logo
add image
ସୁବର୍ଣ୍ଣପୁର ସଦରମହକୁମା ଠାରେ ବିଶ୍ୱ ମୁଖଗହ୍ୱର ଦିବସପାଳିତ.

ସୁବର୍ଣ୍ଣପୁର ସଦରମହକୁମା ଠାରେ ବିଶ୍ୱ ମୁଖଗହ୍ୱର ଦିବସପାଳିତ.

ସୁବର୍ଣ୍ଣପୁର/୨୦/୩/୨୦୨୨/ (ନ୍ୟୁଜ-ଆଧାର ଓଡିଶା) ଅଦ୍ୟ ମହିମା ବ୍ରୁଦ୍ଧାଶ୍ରମ ଝିଙ୍କି ସଦର ମହକୁମା ସୁବର୍ଣ୍ଣପୁର ଠାରେ ବିଶ୍ୱ ମୁଖଗହ୍ୱର ଦିବସ ପାଲିତ ହୋଇଯାଇଛି। ଏହି ଅବସରରେ ବ୍ରୁଦ୍ଧାଶ୍ରମର ସମସ୍ତ ଅନ୍ତେବାସୀ ଓ କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ ସଚେତନତା ସଭାରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁରର ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା.ମଞ୍ଜୁରାଣୀ ସିଂ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଦନ୍ତରୋଗ ଚିକିତ୍ସକ ଡା.ସତ୍ୟନାରାୟଣ ପଣ୍ଡା ମୁଖ୍ୟ ଉପଦେଷ୍ଟା ଭାବରେ ଯୋଗଦେଇ ଉପସ୍ଥିତ ଅନ୍ତେବାସୀ ତଥା କର୍ମକର୍ତ୍ତା ଦାନ୍ତ ତଥା ମୁଖଗହ୍ଵରର ଯତ୍ନ ଉପରେ ସରଳ ଭାଷାରେ ବୁଝାଇଥିଲେ। ଶେଷରେ ଡା.ସିଂ ଆଜି ଦିବସର ବିଷୟ ବସ୍ତୁକୁ ବୁଝାଇବା ପରେ ନିଜ ସମ୍ଭାଷଣରେ କହିଥିଲେ ଯେ, "ଆମେ ମୁଖଗହ୍ଵରକୁ ସୁସ୍ଥ ରଖିବାକୁ ହେଲେ ବିଡି,ସିଗାରେଟ୍,ଗୁଡାଖୁ ପରି ତମାଖୁ ଜାତୀୟ ଦ୍ରବ୍ୟ ସେବନର ବଦଭ୍ୟାସକୁ ପରିତ୍ୟାଗ କରିବାକୁ ହେବ।"ସଭା କର୍ୟକ୍ରମକୁ ଅକ୍ରୁର କୁମାର୍ ହୋତା ପରିଚାଳନା କରିଥିବା ବେଳେ ପିଣ୍ଟୁ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକାଶ୍ ଥାଉକି ଏଥିସହ ଜିଲ୍ଲା ସ୍ଵାସ୍ଥ ବିଭାଗ ସୁବର୍ଣପୁର ତରଫରୁ ସଦର ମହକୁମାର ଜନସମାଗମ ସ୍ଥାନରେ ହୋର୍ଡିଙ୍ଗ ଲଗାଇ ମୁଖଗହ୍ୱର ଯତ୍ନ ଉପରେ ସଚେତନତା ପାଇଁ ପ୍ରୟାସ କରାଯାଇଛି।       ( ରିପୋର୍ଟ-ଯୁଧିଷ୍ଠିର ସାହୁ )          
                                                          

Recent Comments

Leave Comments

Top