ରାୟଗଡା/୧୮/୦୩/୨୨/ (ନ୍ୟୁଜ-ଆଧାର ଓଡିଶା) ରାୟଗଡା ଜିଲ୍ଲାରେ ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଜିଲ୍ଲା ସ୍ତରୀୟ ଆନିମିଆ ମୁକ୍ତ ଭାରତ ପ୍ରଶୀକ୍ଷକ ତାଲିମ କାର୍ଯ୍ୟକ୍ରମ ଗତ ୧୭ ମାର୍ଚ୍ଚ ୨୦୨୨ ରେ ସମାପ୍ତ ହୋଇଛି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଲାଲମୋହନ ରାଉତରାଏ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ଶ୍ରୀ ରଏ, ଜିଲ୍ଲା ଜନ, ସ୍ୱାସ୍ଥ୍ୟ ଅଧିକାରୀ ଡା. ଭି ଏଲ୍ ଏନ୍ ରାଜୁ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ଆର୍ ରାଜେଶ ପଟ୍ଟନାୟକ ଏବଂ ପ୍ରଜନନକ୍ଷମ ଶିଶୁ ସ୍ୱାସ୍ଥ୍ୟ ଡେପୁଟି ମ୍ୟାନେଜର ଶ୍ରୀ ଭଗବାନ ମେହେର ଆଦି ଉପସ୍ଥିତ ଥିଲେ ।
ଆନିମିଆ ମୁକ୍ତ ଭାରତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷକ ତାଲିମ ମୋଟ୍ ୫ଟି ବ୍ୟାଚ୍ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ଡିଟିୟୁ ହଲ୍ ଏବଂ ଏସ୍ଡିଏଚ୍ ଗୁଣୁପୁରରେ ଆୟୋଜିତ ହୋଇଥିଲା । ଏହି ତାଲିମ ସ୍ୱାସ୍ଥ୍ୟ, ଶିକ୍ଷା, ଶିଶୁ ପ୍ରକଳ୍ପ ବିକାଶ ଏବଂ ସାମାଜିକ କଲ୍ୟାଣ କାର୍ଯ୍ୟର ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଥିଲା । ଜିଲ୍ଲା ସ୍ତରୀୟ ତାଲିମ ସମାପ୍ତ ହେବା ପାରେ ଅଂଶଗ୍ରହଣକାରୀ ବା ତାଲିମଧାରୀମାନେ ବ୍ଲକ ସ୍ତରରେ ଆନିମିଆ ମୁକ୍ତ ଭାରତର ତାଲିମ ପ୍ରଦାନ କରିବେ ।
ଆନିମିଆ ମୁକ୍ତ ଭାରତ ତାଲିମ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲ୍ପାଳ ଶ୍ରୀ ସରୋଜ କୁମାର ମିଶ୍ର ତାଲିମ ନେଉଥିବା ପ୍ରଶୀକ୍ଷକ ମାନଙ୍କୁ ଜିଲ୍ଲାରେ ଆନିମିଆ ବା ରକ୍ତହୀନତା ରୋଗ ହାରକୁ ହ୍ରାସ କରିବା ନିମନ୍ତେ ଏହି ପ୍ରଶିକ୍ଷଣ ଦ୍ୱାରା କିପରି ଜିଲ୍ଲା ଅଧିବାସୀଙ୍କୁ ସଚେତନ କରାଯାଇପାରିବ ସେ ଦିଗରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଲାଲମୋହନ ରାଉତରାଏ କହିଥିଲେ ଯେ, ଜିଲ୍ଲାରେ ରକ୍ତହୀନତା ସହିତ ଜଡିତ ରୋଗ ଏବଂ ମୃତ୍ୟୁହାରର ବିପଦ ଭଳି ଜନସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଏକ ପ୍ରଭାବଶାଳୀ ରଣନୀତି ପ୍ରସ୍ତୁତ କରିବା ଆବଶ୍ୟକ । ରକ୍ତହୀନତା ପ୍ରଭାବ ହ୍ରାସ ହେଲେ ମାତୃ ଏବଂ ଶିଶୁ ମୃତ୍ୟୁହାରରେ ଉନ୍ନତି ଆସିବ ଏବଂ ଅନ୍ୟ ଜନସଂଖ୍ୟା ଗୋଷ୍ଠୀ ପାଇଁ ସ୍ୱାସ୍ଥ୍ୟ ଫଳାଫଳରେ ଉନ୍ନତି ଆସିବ । ଏହି ପରିପ୍ରେକ୍ଷୀରେ ରକ୍ତହୀନତା ହ୍ରାସ କରିବା ପାଇଁ ଭାରତ ସରକାର ଆନିମିଆ ମୁକ୍ତ ଭାରତ ରଣନୀତିକୁ ଆପଣାଇଛନ୍ତି ।
ଏଠାରେ ଉଲ୍ଲେଖ୍ୟ ଯୋଗ୍ୟ ଯେ ଜାତୀୟ ପୃଷ୍ଟିକର ରକ୍ତହୀନତା ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ଏବଂ ପରେ ଜାତୀୟ ଆଇରନ୍ ପ୍ଲସ ଇନିସିଏଟିଭ୍, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧିନରେ ଭାରତ ସରକାର ରକ୍ତହୀନତା ସମସ୍ୟାର ସମାଧାନ କରୁଛନ୍ତି ।
ଜନସ୍ୱାସ୍ଥ୍ୟ ଜନିତ ଗୁରୁତ୍ୱ ବିଷୟ ଭାବେ ର୍ବମାନ ଦିନରେ ଭାରତରେ ରକ୍ତହୀନତା ହେଉଛି ଅନ୍ୟତମ । ଗର୍ଭବତୀ ମହିଳା ମାନଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶ ତ, ବର୍ଷରୁ କମ୍ ପିଲାମାନଙ୍କର ୫୯ ପ୍ରତିଶତ, କିଶୋରୀ ବାଳିକାମାନଙ୍କ ମଧ୍ୟରୁ ୫୪ ପ୍ରତିଶତ ଏବଂ ୫୩ ପ୍ରତିଶତ ସ୍ଥନ୍ୟ ପାନ କରାଉଥିବା ମହିଳା ରକ୍ତହୀନ ଅଟନ୍ତି ।
ମାର୍ଚ୍ଚ ୨୦୧୮ରେ ଆରମ୍ଭ ହୋଇଥିବା ପୋଷଣ ଅଭିଯାନର ରକ୍ତହୀନତା ହ୍ରାସ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ । ନିତୀ ଆୟୋଗ ଦ୍ୱାରା ସ୍ଥିର ହୋଇଥିବା ପୋଷଣ ଅଭିଯାନ ଏବଂ ଜାତୀୟ ପୋଷଣ କୌଶଳକୁ ପାଳନ କରି ରକ୍ତହୀନତାର ପ୍ରାଦୁର୍ଭାବ ପ୍ରତିବର୍ଷ ୩ ପଏକୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ( ରିପୋର୍ଟ-ସହଦେଵ ସାହୁ )
Recent Comments