ବୌଦ୍ଧ/୧୪/୦୮/୨୦୨୩/(ଆଧାର ମିଡ଼ିଆ)ରିପୋର୍ଟ-ଧବଳେଶ୍ଵର ମହାପାତ୍ର
ଶ୍ରୀ ଶ୍ରୀ ରାମଲୀଳା ନାଟ୍ୟ ସଂସଦ ବୌଦ୍ଧର ପୂର୍ବତନ ଗୁରୁ ସ୍ଵର୍ଗତ ଭିକାରୀ ଚରଣ ନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆଜି ବୌଦ ସହରର ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଏକ ସ୍ଵେଛାକୃତ "ରକ୍ତ ଦାନ ଶିବିର" ଅନୁଷ୍ଠିତ ହୋଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦାରିଦ୍ର ଭଞ୍ଜନ ମଦନ ମୋହନ ପାତ୍ର,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ସଂଘମିତ୍ରା ପଣ୍ଡା ଓ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ତଥା ରାମଲୀଳା ନାଟ୍ୟ ସଂସଦର ସଭାପତି ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ୬୨ ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି । ଶ୍ରୀ ରାମଲୀଳା ନାଟ୍ୟ ସଂସଦ ବୌଦ୍ଧର ସମସ୍ତକର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ରହିଥିଲେ ।
Recent Comments