logo
add image
 ଜାମସେଠ ସରକାରୀ ଡାକ୍ତରଖାନାରେ ଗଛପଡ଼ି ମହିଳାଗୁରୁତର।

ଜାମସେଠ ସରକାରୀ ଡାକ୍ତରଖାନାରେ ଗଛପଡ଼ି ମହିଳାଗୁରୁତର।

ବରଗଡ଼/ପଦ୍ମପୁର/୧୯/୦୩/୨୦୨୨/(ନ୍ୟୁଜ-ଆଧାର ଓଡ଼ିଶା):- ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡର ପାଇକମାଳ ବ୍ଲକ ଅନ୍ତର୍ଗତ ଜାମସେଠ ସରକାରୀ ଡାକ୍ତରଖାନାରେ ଗଛପଡ଼ି ଜଣେମହିଳା ଆହତ ହୋଇଥିବା ଭଳି ଗୁରୁତର ଅଭିଯୋଗ ହୋଇଛି।ସର୍ଵ ପୁରାତନ ସରକାରୀ ଡାକ୍ତରଖାନା ଜାମସେଠରେ ବ୍ୟାପକଭାବେ ରୋଗୀ ଚିକିତ୍ସା ହୋଇ ପାରୁଥିଲେ।କିନ୍ତୁ. ଦୁର୍ଭାଗ୍ୟ ଯେ ଆଜକୁ ପ୍ରାୟ ୧୦/୧୫ବର୍ଷ ହେଲା ପ୍ରାଶାସନିକ ଅଧିକାରୀଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ଵେ ଏହି ପୁରାତନ ସରକାରୀ ଡାକ୍ତରଖାନା ପ୍ରତି କାହାରି ଦୃଷ୍ଟିଗୋଚର ହେଉ ନଥିବା ଅଭିଯୋଗ ହେଇଛି।ଯାଦ୍ଵାରା ଡାକ୍ତରଖାନା ପରିସର ମଧ୍ୟରେ ସାମୟିକ ଭାବରେ ଅବ୍ୟବସ୍ଥା ଦେଖା ଦେଇଛି।ଗତ ୧୮/୦୩ ରିଖ ଦିନ ପ୍ରାୟ ୧୧:୩୦ ସମୟରେ ଡାକ୍ତରଖାନା ପରିସରରେ ଥିବା ପୁରୁଣା ବମୁର୍ ଗଛ ପଡ଼ିଯିବାରୁ ବାଉଣ୍ଡରୀ ପାଖରେ ଥିବା ଉମେଶ ବେହେରା ଘରେ ପଡ଼ିଥିଲା।ଫଳରେ ଘରେ ଥିବା ଉମେଶଙ୍କ ଜୟନ୍ତୀ ବେହେରା (ବୟସ ପ୍ରାୟ ୩୫/୩୬) ଉପରେ ଗୁରୁତର ଆଘାତ ଲାଗିଥିଲା।ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଉମେଶ ନେଇ ଆଣିଥିଲେ। ତାଙ୍କ ସ୍ବାସ୍ଥ୍ୟ ଗୁରୁତର ଥିବା ଜଣାପଡିଛି।ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ଜନସାଧରଣରେ ଦାବୀ ହେଉଛି।   ( ରିପୋର୍ଟ-ଧିରେନ ମହାନ୍ତି )
                     
                                

Recent Comments

Leave Comments

Top