ଯୋଡ଼ା/୨୨/୦୮/୨୦୨୩/ (ଆଧାର ମିଡ଼ିଆ)
ଅରକ୍ଷିତକୁ ଦଇବ ସାହା ଭଳି ଅସହାୟ ବୃଦ୍ଧ ମାନଙ୍କ ଆଶାର ବାଡି ସାଜିଛି ଆଶାର ଦ୍ଵାର ଫାଉଣ୍ଡେସନ। କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାରେ ଥିବା ଚାରିନମ୍ୱର ୱାର୍ଡ ଚର୍ଚସ୍କୁଲ ନିକଟସ୍ଥରେ ମୁନୀ ମୁଣ୍ଡା ନାମକ ଏକ ଅସୁସ୍ଥ ବୃଦ୍ଧ ମହିଳା ଦୀର୍ଘ ଦିନରୁ ପଡ଼ି ରହିଥିଲେ। ସେଠିକାର ସ୍ଥାନୀୟ ବାସିନ୍ଦା ପ୍ରତ୍ୟେକ ଦିନ ସେହି ବୃଦ୍ଧ ମହିଳାକୁ ଖାଇବାକୁ ଦେଉଥିଲେ. କିନ୍ତୁ ସେ ଅସୁସ୍ଥ ଥିବାରୁ କିଛି ଖାଉନଥିଲେ। ଏହାପରେ ସେଠିକାର ସ୍ଥାନୀୟ ବାସିନ୍ଦା ଆଶାର ଦ୍ଵାର ଫାଉଣ୍ଡେସନର ସଦସ୍ୟ ଦୀପରାଣୀ ମହାକୁଡଙ୍କୁ ଯୋଗା ଯୋଗ କରିଥିଲେ ଓ ସେହି ୱାର୍ଡ କାଉନସିଲର ଅବୁଲ ହୁସେନ ମଧ୍ୟ ଏଡିଏଫ୍ ର ନିର୍ଦେଶକ ବିଜୟ ମହାକୁଡ଼ ଏହି ସମସ୍ୟା ବିଷୟରେ ଜଣାଇଥିଲେ। ସମସ୍ତ ସଦସ୍ୟମାନେ ସେହି ଅସୁସ୍ଥ ମାଉସୀଙ୍କ ପାଖରେ ଯାଇ ପହଞ୍ଚି ଯାଇଥିଲେ। ବୃଦ୍ଧ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖି ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଯୋଡ଼ା ଟାଟା ଷ୍ଟିଲ ଡାକ୍ତରଖାନାକୁ ତାଙ୍କର ଚିକିତ୍ସା ପାଇଁ ନେଇଯାଇଥିଲେ। ସେଠାରେ ଡ଼ାକ୍ତର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚକରି ତାଙ୍କୁ ଆଇସିୟୁରେ ଭର୍ତି କରିଥିଲେ।ଏହାପରେ ଆଶାର ଦ୍ଵାର ଫାଉଣ୍ଡେସନର ସଦସ୍ୟ ମାନେ ମୁନୀ ମୁଣ୍ଡାର ଗାଁ ଵିଲେଇପଦା ଫାଣ୍ଡି ସ୍ଥିତ ଗୋବିନ୍ଦପୁର ଯାଇ ତାଙ୍କଘର ପରିବାର ଲୋକଙ୍କ ସହିତ ଯୋଗା ଯୋଗ କରିଥିଲେ ଓ ଶେଷରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ସେହିଭଳି ଆଉ ଏକ ଘଟଣା ତିନି ନମ୍ୱର ୱାର୍ଡ ସିନେମା ହଲ ପଛ ପାଖରେ ପପ୍ଲୁ ମହାକୁଡ ନାମକ ବ୍ୟକ୍ତି ମଧ୍ୟ କିଛିଦିନ ପୂର୍ବରୁ ରୋଗାକ୍ରାନ୍ତ ହୋଇ ଘରେ ପଡ଼ି ରହିଥିଲେ। ତାଙ୍କୁ ମଧ୍ୟ ଫାଉଣ୍ଡେସନର ସଦସ୍ୟ ମାନେ ନେଇ ଟାଟା ଷ୍ଟିଲ ଡାକ୍ତରଖାନାର ଚିକିତ୍ସା କରାଉଛନ୍ତି । ବର୍ତ୍ତମାନ ପାପ୍ଲୁ ମହାକୁଡଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକଅଛି। ଏହିଭଳି ଭାବରେ ଆଶାର ଦ୍ଵାର ଫାଉଣ୍ଡେସନର ସଦସ୍ୟ ମାନେ ସର୍ବଦା ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢାଇଥାନ୍ତି।
Recent Comments