logo
add image
ରେଙ୍ଗାଲି ବ୍ଳକର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନକଲେ ନିଦାନ ଦଳ।

ରେଙ୍ଗାଲି ବ୍ଳକର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନକଲେ ନିଦାନ ଦଳ।

ରେଙ୍ଗାଲି/ସମ୍ବଲପୁର/୨୯/୦୬/୨୦୨୩/(ଆଧାର ମିଡ଼ିଆ)ରିପୋର୍ଟ-ସୁନିଲ କୁମାର ନାଥ   
ରେଙ୍ଗାଲି ବ୍ଳକର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ରାଜ୍ୟରେ ମାଗଣା ଲେବ୍ରୋଟେରୀ ପରୀକ୍ଷା ଯୋଗାଉଥିବା ରାଜ୍ୟର ନିଦାନ ଟିମ। ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଲଇଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ୩ ଗୋଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେଙ୍ଗାଲି,ଖୁଣ୍ଟଲାମାଲ, କୁର୍ଲାକୁ ରାଜ୍ୟସ୍ତରୀୟ ନିଦାନ ଟିମ୍ ପରିଦର୍ଶନ କରିଥିଲେ। ନିଦାନ ତରଫରୁ ମିଳୁଥିବା ମାଗଣା ସେବା ଗୁଡିକ ବିଷୟରେ ରୋଗୀମାନଙ୍କୁ ସିଧାସଳଖ ପଚାରି ବୁଝିଥିଲେ। ଏହି ପରିଦର୍ଶନ ସମୟରେ ରାଜ୍ୟରୁ ବ୍ୟୋମକେଶ ମିଶ୍ର, ରାମକରନ ସିଂ, ଜିଲ୍ଲାରୁ ଡକ୍ଟର ହରପ୍ରସାଦ ପ୍ରଧାନ ଏବଂ ଲଇଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର  ଅଧିକାରୀ ଡକ୍ଟର ଆଶିଷ୍ ମାଝୀ ,ବିପିଏମ୍  ଆଲୋକ ଚନ୍ଦ୍ର ବେହେରା ,ପିଏଚଇଓ  ଯଦୁମଣି ଗନିକ୍ ପ୍ରମୁଖ ଉପସ୍ଥିତ ଥିଲେ।

Recent Comments

Leave Comments

Top