logo
add image
 ରୋଟାରି କ୍ଲବପକ୍ଷରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର.

ରୋଟାରି କ୍ଲବପକ୍ଷରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର.

କାକଟପୁର/୨୫/୬/୨୦୨୩/(ଆଧାର ମିଡ଼ିଆ)
କାକଟପୁର ବ୍ଲକ ଅଧିନସ୍ଥ ବାଜପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍କୁଲର ପ୍ରାକ୍ତନ ଛାତ୍ର ସଂସଦ ସହଯୋଗରେ ଭୁବନେଶ୍ୱର ମେଟ୍ରୋ ରୋଟାରି କ୍ଲବ ଦ୍ୱାରା ଆୟୋଜିତ ଏକ ମେଗା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିରକୁ ଆୟୋଜକ କ୍ଲବର ସଭାପତି ଡଃ ଧୀରେନ୍ଦ୍ର କୁମାର ଦାଶ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଭୁବନେଶ୍ୱରରୁ ଆସିଥିବା ଚର୍ମ ,କର୍ଣ୍ଣ ନାସା ଗଳା, ସ୍ତ୍ରୀ ଓ ପ୍ରସୂତି, ଚକ୍ଷୁ, ଭେଷଜ, ସଲ୍ୟ, ଫିଜିଓ ଥେରାପି ଓ ଦନ୍ତ ଚିକିତ୍ସା ବିଭାଗର ଡାକ୍ତର ମାନେ ଉପସ୍ଥିତ ରହି ପ୍ରାୟ ୩ ଶହ ରୋଗୀଙ୍କ ଚିକିତ୍ସା କରିବା ସହିତ ମାଗଣା ଔଷଧ ବଣ୍ଟନ କରିଥିଲେ l ପୁରାତନ ଛାତ୍ର ସଂସଦର ସଭାପତି ଶ୍ରୀଯୁକ୍ତ ପ୍ରେମାନନ୍ଦ ସୁବୁଦ୍ଧି, ସମ୍ପାଦକ ଶ୍ରୀଯୁକ୍ତ ସୁରେନ୍ଦ୍ର ମାଣିକ,ଗଗନ ବିହାରୀ ପାତ୍ର, ସୁରେନ୍ଦ୍ର ନାଥ ସାହୁ, ଡଃ ରାମଚନ୍ଦ୍ର ବେହେରା,ପ୍ରତାପ କୁମାର ସାହୁ, କୈଳାଶ ଚନ୍ଦ୍ର ସାହୁ, ପ୍ରଦୀପ୍ତ କୁମାର ପୃଷ୍ଟି, ପ୍ରଭାସ କୁମାର ପୃଷ୍ଟି, ବିଜୟ କୁମାର ସାହୁ, ଧର୍ମାନନ୍ଦ ସୁବୁଦ୍ଧି,ଗଗନ ବିହାରୀ ସାହୁ ଓ ସଂଗ୍ରାମ କେଶରୀ ସାହୁଙ୍କ ସମେତ ପଚାଶରୁ ଉର୍ଦ୍ଧ ପୁରାତନ ଛାତ୍ର ଶିବିରରେ ଉପସ୍ଥିତ ରହି ସହଯୋଗ କରିଥିଲେ l କୁଣ୍ଢେଇ ପଞ୍ଚାୟତର ପ୍ରାୟ ୩ ଶହରୁ ଉର୍ଦ୍ଧ ରୋଗୀ ଉକ୍ତ ଶିବିରଦ୍ୱାରା ଉପକୃତ ହୋଇଥିଲେ l      

Recent Comments

Leave Comments

Top