logo
add image
 ରକ୍ତଦାନ ମହାପୁର୍ଣ୍ୟ ବିଭିନ୍ନ ସାମାଜିକ ସଂଘଠାନ୍ ପକ୍ଷରୁ ରକ୍ତଦାନ ଶିବିର ।

ରକ୍ତଦାନ ମହାପୁର୍ଣ୍ୟ ବିଭିନ୍ନ ସାମାଜିକ ସଂଘଠାନ୍ ପକ୍ଷରୁ ରକ୍ତଦାନ ଶିବିର ।

ବୌଦ୍ଧ/୨୦ /୦୩ /୨୨/ (ନ୍ୟୁଜ-ଆଧାର ଓଡିଶା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ପୁରୁଣା କଟକ ପଞ୍ଚାୟତରେ ବିଭିନ୍ନ ସାମାଜିକ ସଂଗଠନ ଯଥା କିଡ଼ନୀ ପ୍ରପୀଡ଼ିତ ନାଗରିକ କମିଟି, ମା ମାହେଶ୍ୱରୀ ସେବା ସଂଗଠନ,ଗର୍ଜନ ସେନା,ୟୁଥ ରେଡକ୍ରସର ମିଳିତ ସହଯୋଗରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ 53 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l  ପ୍ରକାଶ ଥାଉକି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରରେ ଦୀର୍ଘଦିନ ଧରି ରକ୍ତଅଭାବ ଯୋଗୁଁ ବହୁତ ରୋଗୀ ନାହିଁ ନଥିବା ଅସୁବିଧା ହେଉଛି l ତେଣୁ ସମାଜସେବି ବନ୍ଧୁ ମାନେ ଜିଲ୍ଲାର ଗରିବ ନିରୀହ ରୋଗୀ ମାନଙ୍କ ପାଇଁ କିଛି କରିବାକୁ ଏକ ଅଭିନଵ ଯୋଜନା ଯୁଦ୍ଧକାଳୀନ ଭିତିରେ ଚାଲେଞ୍ଜ ଭାବରେ ଗ୍ରହଣକରି 53 ୟୁନିଟ ରକ୍ତ ସଂଗ୍ରହକରି ଜିଲ୍ଲାରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି l ଆଗାମୀ ଦିନରେ ମଧ୍ୟ ଏହିପରି ଭାବରେ ପ୍ରତି ଚାରିମାସରେ ଥରେ ପୁରୁଣାକଟକରେ ରକ୍ତଦାନ ଶିବିର ଅନୁଷ୍ଠିତ କରିବାକୁ ଏକ ନିଷ୍ପତି ନିଆଯାଇଥିବାର ଖବର ହସ୍ଥଗତ ହୋଇଛି l ଏହି କାର୍ଯ୍ୟକ୍ରମକୁ କିଡନୀ ମଞ୍ଚର ଆବାହକ ସମାଜସେବୀ ଇଂ ବିକାଶ ମହାକୁଳ ଅଶୋକ ସେଠି,ସମାଜସେବୀ ପ୍ରିୟବ୍ରତ ନାୟକ,ବାଲ୍ମୀକି ମହାକୁଡ଼, ଯୋଶୀ ବାବୁ ପ୍ରମୁଖ ରହି ରକ୍ତ ଦାନ ଶିବିରକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଶେଷରେ  ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଡାକ୍ତର ଏବଂ ଲାବ ଟେକ୍ନିସିଆନ ମାନେ ସହଯୋଗ କରିଥିବାରୁ କିଡ଼ନୀ ପ୍ରପୀଡ଼ିତ ନାଗରିକ କମିଟି ର ଆବାହକ ଇଂ ବିକାଶ ମହାକୁଳ ଏବଂ ପୁରୁଣାକଟକ ସରପଞ୍ଚ ଅଶୋକ ସେଠି ଧନ୍ୟବଦ ପ୍ରଦାନ କରିଛନ୍ତି l   ( ରିପୋର୍ଟ-ଧବଳେଶ୍ଵର ମହାପାତ୍ର )

                        

Recent Comments

Leave Comments

Top