logo
add image
ରକ୍ତଦାନ ସଚେତନତା ପାଇଁ ପଥପ୍ରାନ୍ତ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

ରକ୍ତଦାନ ସଚେତନତା ପାଇଁ ପଥପ୍ରାନ୍ତ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୋନପୁର/୦୭/୦୮/୨୦୨୩/(ଆଧାର ମିଡ଼ିଆ)
ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ପୋଲିସ ପକ୍ଷରୁ ସ୍ୱଚ୍ଛ ଭାରତ ସଂଗଠନ, ରକ୍ତ ଦାତା ସଂଘ, ମର୍ନିଙ୍ଗ ୱାକର ଓ  ସହରର ବିଭିନ୍ନ ସଂଗଠନର ମିଳିତ ସହଯୋଗରେ ଫରେଷ୍ଟ ସ୍ମାର୍ଟ ପାର୍କଠାରେ ସନ୍ଧ୍ୟାରେ ରକ୍ତଦାନ ସଚେତନତା ପାଇଁ ଏକ ପଥପ୍ରାନ୍ତ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏସପି  ଅମରେଶ ପଣ୍ଡା, ନୂତନ ଏସ୍ଡ଼ିପିଓ ରାଜ କିଶୋର ମିଶ୍ର, ଆରଆଇ ସରୋଜ କୁମାର ବେହେରା, ସ୍ୱଚ୍ଛ ଭାରତ ଉଦ୍ୟୋକ୍ତl ସୟଦ ଅଲିମୁଲ ଇସଲାମ, ପ୍ରଦୀପ ପୁରୋହିତ, ଇନ୍ଦୁମତି ପୁରୋହିତ ଅତିଥି ଭାବେ ଯୋଗଦେଇ ସନ୍ଧ୍ୟା ଭ୍ରମଣରେ ଥିବା ପାର୍କର ଶହ ଶହ ପୁରୁଷ ଓ ମହିଳାଙ୍କୁ ରକ୍ତଦାନ ଉପରେ ସଚେତନ କରିଥିଲେ l  ଏବଂ  ସହର ବାସୀ ଓ ସ୍ଵେଛାସେବୀ ଅନୁଷ୍ଠାନ ମାନଙ୍କ  ଏଇ ଉଦ୍ୟମ  ଏକ କ୍ରାନ୍ତିର ରୂପନେଉ l ଓ ରକ୍ତ ଦାନ ମାଧ୍ୟମରେ ଅନ୍ୟର ଜୀବନ ବଞ୍ଚିବା ସହ ସମାଜରେ ଏକ ଭାଇଚାରା ଓ ଶାନ୍ତିର ବାତାବରଣ ସୃଷ୍ଟି ହେଉବୋଲି ଅତିଥି ମାନେ ମତ ରଖିଥିଲେ l  ନଅ ତାରିଖର ବିଶାଳ ରକ୍ତଦାନ ଶିବିରକୁ ସଫଳ କରିବାକୁ ନିବେଦନ କରିଥିଲେ l ହାତରେ ପ୍ଲାକାର୍ଡ ଧରି ଲୋକେ ମଧ୍ୟ ପରସ୍ପରକୁ ସଚେତନ କରିଥିଲେ l ରକ୍ତ ଦାନ ଶିବରର ପ୍ରଚାର ପ୍ରସାର ପାଇଁ ଏକ ରେକର୍ଡିଙ୍ଗ ଅଟୋ  ଗାଡିକୁ ସବୁଜ ପତାକା ଦେଖାଇ ଏସପି ଶୁଭ ଉଦଘାଟନ କରିଥିବା ବେଳେ ନୂତନ ଆରଆଇ ସରୋଜ ବେହେରା, ମନୋଜ ପଣ୍ଡା ଓ ମନୋରଞ୍ଜନ ତ୍ରିପାଠୀ ସଭା ସଂଯୋଜନା କରିଥିଲେ l ନୂତନ ଏସଡିପିଓ ଶ୍ରୀ ମିଶ୍ର ଓ ଆର ଆଇ ଶ୍ରୀ ବେହେରାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l

Recent Comments

Leave Comments

Top