ଭଦ୍ରକ/୧୧/୮/୨୦୨୩/(ଆଧାର ମିଡ଼ିଆ)ରିପୋର୍ଟ-ମଣିପ୍ରସlଦ ପାଢ଼ୀ
ଭଦ୍ରକ ସଳନ୍ଦୀ ହସ୍ପିଟାଲରେ ଭଗବାନ ସଦୃଶ ଡ଼ାକ୍ତରଙ୍କ ଉପରୁ ତୁଟୁଛି ଲୋକଙ୍କ ଆସ୍ଥା। ଡର ଆଉ କୋକୁଆ ଭୟରେ ରୋଗୀ ଏବଂ ସଂପର୍କୀୟ ସାଳନ୍ଦୀ ହସ୍ପିଟାଲରେ ଟ୍ୟୁମର ଅସ୍ତ୍ରୋପଚାର ଵେଳେ ରୋଗୀର ମୃତ୍ୟୁ।ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାରଲୋକେ।ଅପରେସନ ଟେବୁଲରେ ଚାଲିଗଲା ରୋଗୀ ଜିବନ।
ମୃତକ ହେଲେ ଧୂଷୁରୀ ଥାନା ଅଧିନସ୍ଥ କଟସାହି ପଂଚାୟତ ଗୁହାଳୀ ପାଳ ଗାଁର ସଞ୍ଜୁଲତା ପାତ୍ର।ସଞ୍ଜୁଲତା ପେଟରେ ହେଇଥିବା ଟ୍ୟୁମର ଯନ୍ତ୍ରଣା ନେଇ ଭଦ୍ରକରେ ଥିବା ବହୁ ପ୍ରତିଷ୍ଠିତ ସାଳନ୍ଦୀ ନରସିଙ୍ଗହୋମରେ ଅପରେସେନ୍ ପାଇଁ ଆଡମିଟ ହୋଇ ଥିଲେ।
ସରକାରଙ୍କ ପ୍ରଦତ୍ତ ବିଜୁ ସ୍ଵାସ୍ଥ୍ୟ କାର୍ଡରେ ସମ୍ପୂର୍ଣ ମାଗଣା ଅପରେସନକୁ ଖାମଖିଆଲି ଭାବି ଅନେକ ପ୍ରାଇଭେଟ୍ ନର୍ସିଂ ହୋମ ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିବା ବେଳେ। ଭଦ୍ରକରେ ନିର୍ଭର କରୁଥିବା ଚାରି ଜିଲ୍ଲାର ରୋଗୀଙ୍କ ଜୀବନ ବିପନ୍ନ ଆଡକୁ ଯାଉଛି। ସଞ୍ଜୁଲତାଙ୍କ ଅପରେସନ ବେଳେ ଆଖି ମୂଜିଦେଇ ଥିବା ବେଳେ।ଅତୀତରେ ଅନେକ ରୋଗୀ ଏଇ ଅପରେସନ ବେଳେ ମୃତ୍ତ୍ୟୁହେବା ଯାହା ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଆଠଦିନ ଆଗରୁ ଭଦ୍ରକ ମେଡ଼ିକାଲ ରେ ଫେମିଲି ପ୍ଲାନିଂ ଅପରେସନ ବେଳେ ଅସାବଧାନା ଯୋଗୁଁ ଜଣେ ମହିଳାଙ୍କ ମୂତ୍ରନାଡ଼ ଡ଼ାକ୍ତର କାଟି ଦେବାରୁ ତାଙ୍କର ମୁତ୍ୟୁକୁ ନେଇ ବୁଢ଼ା ବାପର କୋହ ଆଖିରୁ ନ ନିଭୁଣୁ ପୁଣି ସାଳନ୍ଦୀ ନର୍ସିଂହୋମରେ ଅଘଟଣ। ଯାହାକି କୋଉଠି ନା କେଉଁଠି ଚିକିତ୍ସା କରୁଥିବା ଡ଼ାକ୍ତରଙ୍କ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି।
Recent Comments