ସୁବର୍ଣପୁର/୦୮/୦୮/୨୦୨୩/(ଆଧାର ମିଡ଼ିଆ)
ଆଜି ସୋନପୁର ମୋଡେଲ ଡିଗ୍ରୀ କଲେଜ ଓ ଯଶୋଦା ଦେବୀ ନର୍ସିଙ୍ଗ କଲେଜରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇ ଥିଲା l ଏଥିରେ ସୁବର୍ଣ୍ଷପୁର ଏସପି ଅମରେଶ ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ରକ୍ତଦାନ ଓ ସମାଜରେ ଥିବା ଯୁବ ପିଢୀଙ୍କ ଦାୟିତ୍ୱ କର୍ତ୍ତବ୍ୟ ଉପରେ ସମାଜ ସୁଧାର ବାର୍ତ୍ତା ପ୍ରଦାନ କରିଥିଲେ l କଲେଜ ଇନ ଚାର୍ଜ ଅଧକ୍ଷ ମହେନ୍ଦ୍ର ଭୋଇ, ନର୍ସିଙ୍ଗ କଲେଜ ଡାଇରେକ୍ଟର ଦିବାକର ନାୟକ,ଅଧ୍ୟାପକ,ଅଧ୍ୟାପିକା,ଜ଼ିଲ୍ଲା ପୋଲିସ ଆର ଆଇ ସରୋଜ ବେହେରା, ରକ୍ତଦାତା ସଂଘ ଉଦ୍ୟୋକ୍ତl ମନୋଜ ପଣ୍ଡା, ଉପଦେଷ୍ଟା ମନୋରଞ୍ଜନ ତ୍ରିପାଠୀ ଯୋଗ ଦେଇ ବିଭିନ୍ନ ପରାମର୍ଶ କରି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ l ଆସନ୍ତା କାଲି ନଅ ତାରିଖ ବୁଧବାର କ୍ରାନ୍ତି ଦିବସ ରେ ହେବାକୁ ଥିବା ସ୍ଵେଛାକୃତ ରକ୍ତଦାନ ଶିବିରରେ ଅଧିକରୁ ଅଧିକ ଛାତ୍ର ଛାତ୍ରୀ କିଭଳି ସାମିଲ କରାଯିବ,ଶୃଙ୍ଖଳl ରକ୍ଷା ଓ ସଫଳ କରାଯାଇ ପାରିବ ସେନେଇ ଆଲୋଚନା ହୋଇଥିଲା l
Recent Comments