logo
add image
ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ଗୁଣୁପୁର/ରାୟଗଡ଼ା/୦୧/୦୮/୨୦୨୩/(ଆଧାର ମିଡ଼ିଆ)
ଜିଲା ଗୁଣପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ଯୁକ୍ତ୨ ପ୍ରଥମ ବର୍ଷ କଳା ଓ ବିଜ୍ଞାନ ବିଭାଗର ଛାତ୍ରୀ ଛାତ୍ରମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ଉଦ୍ଦେଶ୍ୟରେ ଦୁଇଟି ପର୍ଯ୍ୟାୟରେ ଦୁଇଟି ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ କଳାବିଭାଗର ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ଭାରପ୍ରାପ୍ତ ଅଧ୍ୟକ୍ଷ ଶଶିଭୂଷଣ ମହାନ୍ତି ସଭାପତିତ୍ଵ କରିଥିଲେ। ଅଧ୍ୟାପିକା ବନ୍ଦିତା ଧୁରୁଆ,ଅଧ୍ୟାପକ ଗୋକୁଳାନନ୍ଦ ସାହୁ,ଅଧ୍ୟାପିକା ନମିତା ମୁଦୁଲି, ପ୍ରାଧ୍ୟାପକ ସୂର୍ଯ୍ୟ ନାରାୟଣ ପଣ୍ଡା ,ଅଧ୍ୟାପକ ଜ୍ୟୋତି ରଂଜନ ପଟ୍ଟନାୟକ ,ଅମୀୟ ରଞ୍ଜନ ମହାନ୍ତି, ଅଧ୍ୟାପକ ଜଗନ୍ନାଥ ଦୀପ ,ଅଧ୍ୟାପିକା ଡକ୍ଟର ଦୀପିକା ପଟ୍ଟନାୟକ,ଅଧ୍ୟାପକ ବସନ୍ତ କୁମାର ସାହୁ,ଅଧ୍ୟାପକ ଅଗାଧୁ ଶବର ,ଅଧ୍ୟାପକ ତାମିଲା ପାରାସେଠ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀଛାତ୍ରଙ୍କୁ ଯୁକ୍ତ୨ ଶ୍ରେଣୀର ପରୀକ୍ଷା ପ୍ରଣାଳୀ,
ଅନ୍‌ଲାଇନ୍‌ ଶିକ୍ଷା ସମ୍ବନ୍ଧରେ ପ୍ରଚଳିତ ବିଭିନ୍ନ ୱେବ୍‌ସାଇଟ ଓ କଲେଜର ବିଭିନ୍ନ ନୀତି ନିୟମ ବିଷୟରେ ବୁଝାଇଥିଲେ।   ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ବିଜ୍ଞାନ ବିଭାଗର ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥ‌ିରେ ଅଧ୍ୟକ୍ଷ ଶଶୀଭୂଷଣ ମହାନ୍ତି ପ୍ରାଧ୍ୟାପକ ସୂର୍ଯ୍ୟନାରାୟଣ ପଣ୍ଡା , ଅଧ୍ୟାପକ ଜଗନ୍ନାଥ ଦୀପ, ରାଜନୀତି ବିଜ୍ଞାନର ଅଧ୍ୟାପକ ଜ୍ୟୋତି ରଞ୍ଜନ ପଟ୍ଟନାୟକ, ଅଧ୍ୟାପକ ଡକ୍ଟର ରମାକାନ୍ତ ସାହୁ, ଅଧ୍ୟାପିକା ବନ୍ଦିତା ଧୁରୁଆ ପ୍ରମୁଖ ଉପସ୍ଥିତ ରହି କଲେଜର ସୁବିଧା ସୁଯୋଗ ,ଛାତ୍ରୀଛାତ୍ରଙ୍କ ପାଇଁ ପ୍ରଯୁଜ୍ୟ ପାଠ୍ୟଖସଡ଼ା,ଅନଲାଇନ୍ ପୋର୍ଟାଲ ତଥା ପରୀକ୍ଷା ପଦ୍ଧତି ବିଷୟରେ ସୂଚନା ଦେଇଥିଲେ।

Recent Comments

Leave Comments

Top