logo
add image
ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ସମ୍ପର୍କୀୟଙ୍କ ଫାର୍ମାସିଷ୍ଟଙ୍କୁ ଆକ୍ରମଣ ।

ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ସମ୍ପର୍କୀୟଙ୍କ ଫାର୍ମାସିଷ୍ଟଙ୍କୁ ଆକ୍ରମଣ ।

କାକଟପୁର/୧୨/୭/୨୦୨୩/(ଆଧାର ମିଡ଼ିଆ)
ବୁଧବାର ସନ୍ଧ୍ୟାରେ ପୁରୀ ଜିଲ୍ଲା କାକଟପୁର ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାରେ ବିଳମ୍ବ ଅଭିଯୋଗ କରି ଜଣେ ରୋଗୀ ସମ୍ପର୍କୀୟଙ୍କ କାର୍ଯ୍ୟରତ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼ ସହ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସବାବପତ୍ର ,ୱାଟର ପିୟୁରିଫାୟାର ଭଙ୍ଗାରୁଜା ହୋଇଛି । ଆକ୍ରମଣ ଘରଣାର ସମସ୍ତ ଦୃଶ୍ୟ ସି ସି କ୍ୟାମେରାରେ କଏଦ । ଅଭିଯୋଗ ପରେ କାକଟପୁରୁ ପୁଲିସର ଘଟଣାର ତଦନ୍ତ ଆରମ୍ଭ କରିଛି ।ଖବର ନେବାରେ ଜଣାପଡିଛି ଯେ ସ୍ଥାନୀୟ ନୀଳକଣ୍ଠପୁର ଗ୍ରାମର ମନୋରଞ୍ଜନ ରାଉତ ନାମକ ଜଣେ ବ୍ୟକ୍ତି ଅସୁସ୍ଥ ଥିବାରୁ ତାଙ୍କ ଭାଇ ମଣ୍ଟୁ ରାଉତ କାକଟପୁର ସରକାରୀ ସ୍ୱାସ୍ଥକେନ୍ଦ୍ର କୁ ଆଣିଥିଲେ ।ଡାକ୍ତରଙ୍କ ଅନୁପସ୍ଥିତିରେ ଆଉଟ ଡୋରରେ ରୋଗୀ ଦେଖୁଥିବା ଫାର୍ମାସିଷ୍ଟ ଭକ୍ତ ନାରାୟଣ ମହାରଣା ତାଙ୍କୁ ଇଞ୍ଜେକ୍ସନ ଓ ଔଷଧ ଲେଖିଥିଲେ l ଇଞ୍ଜେକ୍ସନ ଦାଇତ୍ୱରେ ଥିବା ନର୍ସ ଅନ୍ୟଜଣେ ରୋଗୀର ସାଲାଇନ ଲଗାଉ ଥିବାରୁ ମଣ୍ଟୁ ରାଉତ ସମ୍ପୃକ୍ତ ଫାର୍ମାସିଷ୍ଟଙ୍କୁ ମୋର କାହିଁକି ଡେରି ହଉଛି ବୋଲି ପ୍ରଶ୍ନ କରିବା ସହ ଉତ୍ୟକ୍ତ ହୋଇ ସବୁ ରୋଗିଙ୍କ ସାମ୍ମରେ ବିଭିନ୍ନ ଅଭଦ୍ର ଭାଷାରେ ଗାଲି କରିବା ସହ ଚେୟାର ଓ ଓପିଡି ଟେବୁଲକୁ ଗୋଇଠା ମାରିବା ପରେ ବିପି ମାପିବା ମେସିନକୁ ତଳେ କଚାଡି ଭାଙ୍ଗିଦେବା ସହ ରୋଗୀ ବସିବା ଲୁହା ଟୁଲରେ ଫାର୍ମାସିଷ୍ଟକୁ ମାରଣାନ୍ତକ ଆକ୍ରମଣ କରିଥିଲା.l ଏହାପରେ ତାଙ୍କୁ ତଣ୍ଟିଆ ମାରି ତଳେ ଫୋପାଡ଼ି ପୁଣି ଘୋଷାରି ଘୋଷାରି ୱାର୍ଡ ପର୍ଯ୍ୟନ୍ତ ନେଇ ରୋଗୀକୁ ଇଞ୍ଜେକ୍ସନ ଦେଇଥିଲେ ।ଏତିକିରେ ମଣ୍ଟୁର ରାଗ ଶାନ୍ତ ହୋଇ ନଥିଲା.ସେ ରୋଗୀ ଶୋଇବା ଲୁହା ଖଟ ଓ ହାତରେ ଧରିଥିବା ଲୁହା ଟୁଲକୁ ଭାଙ୍ଗିବା ସହ ରୋଗୀ ପାଣି ପିଇବା ପାଇଁ ଥିବା ୱାଟର ପ୍ୟୁରିଫାୟାରକୁ ଭାଙ୍ଗିଦେଇ ଫେରାର ହୋଇ ଯାଇଥିଲା ।ଏହି ଘଟଣା ସମ୍ପର୍କରେ ଫାର୍ମାସିଷ୍ଟଙ୍କ ଅଭିଯୋଗ କ୍ରମେ କାକଟପୁର ପୁଲିସ  ଅଭିଯୁକ୍ତ ମଣ୍ଟୁ ରାଉତକୁ ଗିରଫ କରି ଅଧିକ ଘଟଣାର ତଦନ୍ତ ଜାରି ରଖିଛି ।

Recent Comments

Leave Comments

Top