କାକଟପୁର/ପୁରୀ/୦୮/୦୮/୨୦୨୩/(ଆଧାର ମିଡ଼ିଆ)
କଥାରେ ଅଛି ଦଇବ ଯେତେ ବେଳେ ଦାଉସାଜିବ ସାହାର୍ଯ୍ୟ କରିବ କିଏ, ସଂସାରରେ ଅନେକ ରୋଗ ଅଛି.କିନ୍ତୁ ଯେତେବେଳେ ଗୋଟେରୋଗୀ କିମ୍ବା ତା ପରିବାର ଜାଣେ କର୍କଟ ରୋଗ ହେଇଛି ସେହି ସମୟରେ କେଉଁଭଳି ପରିସ୍ଥିତି ସୃଷ୍ଟିହୁଏ. ଠିକ ସେହିଭଳି ଏକ ଦୁଃଖ ଦାୟକ ଘଟଣା ଘଟିଛି କାକଟପୁର ଦହିଖିଆ ଗ୍ରାମର ଦିନ ମଜୁରିଆ ସମ୍ପଦ ସେଠୀଙ୍କ ପରିବାର ଭିତରେ. ତାଙ୍କର ଏକମାତ୍ର ବାରବର୍ଷର ପୁଅ ସୋନୁସେଠୀ ଯିଏ ବର୍ତମାନ ଭୁବନେଶ୍ୱର ସମ୍ ହସ୍ପିଟାଲରେ ରକ୍ତକର୍କଟ ରୋଗରେ ପୀଡିତ, ପନ୍ଦରଦିନ ଧରି ତାର ବାପା ମା ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଧାରକରଜ କରି ଭୁବନେଶ୍ୱର ମେଡିକାଲରେ ସୋନୁଙ୍କ ଚିକିତ୍ସାପାଇଁ ଖର୍ଚ୍ଚକରି ସାରିଲେଣି , କିନ୍ତୁ ଏହି ପଇସା ସମୁଦ୍ରକୁ ଶଙ୍ଖେ ସଦୃଶ , ଡାକ୍ତରଙ୍କ କହିବା ଅନୁଯାୟୀ ଏହି କୁନି ପୁଅର ଚିକିତ୍ସା ପାଇଁ ଆବଶ୍ୟକ ପଚାଶଲକ୍ଷ୍ୟ ଟଙ୍କା, ଯାହା ଏକ ବୋଝ ଉପରେ ଲଳିତାବିଡା ସାଜିଛି ଏହି ଦିନ ମଜୁରିଆ ପରିବାର ପାଇଁ. ସରକାରୀ ସହାୟତା ଅପହଞ୍ଚ ପରିବାର ପାଖରେ ଅର୍ଥ ଏତେ ନାହିଁ ଯେ ସୋନୁଙ୍କ ଚିକିତ୍ସା ସମ୍ଭବ ହୋଇପାରିବ, ସେଥିପାଇଁ ଆଜି ସୋନୁଙ୍କ ସାଙ୍ଗ ସାଥିମାନେ ଏକତ୍ରିତ ହେଇ କାକଟପୁର ମୁଖ୍ୟ ରାସ୍ତାରେ ଡବାଧରି ସୋନୁଙ୍କ ଚିକିତ୍ସା ପାଇଁ ବାଟରେ ଯାଉଥିବା ବାଟୋଇଙ୍କୁ ବିକଳ ଆକୁଳ ହୋଇ ସୋନୁଙ୍କ ପାଇଁ ସାହାର୍ଯ୍ୟ ମାଗୁଛନ୍ତି ସହାୟତା. ଯିଏ ଯାହା ବି ଦେବ ତାକୁ ଏକତ୍ରିତ କରି ନିଜସାଥି ସୋନୁଙ୍କୁ ପଠାଉଛନ୍ତି,ସୋନୁଙ୍କ ସାଥି, ସହପାଠୀ ମାନେ ଦୁଆର ଦୁଆର ବୁଲୁଛନ୍ତି ସେପଟେ କାନ୍ଦୁଛି ଏକ ଅସହାୟ ମା, କାନ୍ଦୁଛି ଦହିଖିଆ ଗ୍ରାମ ସହିତ ସାରା ଅଞ୍ଚଳ. ଏହାକୁ ଦୃଷ୍ଟିରେ ରଖି କାକଟପୁର ଅଞ୍ଚଳର ଅନେକ ବୁଦ୍ଧିଜୀବୀ ମଧ୍ୟ ଆସିଛନ୍ତି ସୋନୁଙ୍କ ପାଇଁ ସାହାର୍ଯ୍ୟର ହାତ ବଢ଼ାଇବାକୁ,ମାତ୍ର ବାର ବର୍ଷର ପୁଅ ସୋନୁ, ହସି ଖେଳି ସାଙ୍ଗ ସାଥିଙ୍କ ମେଳରେ ଦିନ କାଟିବା ବୟସ, କିନ୍ତୁ କିଏ ଜାଣିଛି ଏମିତି ଗୋଟେ ଦିନ ଆସିବ ଆଜି ଜୀବନ ସହିତ ସଂଗ୍ରାମ କରିବାକୁ ପଡିବ ଏହି କୁନି ବୟସରେ, ବାପା ମା ଯେତେବେଳେ କୁନି ଶିଶୁ ପୁଅକୁ ନେଇ ଅନେକ ସ୍ଵପ୍ନ ଦେଖିଥିଲେ. କିନ୍ତୁ ଆଜି କଣ ସତରେ ସୋନୁଙ୍କ ପାଇଁ ଭଗବାନ କିଛି ବାଟ ଦେଖାଇବେ, କଣ ସେହି ଅଭାଗିନୀ ମା ତା ପୁଅକୁ ଭଲ କରିପାରିବ, କିଏ ଦେବ ଏତେ ବଡ଼ ସହାୟତା, ଆଜି ଯେଉଁଠି ସୋନୁଙ୍କ ପାଇଁ ସବୁ ହାତବନ୍ଦ ରହିଛି ତାର କୁନିସାଥି ମାନଙ୍କ ନିବେଦନ ରାଜ୍ୟ ସରକାରଙ୍କ ସମେତ ବିଭିନ୍ନ ସେତ୍ସାସେବୀ ଅନୁଷ୍ଠାନ ଆଗେଇ ଆସିବେ ତାହେଲେ ସୋନୁ ତାର ଭବିଷ୍ୟତ ଦୁନିଆ ଦେଖି ପାରିବ.
Recent Comments