ସୁବର୍ଣପୁର/୨୧/୦୮/୨୦୨୩/(ଆଧାର ମିଡ଼ିଆ)
ଆଜି ବରିଷ୍ଠ ନାଗରିକ ଦିବସ ଅବସରରେ ମହାରାଜା ହାଇସ୍କୁଲର ପ୍ରାକ୍ତନ ଗଣିତ ଶିକ୍ଷକ ତଥା ଗୀତା ଭାଷ୍ୟ ସଂକଳନର ରଚୟିତା √ ପ୍ରଷନ୍ନ କୁମାର ପଣ୍ଡାଙ୍କ ସ୍ମୁତିରେ ସୁବର୍ଣ୍ଣପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସ୍ୱଚ୍ଛ ଭାରତ ଓ ରାମଧୁନ କ୍ଲବ୍ ଆନୁକୁଲ୍ୟରେ ମଝିପଡ଼ା କାଳୀ ପୂଜା ମଣ୍ଡପରେ ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି l ସକାଳ ୮ ଘଣ୍ଟାରୁ ୧୧ଘଣ୍ଟା ଯାଏ ଏହି ଶିବିରରେ ଶତାଧିକ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି l ଏହି ଶିବିରକୁ ଜ଼ିଲ୍ଲା ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀ ଶୁଭ ଉଦଘାଟନ କରି ସ୍ୱେଚ୍ଛାସେବୀଙ୍କ ଏହି ପ୍ରୟାସ ପ୍ରଶଂସନୀୟ ବୋଲି କହି ବରିଷ୍ଠ ନାଗରିକଙ୍କୁ ସେବା ଓ ସମ୍ମାନଦେବା ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ମତ ରଖିଥିଲେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଗରିକ ସଂଘ ସଭାପତି ଡ଼ଃ. ଜ୍ୟୋତି ରଞ୍ଜନ ବହିଦାର, ପ୍ରାକ୍ତନ ପୌରାଧ୍ୟକ୍ଷ କଇରୁ ସ୍ୱାଇଁ, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ପଠାନ କୁମାର ପଣ୍ଡା ଯୋଗ ଦେଇ ବରିଷ୍ଠ ନାଗରିକ ଙ୍କ ସ୍ୱାସ୍ଥ୍ୟ ପ୍ରତି ଆମେ ଯତ୍ନ ବାନ ହେଲେ ଓ ସେମାନେ ସୁସ୍ଥ ରହିଲେ ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ମତ ରଖିଲେ l ଏହି ଶିବିରରେ ଡାଇବେଟିସ, ରକ୍ତ ଚାପ ତଥା ଏ ଏସଜିର ସମ୍ପୂର୍ଣ୍ଣ ମାଗଣାରେ CUREBAY ସ୍ଵାସ୍ଥ୍ୟ ସେବା ସଂସ୍ଥା ତରଫରୁ ପରୀକ୍ଷା କରାଗଲା l ଏହା ସହିତ ଏସିଡ, ଗେଷ୍ଟିକର ଚିକତ୍ସା ଓ ମାଗଣା ଔଷଧ ମଧ୍ୟ ଦିଆଗଲା l ଡାକ୍ତର ସରୋଜ ପଟେଲ, ଫର୍ମାସିଷ୍ଟ ସୁଵାଷ ପଧାନ, କ୍ୟୁରବେ ସ୍ୱାସ୍ଥ୍ୟ ସେବା ସଂସ୍ଥାର ସି ବିଏମ ନରେନ୍ଦ୍ର ସାହୁ, ସିଷ୍ଟର ରଶ୍ମିତା ବେହେରା ଚିକିତ୍ସାରେ ସହଯୋଗ କରିଥିବା ବେଳେ କାଉନଶୀଲର ପିୟୁଷ ପଣ୍ଡା,ରାମଧୁନ କ୍ଲବ ସମ୍ପାଦକ ବିକାଶ ପଣ୍ଡା,ସନ୍ତୋଷ ପାଢ଼ୀ, ଯୋଗାଳୟର ଉପଦେଷ୍ଟା ରାଧା କିସାନ ଆଗ୍ରୱାଲା, ସ୍ୱଚ୍ଛ ଭାରତର ଉପଦେଷ୍ଟା ଗରିବ ଲୋଇ, ବୈକୁଣ୍ଠ ଶତପଥୀ,ବିନୋଦ ମେହେର,ଇନ୍ଦୁ ମତି ପୁରୋହିତ,ପ୍ରହଲ୍ଲାଦ ମିଶ୍ର ,ପ୍ରମୋଦ ସାହୁ, ତରଣୀ ମେହେର,ଲଡ଼ୁ କିଶୋର ମଲ୍ଲିକ,ସୁଶାନ୍ତ ସାହୁ,ପ୍ରତାପ ଦାଶ,ଜୟନ୍ତ ବେହେରା,ଗଣେଶ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ l କୋଡିନେଟର ମନୋରଞ୍ଜନ ତ୍ରିପାଠୀ ସଭା ସଂଯୋଜନା କରିଥିବା ବେଳେ ମନୋଜ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l
Recent Comments