logo
add image
ବୌଦ୍ଧ ଜିଲ୍ଲାର କଣ୍ଟାମାଳରେ ଆଇ ସି ଡି ଏସ ପକ୍ଷରୁ ପୋଷଣଉତ୍ସବ ପାଳନ ।

ବୌଦ୍ଧ ଜିଲ୍ଲାର କଣ୍ଟାମାଳରେ ଆଇ ସି ଡି ଏସ ପକ୍ଷରୁ ପୋଷଣଉତ୍ସବ ପାଳନ ।


କଣ୍ଟାମାଳ/ବୌଦ୍ଧ/୩୦/୦୯/୨୦୨୩ /(ଆଧାର ମିଡ଼ିଆ)ରିପୋର୍ଟ-ଧବଳେଶ୍ଵର ମହାପାତ୍ର 
ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍ ରେ ଆଇ ସି ଡି ଏସ ପକ୍ଷରୁ ପୋଷଣ  ଉତ୍ସବ ପାଳିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ମହିଳା ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ମିଶନଶକ୍ତି କାର୍ଯ୍ୟାଳୟ ପରିସରରେ ସୁନ୍ଦର ସାଜସଜ୍ଜା ଓ ବର୍ଣ୍ଣାଢ଼୍ୟ ପରିବେଶରେ ମହାସମାରୋହରେ ଏହା ପାଳନ କରାଯାଇଛି। ଏଥିରେ    କଣ୍ଟାମାଳ ସିଡିପିଓ ଜ୍ୟୋସ୍ନାରାଣୀ ପାଢ଼ୀ ,କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧ୍ୟକ୍ଷ ଡାକ୍ତର ନିଖତ ମମିନ୍, ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ। ସମସ୍ତ ପରିଦର୍ଶିକା ସନ୍ତୋଷିନୀ ସାହୁଙ୍କ ,ମେଘମାଳା ମିଶ୍ର, ଜାନକୀ ଭୋଇ,ପଲ୍ଲବି ମେହେର ,ରଞ୍ଜିତା ସେଠି, ରଶ୍ମିନ୍ ଦିଗାଲ  ସଂଯୁକ୍ତା ସାହୁ ଙ୍କପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କଣ୍ଟାମାଳ ଆଇ ସି ଡି ଏସ ଅନ୍ତର୍ଗତ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଏବଂ କର୍ମଚାରୀ ମୁରୁଜରେ ଝୁଣ୍ଟି କାଟି କଳସ ସ୍ଥାପନ ପୂର୍ବକ ଅନେକ ପ୍ରକାରର ତଟକା ପନିପରିବା, ମାଣ୍ଡିଆ, ବିଭିନ୍ନ ପୁଷ୍ଟିକର ଜାତୀୟ ଶୁଖିଲା ଖାଦ୍ୟପଦାର୍ଥ ଏବଂ ରନ୍ଧା ଖାଦ୍ୟ ସବୁକୁ ପୋଷ୍ଟର ,ପ୍ଳା କାର୍ଡ ଇତ୍ୟାଦି ଲଗାଇ ସୁନ୍ଦର ଢଙ୍ଗରେ ପ୍ରଦର୍ଶିତ କରିଥିଲେ। କଣ୍ଟାମାଳ ପରିଦର୍ଶିକା ରଶ୍ମିନ୍ ଦିଗାଲ ଅତିଥି ପରିଚୟ ଓ ପୋଷଣ ମାସ ପାଳନ ଉତ୍ସବ ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ପ୍ରତିପାଦନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସିଡିପିଓ  ଯ୍ଯୋସ୍ନାରାଣୀ ପାଢୀ ପୋଷଣ ପଞ୍ଚ ସୁତ୍ର - ପୌଷ୍ଟିକ ଆହାର, ପ୍ରଥମ ହଜାରେ ଦିନର ଗୁରୁତ୍ଵ, ରକ୍ତ ହୀନତା, ସ୍ଵଛତା,ଡାଇରିଆ ପ୍ରବନ୍ଧନ ଉପରେ ଗୁରୁତ୍ୱାରୋପ କରି ବକ୍ତବ୍ୟ ପ୍ରଦାନ କରିଥିଲେ। ପୂର୍ବକାଳରେ ଲୋକମାନେ ଜୈବିକ ଚାଷରେ ଉତ୍ପାଦିତ ପୁଷ୍ଟିକର ଖାଦ୍ୟ ପଦାର୍ଥ ଖାଉ ଥିବାରୁ ସେମାନେ ସୁସ୍ଥ, ସବଳ ଓ କର୍ମଠ ହୋଇ ପାରୁଥିଲେ, କିନ୍ତୁ ଆଜିକାଲି ଫାଷ୍ଟ ଫୁଡ୍ ଓ ଅପଦାର୍ଥ ଖାଦ୍ୟ ଖାଇବା ଦ୍ବାରା ନାନାଦି ରୋଗର ଶିକାର ହେବାକୁ ପଡୁଥିବା ସିଡିପିଓ ଶ୍ରୀମତୀ ପାଢ଼ୀ କହିବା ସହ ମା ଓ ଶିଶୁ ମାଣ୍ଡିଆ ଜାତୀୟ ଖାଦ୍ୟ ତଥା ପୁଷ୍ଟିକର ଖାଦ୍ୟ ଖାଇବା ଉପରେ ବୁଝାଇଥିଲେ। ଏତବ୍ୟତୀତ ଶିଶୁ ଓ ମାଙ୍କ ଖାଦ୍ୟ କଣ କଣ  ହେବା ଉଚିତ୍, ଇତ୍ୟାଦି ଉପରେ ଶ୍ରୀମତୀ ପାଢ଼ୀ ବୁଝାଇ ଥିଲେ ।ସେହିପରି ଡାକ୍ତର  ନିହତ ମମିନ୍ ପୁଷ୍ଟିକର ଖାଦ୍ୟ ଦ୍ଵାରା ଡାଇରିଆ, ରକ୍ତ ହୀନତା,ରକ୍ତଚାପ ଇତ୍ୟାଦି ଅନେକ ରୋଗକୁ ପ୍ରତିହତ କରାଯାଇ ପାରିବ ବୋଲି କହିବା ସହ ଅନେକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ  କେତେକ ନବଜାତକ ଶିଶୁ ମାନଙ୍କ ଅନ୍ନପ୍ରାସନ୍ନ ଓ ଗର୍ଭବତୀ ମହିଳାଙ୍କୁ ସୁସ୍ୱଦ୍ୟ ତଥା ସୁଆଦିଆ ଖାଦ୍ୟ ପ୍ରଦାନ ପୂର୍ବକ ଉତ୍ସବ ପାଳନ କରାଯାଇଥିଲା।  କାର୍ଯ୍ୟକ୍ରମକୁ ଆସିଥିବା ଶତାଧିକ ଏସ ଏଚ ଜି ମହିଳା, ଗ୍ରାମର ମହିଳା ,କିଶୋର ଓ କିଶୋରୀ ମାନଙ୍କୁ ପ୍ରଦର୍ଶିତ ଖାଦ୍ୟ ପଦାର୍ଥ ବୁଲାଇ ଦେଖାଇବା ସହ ବୁଝାଇଥିଲେ  ଉପସ୍ଥିତ ସମସ୍ତଙ୍କୁ ପଲ୍ଲବି ମେହେର ପରିଦର୍ଶିକା ମନମୁଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।

Recent Comments

Leave Comments

Top