logo
add image
ରେଙ୍ଗାଲି ବ୍ଲକର ଠେଲକୋଲୋଇ ଗ୍ରାମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ରେଙ୍ଗାଲି ବ୍ଲକର ଠେଲକୋଲୋଇ ଗ୍ରାମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

 ରେଙ୍ଗାଲି/ସମ୍ବଲପୁର/18/03/2022/ (ନ୍ୟୁଜ-ଆଧାର ଓଡିଶା) ରେଙ୍ଗାଲି ବ୍ଲକର ଠେଲକୋଲୋଇ ଗ୍ରାମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଠେଲକୋଲୋଇ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ସ୍ୱର୍ଗତ ଅଶ୍ୱିନୀ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆ ଯାଇଥିଲା। ଶ୍ରଦ୍ଧାଞ୍ଜଳି ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ସମସ୍ତ ଛାତ୍ରଗଣ ତଥା ଗ୍ରାମର ଭଦ୍ରବ୍ୟକ୍ତି ମାନେ ଯୋଗଦେଇ ମହମବତୀ ପ୍ରଜ୍ଵଳନ କରି ତାଙ୍କ ଆତ୍ମାର ସତଗତି କାମନା କରିଥିଲେ। ସଭାରେ ସ୍ୱର୍ଗତ ପାତ୍ରଙ୍କ ଜୀବନୀ ବିଷୟରେ ବଖାଣକରି ଶିକ୍ଷକ ଶ୍ରୀ ଦୁର୍ଯୋଧନ ପ୍ରଧାନ କାନ୍ଦି ପକେଇଥିଲେ। ସ୍ୱର୍ଗତ ପାତ୍ରଥିଲେ ସୁନ୍ଦରଗଡ଼ ଜିଲ୍ଲାର ଗଇଲୋ ଗ୍ରାମର। ସେ ତାଙ୍କ ପଛରେ ଛାଡି ଯାଇଛନ୍ତି ନିଜ ପତ୍ନୀ ଓ ୧୧ବର୍ଷର ଝିଅ।ପ୍ରକାଶ ଥାଉ କି ସ୍ୱର୍ଗତ ପାତ୍ର ଜାନୁଆରୀ ପ୍ରଥମ ସପ୍ତାହରୁ ଅସୁସ୍ଥ ଅନୁଭବ କରୁଥିଲେ।ଏବଂ ଦେହ ହଳଦିଆ ଦେଖା ଯାଉଥିଲା। ଫଲରେ ସୁନ୍ଦରଗଡରେ ଡାକ୍ତର ଦେଖାଇ ଝଣ୍ଡିସର ଔଷଧ ଦୀର୍ଘ ଗୋଟିଏ ମାସ ପର୍ୟ୍ଯନ୍ତ ସେବନ କରିଥିଲେ। କିଛି ସୁଫଳ ନ ମିଳିବାରୁ ପରେ ସମ୍ବଲପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ହୋଇଥିଲେ। ସେଠାରେ ତାଙ୍କୁ ଡାକ୍ତର ପିତ୍ତକୋଷ ରେ କ୍ୟାନ୍ସର ହୋଇଛି ବୋଲି ଜଣାଇଥିଲେ। ଗତ 11.03.2022 ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ ବରଣ ହୋଇଥିଲା।     (ରିପୋର୍ଟ - ସୁନୀଲ କୁମାର ନାଥ)  
                                                

Recent Comments

Leave Comments

Top