logo
add image
ଲଳିତ ନାଏକ ଫାଉଣ୍ଡେସନ ପକ୍ଷରୁ ଶ୍ରମିକଙ୍କ ଚକ୍ଷୁ ଚିକତ୍ସା ଶିବିର ଉଦଘାଟନ-

ଲଳିତ ନାଏକ ଫାଉଣ୍ଡେସନ ପକ୍ଷରୁ ଶ୍ରମିକଙ୍କ ଚକ୍ଷୁ ଚିକତ୍ସା ଶିବିର ଉଦଘାଟନ-

ସୁବର୍ଣ୍ଣପୁର/୧୩/୦୮/୨୦୨୩/(ଆଧାର ମିଡ଼ିଆ)
ଆଜି ଓଡିଶା ରାଜ୍ୟ ପଣ୍ୟlଗାର ନିଗମ ସୋନପୁର ଠାରେ ଲଳିତ ନାଏକ ଫାଉଣ୍ଡେସନ ବାଲାଙ୍ଗୀର ପକ୍ଷରୁ ଶ୍ରମିକ ମାନଙ୍କ ପାଇଁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି l ମହାନଦୀ ନେତ୍ର ଚିକିତ୍ସାଳୟ ପାଣ୍ଡପାଲି ବୀରମହାରାଜପୁରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରକୁ ସୁବର୍ଣ୍ଣପୁର ଅତିରିକ୍ତ ଜ଼ିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଉଦଘାଟନ କରିଥିଲେ l ଏବଂ ତୁଳସୀର ବାସ୍ନାଭଳି ଛାତ୍ର ଜୀବନରୁ ଲଳିତ ନାଏକଙ୍କ ସେବା ଓ ପ୍ରତିଭା ସ୍ପଷ୍ଟ ବାରି ହୋଇ ପଡୁଥିଲା ବୋଲି ମତରଖି ସବୁବେଳେ ଶ୍ରୀ ନାଏକଙ୍କ ବଚନ ଓ ଆଚରଣ ସମାନ ଥିଲା ବୋଲି ଏଡିଏମ ଶ୍ରୀ ଦାଶ କହିଥିଲେ l ସମ୍ମାନିତ ଅତିଥି ଭାବେ ନୂତନ ଏସଡିପିଓ  ଶ୍ରୀ ରାଜ କିଶୋର ମିଶ୍ର ଯୋଗଦେଇ ଦୁର୍ଗତ ମାନଙ୍କର ବନ୍ଧୁ ଲଳିତ ନାଏକ ବୋଲି ମତରଖି ଏ ଅଞ୍ଚଳର ଶିକ୍ଷା ସ୍ୱାସ୍ଥ୍ୟ ଦିଗରୁ ତାଙ୍କ ଏକ ଭିନ୍ନ ଭିଜନ ଥିଲା ବୋଲି କହିଥିଲେ l ସଭାରେ ସମାଜସେବୀ ମନୋରଞ୍ଜନ ତ୍ରିପାଠୀ ଓ ଲଳିତ ଫାଉଣ୍ଡେସନର ଅଧ୍ୟକ୍ଷ ଦୀପକ ନାଏକ (ବବୁଲୁ ) ଅତିଥି ଭାବେ ଯୋଗ ଦେଇ ସୋନପୁର ଅଞ୍ଚଳରେ ବିଭିନ୍ନ କ୍ଷେତ୍ରରେ ଥିବା ଫାଉଣ୍ଡେସନର ସେବା କାର୍ଯ୍ୟ ଓ ଅବଦାନ ଉପରେ ଆଲୋକପାତ କରି ସଂଗଠନର ଉଜ୍ବଳ ଭବିଷ୍ୟତ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ଓ  ଶ୍ରମିକଙ୍କ ସ୍ୱାସ୍ଥ୍ୟ ସୁଧାର ଓ ଏକତl ହିଁ ଏହାର ଲକ୍ଷ୍ୟ ବୋଲି କହିଥିଲେ l ସଂଗଠନ ସଦସ୍ୟ ଅଙ୍କୁଶ ପାଣ୍ଡିଆ ସଭା ସଂଯୋଜନା କରିଥିବା ବେଳେ ଅଙ୍କିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଏମଏନସି  ପଣ୍ଡାପାଲିର ଛଅଜଣ ଟେକନିସିଆନ ସୁଜିତ ଥlପା, ଶିବ ଶଙ୍କର ଭୋଇ, ଦିବ୍ୟା ମେହେର, ଲିପିକା ବେହେରା,ଚନ୍ଦ୍ର ଶେଖର ନନ୍ଦ, ମନୋଜ ସାହୁ, ପ୍ରମୁଖ ଶତାଧିକ ଶ୍ରମିକ ଙ୍କ ଚକ୍ଷୁ ପରୀକ୍ଷା କରି ପାଞ୍ଚଜଣ ଶ୍ରମିକଙ୍କୁ ମାଗଣା ଅପରେସନ କରିବେ ବୋଲି ସୂଚନା ମିଳିଛି l ଫାଉଣ୍ଡେସନ ସଦସ୍ୟ ଅଙ୍କୁଶ ପାଣ୍ଡିଆ,ତାପସ ମହାନ୍ତି, ବିବେକା ନନ୍ଦ ପଟେଲ,ଅଙ୍କିତ ସାହୁ, ସୌମ୍ୟ ରଞ୍ଜନ ମିଶ୍ର,ଆଶିଷ ବାରିକ,ଦେବାଶିଷ ପାଣ୍ଡିଆ,ଚନ୍ଦନ ବରାଇ,ପ୍ରମୁଖ ସହଯୋଗ କରିଥିଲେ l ଉପଦେଷ୍ଟା ରତନ ମହାରଣl, ପ୍ରଭାକର ମିଶ୍ରଙ୍କ ନିର୍ଦ୍ଧେଶ କ୍ରମେ ଏ କାର୍ଯ୍ୟକ୍ରମକୁ ସୁଚାରୁ ପାଳନ କରାଯାଇଛି l

Recent Comments

Leave Comments

Top