logo
add image
ଔଷଧୀୟ ଚାଷ ସମ୍ୱନ୍ଧୀୟ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର।

ଔଷଧୀୟ ଚାଷ ସମ୍ୱନ୍ଧୀୟ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର।

ପଦ୍ମପୁର/ବରଗଡ/୦୬/୦୭/୨୦୨୩/(ଆଧାର ମିଡ଼ିଆ):
ପଦ୍ମପୁର ଉପଖଣ୍ଡର ପାଇକମାଳ ନୃସିଂହନାଥ ସ୍ଥିତ ଯାତ୍ରୀ ନିବାସ ମିଟିଂ ହଲରେ ଷ୍ଟେଟ ମେଡିକାଲ ପ୍ଲାଣ୍ଟ ବୋର୍ଡ଼ ଓଡିଶା ତରଫରୁ ଔଷଧୀୟ ଚାଷ କିପରି କରିବା,ଅମଳ ଔଷଧର ବିକ୍ରୟ ଓ ତାର ବ୍ୟବହାର କିପରି କରିବା ସେ ନେଇ ଏକ ଦିବାସୀୟ ପ୍ରଶିକ୍ଷଣ ଶିବିର ବରଗଡ ଏ.ସି.ଏଫ ରାଜେନ୍ଦ୍ର ଗୋଛାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।ମୁଖ୍ୟ ଅତିଥିଭାବେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ଭୁବନେଶ୍ୱର ସୁଦୀପ୍ତ ନାୟକ,ସମ୍ମାନିତ ଅତିଥିଭାବେ ବନବିଭାଗ ରେଞ୍ଜର ରାଜେନ୍ଦ୍ର ଭୋଇ ଯୋଗଦେଇ ଥିବା ବେଳେ ପ୍ରକୃତି ବନ୍ଧୁ ମିନକେତନ ସାହୁ ସଭାର ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ। ପ୍ରକୃତି ବନ୍ଧୁ ବିଭୁତି ଭୂଷଣ ମୁଣ୍ଡ ସଭାକୁ ପରିଚାଳନା କରିଥିଲେ।ବରଗଡ ଜିଲ୍ଲାର ୫୦ ଜଣ ଔଷଧୀୟ ଚାଷ କରୁଥିବା ଚାଷୀଙ୍କୁ ଭୁବନେଶ୍ୱରରୁ ଆସିଥିବା ଇପ୍ସିତ କୁମାର ପରିଡା ଓ ଗଗନ ବିହାରୀ ସାହୁ ବିଭିନ୍ନ ଔଷଧର ଚାଷ,ଔଷଧ ଅମଳ ଓ ତାର ବିକ୍ରୟ କିପରି କରିବେ ସେ ନେଇ ତାଲିମ ଦେଇଥିଲେ। ବରଗଡ ଜିଲ୍ଲା ପରିବେଶ ମଞ୍ଚର ସଭାପତି ପ୍ରମୋଦ ହୋତା,ଉପସଭାପତି ବଡ ଶତପଥି, ପ୍ରକୁତି ବନ୍ଧୁ ରାମଚନ୍ଦ୍ର ନାୟକ,ନୀଳକଣ୍ଠ ସା,ସଫଳ ଚାଷୀ ଡୋଳାମଣୀ ମେହେର ଓ ତ୍ରିଲୋଚନ ମେହେର ପ୍ରମୁଖ ଯୋଗ ଦେଇଥିଲେ। ପରିଶେଷରେ ଆଲୋକ ଶ୍ରୀଚନ୍ଦନ ଧନ୍ୟବାଦଅର୍ପଣ କରିଥିଲେ।

Recent Comments

Leave Comments

Top