ଗୁଣୁପୁର-ରାୟଗଡା-୧୦-୦୭ -୨୦୨୩-(ଆଧାର ମିଡ଼ିଆ)
ପୁଣି ରାୟଗଡା ଜିଲ୍ଲା ଗୁଡାରି ବ୍ଲକରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ଗାଁକୁ ଭଲ ରାସ୍ତା ନଥିବାରୁ ଭାରରେ ବୁହାହେଲେ ଗର୍ଭବତୀ। ଦୀର୍ଘ ୪କିମି ରାସ୍ତା ଭଲ ନଥିବାରୁ ଆମ୍ବୁଲାନ୍ସ ଗାଡି ଟି ଗାଁ ଭିତରକୁ ଯାଇ ପାରି ନଥିଲା।ଆମ୍ବୁଲାନସ ଚାଳକ ନିଜେ ଗାଁକୁ ଯାଇ ମହିଳାଙ୍କୁ ଭାରକରି ଆଣିଥିଲେ। ଗାଡିରେ ମେଡିକାଲ କୁ ଆଣିବା ସମୟରେ ଅଧାବାଟରେ ମହିଳା ଜଣକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଏପରି ଅଭାବନିୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକ ମଧୁବନ ପଞ୍ଚାୟତର ଜିମାରାଓ ଗ୍ରାମରେ। ଜିମାରାଓ ଗ୍ରାମକୁ ଭଲରାସ୍ତା ନଥିବାରୁ ଏପରି ଘଟଣା ଘଟିଛି। ଆମ୍ବୁଲାନ୍ସ ଚାଳକ ଡି ସୁରେଶ ବାବୁଙ୍କ ମହାନତା ଏବେ ଚାରିଆଡେ ଚର୍ଚ୍ଚାର ପରିସରକୁ ଆସିଛି ।
ସୂଚନା ଅନୁସାରେ ଆଜି ଅର୍ଜୁନ ଜାଗରଙ୍ଗାଙ୍କ ପତ୍ନୀ ସୁଭଦ୍ରା ଜାଗାରଙ୍ଗାଙ୍କୁ ପ୍ରସବ ବେଦନା ହୋଇଥିଲା। ଏହା ପରେ ଆଶା ଦିଦି ୧୦୨ଆମ୍ବୁଲାନ୍ସକୁ ଡାକିଥିଲେ।ସକାଳ ୬ଟା ସମୟରେ ଗାଡ଼ିଟି ବାହାରି ଜୀମାରାଓ ଗାଁଠାରୁ ୪କିମି ଦୂରରେ ଅଟକି ରହିଥିଲା। ପରେ ଚାଳକ ଗାଁକୁ ଯାଇ ଗର୍ଭବତୀ ମହିଳାଙ୍କୁ ସମ୍ପର୍କୀୟଙ୍କ ସହ ମିଶି ଭାରକରି ୪କିମି ଚାଲି ଚାଲି ଆସିଥିଲେ। ଗାଡ଼ିଟି ଆସିବା ସମୟରେ ଅଧିକା ପ୍ରସବ ବେଦନା ହେବାରୁ ଗାଡ଼ିରେ ହିଁ ଜନ୍ମ ହୋଇଥିଲା ଶିଶୁ କନ୍ୟା। ତାପରେ ପୁଣି ନବଜାତ ଶିଶୁ ଏବଂ ମାଆଙ୍କୁ ଧରି ଗୁଡ଼ାରୀ ମେଡ଼ିକାଲକୁ ପହଞ୍ଚିଥିଲେ ।ବର୍ତ୍ତମାନ ମା ଓ ଶିଶୁ କନ୍ୟା ସୁସ୍ଥ ଥିବା ଜଣାପଡିଛି।
ଗୁଡ଼ାରି ଠାରୁ ପ୍ରାୟ ୨୫କିମି କିଲୋମିଟର ରାସ୍ତା। ମଧୁବନ ଗ୍ରାମ ପଂଚାୟତର ଅପହଞ୍ଚ ଇଲାକା ଜିମାରାଓ ଗ୍ରାମ । ଦେଶ ସ୍ଵାଧୀନ ହେବାର ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ଜୀମାରାଓ ଗ୍ରାମକୁ ରାସ୍ତା ନାହି। ରାଜ୍ୟ ସରକାର ଗାଁକୁ କାମ ମାକୁ ସମ୍ମାନର ଡିଣ୍ଡିମ ପିଟୁଥିବା ବେଳେ ଜୀମାରାଓ ରାଜ୍ୟ ବାହାରେକି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ଉକ୍ତ ଗ୍ରାମରେ ପ୍ରାୟ ତିରିଶିରୁ ଅଧିକ ଘର ଥିବାବେଳେ ଆଜି ପର୍ଯ୍ୟନ୍ତ ରାସ୍ତାର ସୁବିଧା ହୋଇ ପାରିନାହି ।
Recent Comments