ବୌଦ୍ଧ/୧୩/୦୮/୨୦୨୩/(ଆଧାର ମିଡ଼ିଆ)ରିପୋର୍ଟ-ଧବଳେଶ୍ଵର ମହାପାତ୍ର
ବୌଦ୍ଧଜିଲ୍ଲା ପ୍ରେସକ୍ଳବର ଷଷ୍ଠତ୍ତମ ବାର୍ଷିକ ଉତ୍ସବ ଅବସରରେ ରବିବାର ଦିନ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ପରିସରରେ କ୍ଳବ ଆନୁକୂଲ୍ୟରେ ପଣ୍ଡlପାଲି ନେତ୍ର ଚିକିତ୍ସାଳୟ ଆୟୋଜନରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଉପାନ୍ତ ଅଞ୍ଚଳର ପ୍ରାୟ ୭୦ ଜଣ ରୋଗୀ ଆସି ଚକ୍ଷୁପରୀକ୍ଷା କରାଯିବା ସହିତ ମାଗଣା ଔଷଧ, ଚଷମା ଏବଂ ୨୩ ଜଣ ରୋଗୀଙ୍କୁ ପଣ୍ଡlପାଲି ନେତ୍ର ଚିକିତ୍ସାଳୟକୁ ଉଚ୍ଚ ମାନର ଚିକିତ୍ସା ଏବଂ ଚକ୍ଷୁ ଅସ୍ତ୍ରପ୍ରଚାର ପାଇଁ ପଠାଯାଇଥିଲା l ପ୍ରେସ କ୍ଳବର ଏହି ଷଷ୍ଠ ବାର୍ଷିକଉତ୍ସବ ଅବସରରେ ଜୁଲାଇ ୨୬ ତାରିଖରେ ତାର ବାର୍ଷିକ ଉତ୍ସବ ପାଳନ କରିଥିବା ବେଳେ ଅଗଷ୍ଟ ୪ ତାରିଖରେ ରକ୍ତଦାନ ଶିବିର,୧୧ ତାରିଖ ରେ ସ୍ୱାବଲମ୍ବୀ ଭାରତ ସମ୍ପର୍କିତ କର୍ମଶାଳା, ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଏବଂ ଆଜି ଚକ୍ଷୁ ଚିକିତ୍ସାଶିବିର ଅନୁଷ୍ଠିତ କରାଯାଇଛି lଉକ୍ତ ଶିବିରରେ କ୍ଳବର ସମ୍ପାଦକ -ରଘୁନାଥ ଷଡ଼ଙ୍ଗୀ, ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସିଂ,ସମରେଶ ମିଶ୍ର, ନରେନ୍ଦ୍ର ସାହୁ,ସୁକାନ୍ତ ପଟ୍ଟନାୟକ, ବିଭୁଦତ୍ତ ବୋଷ, ବାସୁଦେବ ସାହୁ, ସୁଶାନ୍ତ କୁମାର ବେହେରା, କୁମୁଦ ଚନ୍ଦ୍ର ସାହୁ, ସଦାନନ୍ଦ ନାଏକ, ଶ୍ରୀନିବାସ ସାହୁ ପ୍ରମୁଖ ସଦସ୍ୟ ଉପସ୍ଥିତ ରହିଥିବା ବେଳେ ପଣ୍ଡlପାଲି ନେତ୍ର ଚିକିତ୍ସାଳୟରୁ ଡା. ବିଜନ କୁମାର ନାଏକ, ମହେଶ ବେହେରା, ହରିବୋଲ ପ୍ରଧାନ, ପ୍ରତ୍ୟୁଷ ରଞ୍ଜନ ଦlଶ, ଢଳେଶ୍ଵର ପ୍ରଧାନ, ଶ୍ରୀଦ୍ଧlର୍ଥ ଦlଶ ଓ ସତ୍ୟରଞ୍ଜନ ପ୍ରଧାନ ରୋଗୀଙ୍କୁ ପରୀକ୍ଷା ନିରୀକ୍ଷl କରିଥିଲେ!ଉକ୍ତ ସମସ୍ତ କାର୍ଯ୍ୟକ୍ରମ ରେ ଛତ୍ରଙ୍ଗ ସରପଞ୍ଚ ବିନୋଦିନୀ ପ୍ରଧାନ ଓ ପୂର୍ବତନ ସରପଞ୍ଚ ତଥା ସମାଜ ସେବି ସୁଶୀଲ କୁମାର ପ୍ରଧାନ ସହଯୋଗ କରିଥିଲେ!
Recent Comments