logo
add image
ବିଶାଳ ରକ୍ତଦାନ ଶିବିରପାଇଁ  ମହିଳା କଲେଜରେ ପ୍ରସ୍ତୁତି ବୈଠକ-ଛାତ୍ରୀଙ୍କୁ ସଚେତନ କଲେ ଏସପି

ବିଶାଳ ରକ୍ତଦାନ ଶିବିରପାଇଁ ମହିଳା କଲେଜରେ ପ୍ରସ୍ତୁତି ବୈଠକ-ଛାତ୍ରୀଙ୍କୁ ସଚେତନ କଲେ ଏସପି

ସୁବର୍ଣ୍ଣପୁର/୨୭/୦୭/୨୦୨୩/(ଆଧାର ମିଡ଼ିଆ )
ଆଜି ସୁବର୍ଣ୍ଣପୁର ଜିଲ୍ଲା ମୋ ସରକାର ଆମ ପୋଲିସ ମାଧ୍ୟମରେ ଆଗାମୀ ଅଗଷ୍ଟ ୪ତାରିଖ ଦିନ ହେବାକୁ ଥିବା ବିଶାଳ ରକ୍ତଦାନ ଶିବିର ଆୟୋଜନ କରିବା ସକାଶେ ସୋନପୁର ବିଜୁ ପଟ୍ଟନାୟକ ମହିଳା କଲେଜରେ ଏକ ପ୍ରସ୍ତୁତି ବୈଠକ ଓ ମୋଟିଭେସନ୍ କାର୍ଯକ୍ରମ ଅନୁଷ୍ଟିତ ହୋଇ ଯାଇଛି ।ଏହି କାର୍ଯକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୋଗଦେଇ ରକ୍ତଦାନର ଉପକାରିତା, ରକ୍ତଦାନ ପ୍ରତି ସଚେତନତା ତଥା ରକ୍ତଦାନ ପ୍ରତି ଯୁବ ପିଢ଼ିଙ୍କୁ  କିପରି  ଅଧିକରୁ ଅଧିକ ଆଗ୍ରହ ବୃଦ୍ଧି କରାଯାଇ ପାରିବ ସେ ବିଷୟରେ +୩ ଛାତ୍ରୀଙ୍କୁ ପ୍ରେରଣା ପ୍ରଦାନ କରିଥିଲେ। ଏବଂ  ଆମେ ଦୁର୍ଘଟଣାରେ ରାସ୍ତାରେ ରକ୍ତ ନଦେଇ ରୋଗୀଙ୍କୁ ରକ୍ତଦେଇ ଜୀବନ ବଞ୍ଚାଇବା ବୋଲି ଉତ୍ସାହିତ ଉତ୍ସାହିତ କରି ସଡ଼କ ସୁରକ୍ଷl ଉପରେ ମଧ୍ୟ ଶ୍ରୀ ପଣ୍ଡା ସଚେତନ କରିଥିଲେ l  ଏହି ମହତ କାର୍ଯ୍ୟକ୍ରମରେ ଛାତ୍ରୀଙ୍କ ସହିତ ତାଙ୍କ ପରିବାର ସ୍ୱଜନ,ଜିଲ୍ଲାର ସମସ୍ତ ସାମାଜିକ ସଂଗଠନ ଓ  ନୁଆଁ ରକ୍ତ ଦାତାଙ୍କୁ କିପରି ସାମିଲ କରାଯାଇ ପାରିବ ଏଥିପାଇଁ ସଭାରେ ଉପସ୍ଥିତ କଲେଜ ଅଧ୍ୟକ୍ଷl  ରିତାରାଣୀ ପୂଜାରୀ, ଇଂରାଜୀ ଅଧ୍ୟକ୍ଷ  ମଦନ ସୁନ୍ଦର ଖେତୀ, ଖିରୋଦ ମେହେର, ପୁର୍ଣିମା ମିଶ୍ର, ଅଧ୍ୟାପିକା ସଂଜୁ ରାଣୀ ସିଂ,ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ, ରକ୍ତଦାତା ମନୋଜ ପଣ୍ଡା, ନିବେଦନ କରିଛନ୍ତି । ଅଧ୍ୟାପକ ଶ୍ରୀ ଖେତୀଙ୍କ ସମେତ ସମସ୍ତ ଛାତ୍ରୀ ଏସପି ଶ୍ରୀ ପଣ୍ଡାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ବେଳେ ଛାତ୍ରୀ ନେତ୍ରୀ ଶିବାନୀ ପଣ୍ଡା ଧନ୍ୟବାଦ ଅର୍ପଣ କରି ଏସପିଙ୍କ ଉପସ୍ଥିତିରେ ଆଜି ଆମେ ଖୁବ ଉତ୍ସାହ ପାଇଛୁ. ଏବଂ ଆମ ମନରେ ଭୟ ଦୂରହୋଇ ରକ୍ତଦାନ ପାଇଁ ଖୁବ ସାହସ ପାଇଛୁ କହି ୧୦୦ ୟୁନିଟ ରକ୍ତ ଦେବୁ ବୋଲି ସଂକଳ୍ପ ନେଇଛନ୍ତି l  ବରିଷ୍ଠ କିରାଣୀ ଚେର ବୁଇ ହୋତା ସଭା ଆୟୋଜନରେ ସହଯୋଗ କରିଥିବା ବେଳେ ଦୁଇ ଶହରୁ ଉର୍ଧ୍ଵ ଛାତ୍ରୀ ଯୋଗ ଦେଇ ହାତରେ ପ୍ଲା କାର୍ଡଧରି ରକ୍ତଦାନ ପାଇଁ ସଚେତନ କରିଥିଲେ l

Recent Comments

Leave Comments

Top