ସୁବର୍ଣ୍ଣପୁର/ ୨୭/୦୬/୨୦୨୩/(ଆଧାର ମିଡ଼ିଆ)
ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପିପୁଲ୍ସ ଫୋରମ୍ ସଂଯୋଜନା ଓ ରକ୍ତଦାତା ଅନୁଷ୍ଠାନ ଅନ୍ୟାନ୍ୟ ସଂଗଠନ ସହାୟତାରେ ସୋନପୁର ଧୀବର ପଡ଼ା କ୍ଲବ୍ ରେ ଆଜି ଏକ ସ୍ୱାସ୍ଥ୍ୟଶିବିର ଅନୁଷ୍ଠିତ ହୋଇଯାଇଛି । ଏସ ଡ଼ି ପି ଓ ପୁଷ୍ପାଞ୍ଜଳି ନିଙ୍ଗି ଓ ଜିଲ୍ଲା କୃଷକ ସଂଗଠନ ସଭାପତି ବୈକୁଣ୍ଠ ଶତପଥୀ ଅତିଥି ଭାବେ ଯୋଗଦେଇ ଏହାର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ମତ ରଖିଥିଲେ l ଡାକ୍ତର ଅଭିନାଶ ପୁରୋହିତ, ଡାକ୍ତର ଚିନ୍ମୟ ଶେଖର ବିଶ୍ୱାଳ ପ୍ରମୁଖ ଶତାଧିକ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l ମା ସୁରେଶ୍ଵରୀ ପାଠାଗାରର ସମ୍ପାଦକ ଶିବ ବେହେରା ଓ ଧୀବର ପଡ଼ାର ଯୁବକ ମାନଙ୍କ ପ୍ରଚେଷ୍ଟାରେ ଜିଲ୍ଲା ରକ୍ତଦାତା ସେବାସଂଘ, ପତାଞ୍ଜଳୀ ଯୁବ ଭାରତ ଓ ଏହାର ମହିଳା ଶାଖା, ସଚ୍ଛ ଭାରତ ,ସବୁଜ ସୁବର୍ଣ୍ଣପୁର ଓ ଜିଲ୍ଲା କୃଷକ ସଂଗଠନର ସହାୟତାରେ ୧୦୦ ରୁ ଉର୍ଧ୍ଵ ମହିଳା, ପୁରୁଷ, ଓ ବୟସ୍କ ଲୋକମାନେ ରକ୍ତଚାପ, ଡାଇବେଟିସ ଓ କ୍ୟାନ୍ସର ଭଳି ଅନ୍ୟାନ୍ୟ ଜଟିଳ ରୋଗର ଚିକିତ୍ସା ସୁବିଧା ନେଇ ଏହାର ପ୍ରତିକାର ବ୍ୟବସ୍ଥା ଓ ଔଷଧ ଉପକରଣକୁ ମାଗଣାରେ ପାଇଥିଲେ । ସେହିପରି ଆଗାମୀ ଦିନରେ ମେଡିକାଲକୁ ଯାଇ ପାରୁ ନଥିବା ଲୋକଙ୍କ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ସକାଶେ ସହରର ପ୍ରତି ୱାର୍ଡରେ ଏ ସ୍ୱାସ୍ଥ୍ୟସେବା କାର୍ଯକ୍ରମକୁ ବ୍ୟାପକ ଓ ତ୍ଵରାନିତ କରାଯିବ ଏବଂ ପ୍ରତିମାସରେ ଏକ ଏନସିଡି କ୍ୟାମ୍ପ, ଅଉଟ ଡ୍ରିକ୍ସ କ୍ୟାମ୍ପର ଆୟୋଜନ ହେଉଛି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସଂଯୋଜକ ଆଶୁତୋଷ ସାହୁ କହିଛନ୍ତି l ଧୀବର ପଡ଼ାର ନୀଳକଣ୍ଠ ଅଧିକାରୀ, ହିମାଂଶୁ ଅଧିକାରୀ,ସମାଜସେବୀ ମନୋ ରଂଜନ ତ୍ରିପାଠୀ, ଶ୍ରୀବତ୍ସ ମଲ୍ଲିକ, ମନୋଜ ପଣ୍ଡା,ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଅଧିକାରୀ କ୍ୟାମ୍ପ୍ ପରି ଚାଳନାରେ ସହଯୋଗ କରିଥିଲେ ।
Recent Comments