ସୁବର୍ଣ୍ଣପୁର/ ୦୭ /୦୮ /୨୩/(ଆଧାର ମିଡ଼ିଆ)
ସୋନପୁର ବ୍ଲକ ଛକରେ ବ୍ଲକ ପକ୍ଷରୁ ଆଜି ଏକ ମିଲେଟ ଶକ୍ତି କାଫେ ଉଦଘାଟିତ ହୋଇଯାଇଛି । ମଦର ଟେରେସା ବ୍ଲକ ଲେଭେଲ ଫେଡେରେସନ ଦ୍ୱାରା ପରିଚାଳିତ ଏହି ମିଲେଟ ଶକ୍ତି କାଫେକୁ ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ମୁଖ୍ୟଅତିଥି ଭାବରେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ସ୍ଥାନୀୟ ମାଁ ମାନଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ସହ ଜିଲ୍ଲାକୁ ଆସୁଥିବା ପର୍ଯ୍ୟଟକ ଏବଂ ସ୍ଥାନୀୟ ଗ୍ରାହକଙ୍କୁ ସୁଲଭ ଓ ସୁଆଦିଆ ଖାଦ୍ୟ ପରଷି ଦେବା ଲକ୍ଷ୍ୟରେ ଏହି କାଫେର ଆରମ୍ଭ କରାଯାଇଛି । ଆଜି ଏହି ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଅତିରକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ସିଡିଓ ଜିଲ୍ଲା ପରିଷଦ ଅଶ୍ୱିନୀ ମେହେର, ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ ପ୍ରମୁଖ ଯୋଗଦେଇଥିଲେ । ଏହି ମିଲେଟ ଶକ୍ତି କାଫେ ର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସୋନପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।
Recent Comments