logo
add image
ବଲାଙ୍ଗିରରେ ବିଶ୍ଵ ମ୍ୟାଲେରିଆ ମାସ ପାଳିତ –ସଂପୂର୍ଣ୍ଣ ମ୍ୟାଲେରିଆ ନିରାକରଣ ଉପରେ ଗୁରୁତ୍ଵାରୋପ

ବଲାଙ୍ଗିରରେ ବିଶ୍ଵ ମ୍ୟାଲେରିଆ ମାସ ପାଳିତ –ସଂପୂର୍ଣ୍ଣ ମ୍ୟାଲେରିଆ ନିରାକରଣ ଉପରେ ଗୁରୁତ୍ଵାରୋପ

ବଲାଙ୍ଗିର/୧୫/୦୭/୨୦୨୩/ (ଆଧାର ମିଡ଼ିଆ)
ଜିଲ୍ଲାର ସମସ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନରେ ଏଣିକି ପ୍ରତେକ ଶନିବାର ପାଳନ ହେବ ସ୍ଵଚ୍ଛତା ଦିବସ । ସମସ୍ତ ଅନୁଷ୍ଠାନରେ ହେବ ସଫେଇ ।ଏହା ସମସ୍ତ ବିଭାଗର ଅଧିକାରୀ ମାନେ ତଦାରଖ କରିବେ । ଏହି କାର୍ଯକ୍ରମ ରେ ଭଲ ପ୍ରଦର୍ଶନ କରୁଥିବା ଅନୁଷ୍ଠାନକୁ ପୁରସ୍କୃତ କରାଯିବ । ଆଜି ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମିଳନୀ କକ୍ଷରେ ବିଶ୍ଵ ମ୍ୟାଲେରିଆ ମାସ ତଥା ମାଲେରିଆ ନିରାକରଣ ୨୦୨୩ ପାଇଁ କାର୍ଯକମ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଲ ରାଣା ଏହି କାର୍ଯକ୍ରମର ଅଧ୍ୟକତା କରିଥିଲେ । ମାଲେରିଆ ଓ ଡେଙ୍ଗୁ ନିରାକରଣରେ ଚିହ୍ନଟଙ୍କ ଯଥାଶୀଘ୍ର ଆରୋଗ୍ୟ ପାଇଁ ପଦକ୍ଷେପ ନେବାକୁ ଗୁରୁତ୍ଵାରୋପୋ କରିଥିଲେ । ଅତ୍ୟଧିକ ରୋଗୀ ଚିହ୍ନଟ ସ୍ଥାନ ଗୁଡିକୁ ସ୍ଵତନ୍ତ୍ର ଭାବେ ଧ୍ୟାନ ଦେବାକୁ ଆଦେଶ ଦେଇଥିଲେ । ଦୀର୍ଘ ସ୍ଥାୟୀ କୀଟନାଶକ ମଶାରୀ ,ଧୂଆଁ ପ୍ରୋୟୋଗ କରୁଥିବା ମେସିନ ଉପଯୋଗ କରିବା ସହ ମୁନିସିପାଲିଟି ସଫେଇ କାର୍ଯ୍ୟ ତ୍ଵରାନିତ୍ଵ କରିବାକୁ କହିଥିଲେ । ନୀଚ ଜାଗାରେ ପାଣି ଜମୁଥିବା ସ୍ଥାନ ଗୁଡିକରେ ବାଲି ପକେଇ ସମତଳ କରିବା , ଆବର୍ଜନାକୁ ଜନବସ୍ତି ଠାରୁ ତୁରନ୍ତ ଦୂରେଇ ପକେଇବା ଭଳି ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । ମୁଣ୍ଡବଥା ତଥା ଜ୍ଵରହେଲେ ବି ଡେଙ୍ଗୁ ମାଲେରିଆ ପାଇଁ ଟେଷ୍ଟିଙ୍ଗ ପରିମାଣ ବଢେଇବା ଉପରେ ଧ୍ୟାନ ବଢେଇବାକୁ ନିର୍ଦେଶ ଦେଇଥିଲେ । ୨୦୨୦ରୁ କୌଣସି ଜୀବନ ମାଲେରିଆ ଯାଇନଥିବାରୁ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ କାର୍ଯ୍ୟକୁ ପ୍ରଶଂସିତ କରିଥିଲେ ।
          ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼। ପ୍ରଦୀପକୁମାର ଗୁରୁ ସଭା ଆରମ୍ଭ ଭାଷଣ ପ୍ରଦାନ କରି ମ୍ୟାଲେରିଆ ଭଳି ରୋଗକୁ  କେମିତି ଅତିଶୀଘ୍ର ଚିହ୍ନଟ କରିବା ଏବଂ ଏହାର ପ୍ରତିକାର ନିମନ୍ତେ ଅଭିନବ ପନ୍ଥା ଗ୍ରହଣକରି ଏହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ତୃଣମୂଳ ସ୍ତରରେ ଜନସଚେତନତା ସୃଷ୍ଟିକରି ଏହାର ନିରାକରଣ ଉପରେ ସେ ଗୁରୁତ୍ଵାରୋପ କରିଥିଲେ । ଦୀର୍ଘ ସ୍ଥାୟୀ କୀଟନାଶକ ମଶାରୀ ବଣ୍ଟନ ଓ ଏହାର ଉପଯୁକ୍ତ ବ୍ୟବହାର ଦ୍ଵାରା ମ୍ୟାଲେରିଆ ରୋଗକୁ ହ୍ରାସ କରାଯାଇ ପାରିଛି ବୋଲି ସେ ପ୍ରକାଶ କରିଥିଲେ । ସଭାରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ କୁବେରଚନ୍ଦ୍ର ମହନ୍ତ ଏହି ଦିବସ ପାଳନର ତାତ୍ପର୍ଜ୍ୟ ସମ୍ପର୍କରେ ସୂଚନା ଦେବା ସହ ମ୍ୟାଲେରିଆ ନିରାକରଣ ଦିଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ପାୱାରପଏନ୍ଟରେ ବିଗତ ବର୍ଷରେ କିପରି ରୋଗ ନିରାକରଣ ବଢିବା ସହ ରୋଗୀଙ୍କ ସଂଖ୍ୟା କମିଛି ବୋଲି ରିପୋର୍ଟରେ ଦର୍ଶାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ,ପିଡି ଡିଆରଡିଏ, ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପରୋକ୍ତ ସଭାରେ ଉପସ୍ଥିତ ଥିଲେ । ସଭାରେ ଜନସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ,ଆଶା କର୍ମୀ ଓ ସ୍ୱାସ୍ଥ୍ୟକର୍ମୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

Recent Comments

Leave Comments

Top