logo
add image
ଅସ୍ତରଙ୍ଗରେ ବ୍ୟାପୁଛି ଡେଙ୍ଗୁ-ମେଡିକାଲରେ ଜ୍ଵର ଆକ୍ରାନ୍ତ ରୋଗୀଙ୍କ ଲମ୍ବା ଲାଇନି.

ଅସ୍ତରଙ୍ଗରେ ବ୍ୟାପୁଛି ଡେଙ୍ଗୁ-ମେଡିକାଲରେ ଜ୍ଵର ଆକ୍ରାନ୍ତ ରୋଗୀଙ୍କ ଲମ୍ବା ଲାଇନି.

ଅସ୍ତରଙ୍ଗ/୨୭ /୦୮/୨୦୨୩/ (ଆଧାର ମିଡ଼ିଆ)
ପୁରୀଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ଗତ କିଛିଦିନ ହେବ ଡେଙ୍ଗୁ ଜ୍ୱର ରୋଗୀଙ୍କ ସଂଖ୍ୟା ବଢୁଥିବା ଜଣାପଡୁଛି. ଅସ୍ତରଙ୍ଗ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶତାଧିକ ଜ୍ୱରକ୍ରାନ୍ତ ରୋଗୀ ଆସୁଛନ୍ତି. ଯାହାକୁ ଚିକିତ୍ସା କରି ମେଡିକାଲ ପରିସରରେ ଥିବା ନିଦାନ କେନ୍ଦ୍ରରେ ରକ୍ତନମୁନା ପରୀକ୍ଷା ପାଇଁ ସଂଗ୍ରହକରି ରଖାଯାଉଛି. ଗତ ଏକସପ୍ତାହ ମଧ୍ୟରେ ୪୫ଜଣ ବ୍ୟକ୍ତିଙ୍କ ନମୁନା ଗୁଡିକ ପରୀକ୍ଷା ନିମନ୍ତେ ପୁରୀ ମୁଖ୍ୟ ଚିକିତ୍ସାଳୟ ପଠାଇଯାଇଛି. ଡେଙ୍ଗୁ ରୋଗୀ ମାନଙ୍କ ଚିକିତ୍ସା ପାଇଁ ଏଠାରେ ଅନୁସାଙ୍ଗିକ ସୁବିଧା ନଥିବାରୁ ସେମାନଙ୍କୁ ଭୁବନେଶ୍ୱର ପଠାଇ ଦିଆଯାଉଛି.ଏଠାରେ ଡେଙ୍ଗୁ ରୋଗୀ ମାନଙ୍କ ପାଇଁ ଏକ ଡେଙ୍ଗୁ ୱାର୍ଡ ଖୋଲିବା ସହିତ ଆବଶ୍ୟକ କିଟ ଓ ବିଶେଷାଜ୍ଞ ଦ୍ୱାରା ଉତ୍ତମ ସେବା ଯୋଗାଇ ଦେବାକୁ ସ୍ଥାନୀୟ ଲୋକ ଦାବୀ କରିଛନ୍ତି. ଏ ସମ୍ପର୍କରେ ଅସ୍ତରଙ୍ଗ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ସଞ୍ଜୟ ପ୍ରଧାନ କହିଛନ୍ତି ଏକ ସପ୍ତାହରେ ୪୫ ଜଣ ବ୍ୟକ୍ତି ନମୁନା ସଂଗ୍ରହ ହୋଇ ପଠାଯାଇଛି. ଅନ୍ୟପଟେ ପ୍ରତି ପଂଚାୟତ ରେ ଲୋକଙ୍କୁ ସଚେତନ କରିବା ସହ ଡେଙ୍ଗୁଜ୍ୱର ନ ବ୍ୟାପିବାକୁ ସେଥିପ୍ରତି ସଚେତନ କରାଯାଉଥିବା କହିଛନ୍ତି.

Recent Comments

Leave Comments

Top