logo
add image
ବ୍ୟାଙ୍କ ଦିବସରେ ବୌଦ୍ଧ ଭାରତୀୟ ଷ୍ଟେଟ ବ୍ୟାଙ୍କପକ୍ଷରୁ ରକ୍ତଦାନ ଶିବିର ।

ବ୍ୟାଙ୍କ ଦିବସରେ ବୌଦ୍ଧ ଭାରତୀୟ ଷ୍ଟେଟ ବ୍ୟାଙ୍କପକ୍ଷରୁ ରକ୍ତଦାନ ଶିବିର ।

ବୌଦ୍ଧ/୦୧/୦୭/୨୦୨୩/( ଆଧାର ମିଡ଼ିଆ)-ରିପୋର୍ଟ-ଧବଳେଶ୍ଵର ମହାପାତ୍ର    
ଆଜି।ହେଉଛି ବ୍ୟାଙ୍କ ଦିବସ. ଏହି ଦିବସ ଉପଲକ୍ଷେ ବୌଦ୍ଧ ଭାରତୀୟ ଷ୍ଟେଟବ୍ୟାଙ୍କ ପକ୍ଷରୁ ଏକ ରକ୍ତଦାନ ଶିବିର  ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ଶାଖାରେ ଅନୁଷ୍ଠିତ ହୋଇଯାଇଛି । ଷ୍ଟେଟ ବ୍ୟାଙ୍କର ମୁଖ୍ୟ ପରିଚାଳକ ସମ୍ବିତ ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରକୁ ଉଦ୍ୟାନ ବିଭାଗର ଉପ-ନିର୍ଦ୍ଦେଶକ ଯୋଗୀନ୍ଦ୍ର ୟାଦଭ ଉଦଘାଟନ କରିଥିଲେ । ଉକ୍ତ ଶିବିରରେ ୩୫ ୟୁନିଟ ରକ୍ତ ସଂଗ୍ରହ କରାଯାଇ ରକ୍ତଦାତାଙ୍କୁ ଉତ୍ଚାହିତ କରାଯାଇଥିଲା । ଏହି ଶିବିର କୁ ଡକ୍ଟର ବିଜୟ କୁମାର ଦାସ ଓ ବ୍ଲଡ଼ ବ୍ୟାଙ୍କର କର୍ମକର୍ତ୍ତାଙ୍କ ସହଯୋଗରେ ପରିଚାଳନା କରାଯାଇଥିଲା । ଏବଂ ଏହି ଶିବିରରେ ଜିଲ୍ଲା ଟ୍ରକ ମାଲିକସଙ୍ଘର ସଭାପତି ଶିବ ପ୍ରସାଦ ମିଶ୍ର, ବରିଷ୍ଠ ନାଗରିକ ମଞ୍ଚର ସଭାପତି ଅକ୍ଷୟ ମହାନ୍ତି , ସରୋଜ ମହାରଣା ,ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଆର ଏସିସି ମୁଖ୍ୟ ପରିଚାଳକ ହେମନ୍ତ ପ୍ରଧାନ, ବୁଟୁପାଲି ଏଡିବି ବ୍ୟାଙ୍କ ଶାଖା ମୁଖ୍ୟ ପରିଚାଳକ ରବିନ୍ଦ୍ର ନାଥ ମେହେରଙ୍କ ସମେତ ଷ୍ଟେଟବ୍ୟାଙ୍କର ସମସ୍ତ କର୍ମକର୍ତ୍ତା ପୂର୍ଣ ସହଯୋଗ କରିଥିଲେ ।

Recent Comments

Leave Comments

Top