logo
add image
୧୦୮ଆମ୍ବୁଲାନ୍ସ ଆସିବାରେ ବିଳମ୍ବ-ଡାଲା ରିସ୍କାରେ ବୁହାହେଲେ ସଂଗ୍ୟାହିନ ରୋଗି

୧୦୮ଆମ୍ବୁଲାନ୍ସ ଆସିବାରେ ବିଳମ୍ବ-ଡାଲା ରିସ୍କାରେ ବୁହାହେଲେ ସଂଗ୍ୟାହିନ ରୋଗି

ବିନିକା/ ୬/୭/୨୦୨୩/ (ଆଧାର ମିଡ଼ିଆ)
ସରକାର ସର୍ବସାଧାରଣଙ୍କ ପାଇଁ ଜନ୍ମରୁ ମୃତ ପର୍ଯ୍ୟନ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି Iସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଦେଖିବାକୁ ମିଳିଛି ଏଭଳି ଘଟଣା ବିନିକା ଅଞ୍ଚଳକୁ ଅର୍ଥାତ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀକୁ ଖୋରାକ ଯୋଗାଇ ଦେଇଛି.ସରକାରଙ୍କ ବହୁତ ଗୁଡିଏ ଯୋଜନା ବିନିକା ଅଞ୍ଚଳରେ ସର୍ବସାଧାରଣଙ୍କ ପାକକୁ ପହଞ୍ଚି ପାରୁ ନଥିବା ଅଭିଯୋଗ ହେଉଛି. ଆଜି ବିନିକା ସହର ଟାଉନହଳ ସମ୍ମୁଖରେ ହଲୁ ନାଏକ (୩୮) ଜଣେ ଅସହାୟ ବ୍ୟକ୍ତ ଖରାରେ ପଡ଼ି ମୁଚ୍ଛିତ ହୋଇ ଗୁରୁତର ହୋଇଥିଲେ. ରାସ୍ତାରେ ଯାଉଥିବା କିଛି ଭଦ୍ରବ୍ୟକ୍ତି ହଲୁର ପରିସ୍ଥିତି ଦେଖି ୧୦୮କୁ ଫୋନ କରିଥିଲେ. ଆଜି ଅପରାହ୍ନ ପ୍ରାୟ ୬ ଘଣ୍ଟା ସମୟରେ ବିନିକା ଡ଼ାକ୍ତରଖାନ ଅନତି ଦୁରରେ ଥିବା ଟାଉନ ହଲୁକୁ ୧୦୮ ଆସିବାରେ ବିଲମ୍ବ ହେବାରୁ ଅନିଳ ମାହାରଙ୍କ ସହଯୋଗରେ ଟଲି ରିସ୍କାଚାଳକ ଜୟରାମ କର୍ଣ୍ଣକୁ ଡ଼ାକି ଗୁରୁତର ବ୍ୟକ୍ତିଙ୍କୁ ବିନିକା ଡ଼ାକ୍ତର ଖାନାରେ ଭର୍ତ୍ତି କରିଥିଲେ. ଡ଼ାଲା ରିକ୍ସାରେ ଗୁରୁତର ରୋଗିକୁ ବିନିକା ନାକ୍ତର ଖାନାକୁ ନେଉଥିବା ଜନସାଧାରଣ ଦେଖି ୧୦୮ କାହାପାଇଁ ବୋଲି ଆଲୋଚନା କରୁଥିଲା ବେଳେ  ଶ୍ରୀ ମାହାର ଓ କର୍ଣ୍ଣକ ପ୍ରଶଂସାରେ ପୋତି ଦେଇଥିଲେ. ସୁଚନା ଯୋଗ୍ୟ ବିନିକାରେ ମୃତବ୍ୟକ୍ତିକୁ ସା‌ଇକିଲରେ ନେବା  ଦେଖିବାକୁ ମିଲିଥିବା ବେଳେ ଟଲି ରିସ୍କାରେ ସଂଗ୍ୟାହିନ ବ୍ୟକ୍ତିକୁ ନାକ୍ତରଖାନା ଆଣିବା ଆଜି ଦେଖିବାକୁ ମିଲିଥିଲା. Iତେବେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଯଦି ରୋଗୀଙ୍କୁ ଆମ୍ବୁଲାନ୍ସ ମିଳୁନି ତାହାହେଲେ ଉପାନ୍ତ ଅଞ୍ଚଳର ରୋଗୀମାନଙ୍କୁ କେମିତି ଆମ୍ବୁଲାନ୍ସ ମିଳୁଥିବ ତାହା ଏଇ ଦୃଶ୍ୟକୁ ଦେଖିଲେ ଠିକ ଜଣାପଡୁଛି?

Recent Comments

Leave Comments

Top