଡା ପଞ୍ଚାୟତ ରସମସ୍ତ ଯୁବଗୋଷ୍ଠୀ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ପଲସ୍ତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ.
ରକ୍ତଦାତା ଜୀବନଦାତା
ଦିଲ୍ଲିପ ସାହୁ,ଲକ୍ଷ୍ମଣ ସାହୁ,ସତ୍ୟବ୍ରତ ମେଲ୍ଲି , ଉତ୍ତମ ପୁଟେଲ, ରୂପକାନ୍ତି ଝାଙ୍କର,ଲିଷ୍ପା ପଧାନ,ରଘୁନାଥ ପଧାନ, ପ୍ରେମଜିତ ସାହୁ,ବରଣୁ ସାହୁ,ଜୟନ୍ତ ସେଠ ,ବରୁଣ ସାହୁ, ରାଜୁ ସାହୁ,ସୀତାରାମ କର୍ମୀ,କାହ୍ନୁଚରଣ ପୁରୋହିତ,ନୃପରାଜ କର୍ମା,ଉମେଶ କଳତା,ମାନସ ସାହୁ,ସାରଙ୍ଗଧର ପଧାନ,ଜଗଦିଶ ସାହୁ, ସନତ କୁମାର ପୁଟେଲ,ସିଦ୍ଧାର୍ଥ ଖଣ୍ଡଗିରି,କିଶୋର କର୍ମୀ, ଗୈାରାଙ୍ଗ ଜାଳ,ଜଗଦିଶ ପଧାନ,କୈଳାସ ପଧାନ, ଦିଲ୍ଳିପ ନାଏକ, ପ୍ରମୋଦ ବାରିକ, ଜିତେନ୍ଦ୍ର ଜେନା, ପଦ୍ମଳୋଚନ ପଧାନ, ସୁବଳ ସାହୁ, ସୁଜାତା ପଧାନ, ଶୁକୃ ସ୍ବାଇଁ,ଜୟନାରାୟଣ ନାୟକ, କେଶବ ପୁରୋହିତ, ଭୂବନେଶ୍ବର ପଧାନ, ନାରାୟଣ ବାଗ, ବଳରାମ ବିଶ୍ବାଲ,ପ୍ରମୁଖ ସ୍ବେଚ୍ଛା କୃତ ରକ୍ତ ଦାନ କରିଥିଲେ।
Recent Comments