logo
add image
ସୁବର୍ଣ୍ଣପୁର ଯୋଗ ବିହାରରେ ତ୍ରିଦିବସୀୟ ନିଶୁକ୍ଲ ଯୋଗଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର ଯୋଗ ବିହାରରେ ତ୍ରିଦିବସୀୟ ନିଶୁକ୍ଲ ଯୋଗଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର/୧୩/୦୭/୨୦୨୩/(ଆଧାର ମିଡ଼ିଆ)
ସୋନପୁର ଯୋଗ ବିହାର ଶ୍ରୀ ଯୋଗେସ୍ୱର ମନ୍ଦିର ପ୍ରାଙ୍ଗଣରେ ତ୍ରିଦିବସୀୟ ନିଶୁକ୍ଲ ଯୋଗ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି I ଗତ ଜୁଲାଇ ୧୧ତାରିଖରୁ ଆରମ୍ଭ ହୋଇ ଏହି ଶିବିର ଆଜି ଉଦଯାପିତ ହୋଇଥିଲା Iଏହି ଯୋଗ ଶିବିରରେ ଯୋଗ ମାଧ୍ୟମରେ ବ୍ୟକ୍ତିତ୍ୱର ବିକାଶ ସହ କେଉଁ ଯୋଗଦ୍ୱାରା କେଉଁରୋଗ ନିରାକଣ କରାଯାଇ ପାରୁଛି ସେ ସଂପର୍କରେ ବିଶେଷ ପ୍ରଶିକ୍ଷଣ ଦିଆଯାଇଥିଲା I ଏଥିରେ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯେଉଁ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଯୋଗ ଦେଇଥିଲେ ସେମାନେ ହେଲେ ସ୍ୱର୍ଣ୍ଣରୂପା ମିଶ୍ର, ମନୀଷା ବିଶ୍ୱାଳ ,କ୍ଷୀରେନ୍ଦ୍ର ରଣା, ରଶ୍ମୀତା ପ୍ରଧାନ, ଅର୍ଚ୍ଚନା ଜଗଦଲା,ପ୍ରତାପକୁମାର ପ୍ରଧାନ, ଅଜୀତ କୁମାର ମେହେର, ଯୁଗଲ ପ୍ରଧାନ, ବର୍ଷାରାଣୀ ସାହୁ,ହରୀତା ସାହୁ ପ୍ରମୁଖ ପତଞ୍ଜଳି ଯୋଗପୀଠ ହରିଦ୍ୱାରା ଆଜୀବନ ସଭ୍ୟ ଯୋଗବିଦ୍ ଗୋରେଖନାଥ ସାହୁ ଏହି ଶିବିରରେ ମାର୍ଗ ଦର୍ଶନ କରିଥିଲେ.ଏବଂ ତାହାଙ୍କୁ ଦିଲ୍ଲୀପ କୁମାର ରଥ ଓ ନାରାୟଣ ସାହୁ ସହଯୋଗ କରିଥିଲେ I

Recent Comments

Leave Comments

Top