ଯୋଡ଼ା/୧୬/୧୦/୨୦୨୩/( ଆଧାର ମିଡ଼ିଆ)
ପୃଥିବୀର ସୌନ୍ଦର୍ଯ୍ୟ ଦେଖିବାକୁ ଭଗବାନ ପଶୁ ପକ୍ଷୀ ଠାରୁ ନେଇ ମାନବ ପର୍ଯ୍ୟନ୍ତ ସମସ୍ତଙ୍କୁ ଦୁଇଟି ଚକ୍ଷୁ ଦେଇଛନ୍ତି ଓ ସେହି ଚକ୍ଷୁ ଯେତେବେଳେ କୌଣସି କାରଣ ଯୋଗୁଁ ନଷ୍ଟ ହୋଇଯାଇଥାଏ ସେ ଅନ୍ଧକାର ମୟ ଜୀବନ ଯାପନ କରିଥାଏ। ସେହି ସୌନ୍ଦର୍ଯ୍ୟ ଜୀବନକୁ ଫେରେଇବାକୁ ଆଶାର ଦ୍ଵାର ଫାଉଣ୍ଡେସନ ଏକ ପ୍ରୟାସ କରିଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାରେ ଥିବା ତିନିନମ୍ୱର ୱାର୍ଡ କୁନ୍ଦୂରନାଲା ଠାରେ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରର ମୂଳଲକ୍ଷ୍ୟ ଗରିବ ଲୋକମାନଙ୍କୁ କିପରି ମାଗଣାରେ ଚକ୍ଷୁ ଚିକିତ୍ସା କରାଇବା । ଯୋଡ଼ା ଏକ ଖଣିଜ ବହୁଳ ସହର ହୋଇଥିବାରୁ ଏଠାରେ ଲୋକମାନେ ବିଭିନ୍ନ ପ୍ରକାର ଚକ୍ଷୁ ରୋଗରେ ପୀଡିତ ଅଛନ୍ତି ଓ ଏହାକୁ ନିରାକରଣ କରିବା ପାଇଁ ଆଶାର ଦ୍ଵାର ଫାଉଣ୍ଡେସନ ଓ ଏଲ ଭି ପ୍ରସାଦ ଅନୁଷ୍ଠାନର ଏକ ମିଳିତ ପ୍ରୟାସ। ଏହି ଶିବିର ଅନୁଷ୍ଠିତ ହେବା ପୂର୍ବରୁ ଆଶାର ଦ୍ଵାର ଫାଉଣ୍ଡେସନର ସଦସ୍ୟ ମାନେ ତିନିନମ୍ୱର ୱାର୍ଡର ହୁଡ଼ିସାହି ଓ କୁନ୍ଦୂରନାଲା ଥିବା ଚକ୍ଷୁ ରୋଗୀମାନଙ୍କୁ ଯୋଗା ଯୋଗ କରିଥିଲେ ଓ ଆଗାମୀ ହେବାକୁ ଥିବା ଏହି ଶିବିର ବିଷୟରେ ଅବଗତ କରାଇଥିଲେ। ତେଣୁ ଆଜି ଏହି ଚକ୍ଷୁ ରୋଗ ଚିକିତ୍ସା ଶିବିରରେ ୧୧୯ ରୁ ଅଧିକ ରୋଗୀ ଆସିଥିଲେ ଓ କେନ୍ଦୁଝର ସ୍ଥିତ ଏଲ ଭି ପ୍ରସାଦ ହସ୍ପିଟାଲ୍ ର ମେଡିକାଲ ଟିମ୍ ଦ୍ଵାରା ତାଙ୍କର ଚକ୍ଷୁ ଯାଞ୍ଚ ହୋଇଥିଲା। ତାହା ମଧ୍ୟରୁ ୧୦ ଜଣଙ୍କର ମୋତିଆବିନ୍ଦୁ ଚିହ୍ନଟ ହୋଇଥିଲା ଓ ସେମାନଙ୍କୁ ମାଗଣା ଉନ୍ନତ ଚିକିତ୍ସା ନିମନ୍ତେ କେନ୍ଦୁଝର ସହରକୁ ନିଜ ସହିତ ନେଇଯିବାକୁ ଓ ଚିକିତ୍ସା ପରେ ପୁଣି ଘରେଆଣି ଛାଡ଼ିବାକୁ ମଧ୍ୟ କହିଥିଲେ। ଯେଉଁମାନଙ୍କର ଅଳ୍ପ ମାତ୍ରରେ ଚକ୍ଷୁ ସମସ୍ୟା ଥିଲା ସେମାନଙ୍କୁ ସର୍ବନିମ୍ନ ଦାମରେ ଚଷମା ଯୋଗାଇଥିଲେ। ଏହି ଚକ୍ଷୁ ରୋଗ ଚିକିତ୍ସା ଶିବିରରେ ଡ଼ା ଅଜୟ କୁମର ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଓ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଆଶାର ଦ୍ଵାର ଫାଉଣ୍ଡେସନ ର ସଦସ୍ୟ ଓ ଏଲ ଭି ପ୍ରସାଦ ଅନୁଷ୍ଠାନ ର ମେଡିକାଲ ଟିମ୍ କୁ ତାଙ୍କର ଏକାଗ୍ରତା ପରିଶ୍ରମ କରିବାର ଦେଖି ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଶେଷରେ ଆଶାର ଦ୍ଵାର ଫାଉଣ୍ଡେସନ ର ନିର୍ଦ୍ଦେଶକ ବିଜୟ ମହାକୁଡ଼ ଆଗକୁ ଅନ୍ୟ ସବୁ ୱାର୍ଡ ରେ ମଧ୍ୟ ଚକ୍ଷୁ ରୋଗି ମାନଙ୍କୁ କିପରି ମାଗଣାରେ ଚିକିତ୍ସା ଲାଭ କରିପାରିବେ ତାହା ପାଇଁ ବାର୍ତ୍ତା ଦେଇଥିଲେ। ଏହି ଶିବିରକୁ ସମସ୍ତ ବସ୍ତି ବାସିନ୍ଦା ସମ୍ପୂର୍ଣ ସମର୍ଥନ କରିଥିଲେ।
Recent Comments