logo
add image
ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟରେ ଡ଼ା ବେଣୁଧର ପାଣ୍ଡେଙ୍କ ୬୯ଜଣ ମହିଳା ମାନଙ୍କୁମାଗଣା ସେବା

ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟରେ ଡ଼ା ବେଣୁଧର ପାଣ୍ଡେଙ୍କ ୬୯ଜଣ ମହିଳା ମାନଙ୍କୁମାଗଣା ସେବା

ବିନିକା/ସୁବର୍ଣ୍ଣପୁର/୨୪/୬/୨୦୨୩/(ଆଧାର ମିଡ଼ିଆ)
ଆଜି ୧୧ଘଣ୍ଟା ସମୟରେ ବିନିକା ସହର ନୂଆବଜାର ସ୍ଥିତ ବୁଡ଼ିମାଁ ମନ୍ଦିର ସମ୍ମୁଖରେ ଥିବା ୰ ଅଭିଜିତ ପୂଜାହାରୀଙ୍କ ବାସଭବନ ପରିସରରେ ରାଜ୍ୟ ସ୍ତରିୟ ଅଭିଜିତ ପୂଜାହାରୀ ସୃତି କମିଟି ସଭାପତି ପ୍ରୀୟରଞ୍ଜନ ହୋତାଙ୍କ ତତ୍ବାବଧାନରେ ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟ ପକ୍ଷରୁ ବିନିକାରେ ୪୨ଜଣ ଓ ସଂସାମୁରା ୨୭ଜଣ ମୋଟ ୬୯ ଜଣ ମହିଲା ମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି.ମାଗଣାରେ ସେବା ପାଇଥିବାରୁ ମହିଳା ମାନେ ଡ଼ାକ୍ତର ହେଉଛନ୍ତି ଚଳନ୍ତି ଭବବାନ ଓ ଡ଼ାକ୍ତର ହେବତ ଏମିତି ବୋଲି ଆଲୋଚନା କରୁଥିଲେ.କଳି ଯୁଗରେ ଏପରି ମଣିଷ ମିଳିବା କୋଚିତ ବୋଲି ବୁଦ୍ଧିଜିବି ମହଲରେ ଚର୍ଚ୍ଚା ‌ହେଉଛି.ଏଭଳି ଜଣେ ମଣିଷ ପାଇଁ ସମାଜ ବେପଥ ଗାମିରୁ ରକ୍ଷା ପାଉଥିବା ଆଲୋଚନା ହେଉଥିଲା. ସେ କେହେ ନୁହନ୍ତି  ବିନିକା ମାଟିର ସୁଯୋଗ୍ୟ ସନ୍ତାନ ତଥା ବୁଲ୍ଲା ଭିମସାର  ସ୍ତ୍ରୀ ଓ ପ୍ରଶୃତି ବିଭାଗ ପ୍ରଫେସର ଡ଼ା ବେଣୁଧର ପାଣ୍ଡେ. ଦିର୍ଘବର୍ଷ ହେବ ବାପାଙ୍କ ପ୍ରେରଣାରେ ଏହିପରି ‌‌ମାଗଣା ସେବା ଦେବାକୁ ପ୍ରତ୍ୟହ ମାସ ଚତୁର୍ଥ  ଶନିବାର ଦିନ ନିଜ ଜନ୍ମ ମାଟିକୁ ଛୁଟିଆସି ଥାନ୍ତି ା ବୁଲ୍ଲା ଭିମସାର ସ୍ତ୍ରୀ ଓ ପ୍ରଶୃତି  ବିଭାଗ ପ୍ରଫେସର ଡ଼ା ପାଣ୍ଡେ    ବିନିକା ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟ କୁ ପହଞ୍ଚି ପ୍ରଥମେ  ଯୁବ ଅଭିନେତା ,କଳାକାର ,ସଂଙ୍ଗୀତଜ୍ଞ ,ବାଦ୍ୟକାର ତଥା ବିନିକା ମାଟିର ସୁଯୋଗ୍ୟ ସନ୍ତାନ ସ୍ଵର୍ଗତ ଅଭିଜିତ ପୂଜାହାରୀଙ୍କ ଫଟୋଚୀତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦିପ ପଜ୍ପଳନ କରି ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିଥିଲେ.ସେହିପରି ବୁଲ୍ଲା ଭିମସାର ସ୍ତ୍ରୀ ଓ ପ୍ରଶୃତି ବିଭାଗ ପ୍ରଫେସର ଡ଼ାକ୍ତର ପାଣ୍ଡେ ବିନିକା ଠାରୁ ଚିକିତ୍ସା ସାରି ନିଜ ଜନ୍ମ ମାଁ ମାଟି  ବିନିକା ବ୍ଳକ ମହାଦେବପାଲି ପଞ୍ଚାୟତ ସଂସାମୁରା ଗ୍ରାମକୁ ପହଞ୍ଚି  ୨୭ ଜଣ ମହିଳା  ମାନଙ୍କୁ ମାଗଣା ସେବା ଯୋଗାଇ ଥିଲେ.ଏହିପରି ପ୍ରତ୍ୟକ ମାସ ଚତୁର୍ଥ ଶନିବାର ଦିନ ଆସି ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତି ବଦ୍ଧ ବୋଲି ପ୍ରଫେସର ଡ଼ା ପାଣ୍ଡେ ପ୍ରକାଶ କରିଥିଲେ । ବିନିକା ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ବହୁତ ନ୍ୟରାସ୍ୟ ଜନକ ହୋଇ ଥିବାରୁ ପ୍ରଫେସର ପହଞ୍ଚି ମାଗଣା‌ରେ ମହିଲା ମାନଙ୍କୁ ସ୍ୱାସ୍ଥ୍ୟ  ସେବା ଯୋଗାଇ ଥିବାରୁ ଅଞ୍ଚଳରେ ଖୁସିର ଲହରି ଖେଲିବା ସହତ ଅମର ଆତ୍ମାର ସଦ୍ଗତି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା‌ କରିଥିଲେ.ଏହି କାର୍ଯ୍ୟକ୍ରମରେ  ଏଲଟି- ଅନନ୍ତ କୁମାର ଷାଣ୍ଢ ,ରାଜ୍ୟ ସ୍ତରୀୟ  ଅଭିଜିତ ପୂଜାହାରୀ ସୃତି କମିଟି ସଭାପତି ପ୍ରିୟରଞ୍ଜନ ହୋତା,ଉପସଭାପତି ସମ୍ବିତ ନେପାକ,କୋଷାଧକ୍ଷ ଅର୍ଚ୍ଚନା ପୂଜାହାରୀ ,ପ୍ରିତି ପାଣ୍ଡେ, ଉପଦେଷ୍ଟାକମିଟି ସଦସ୍ୟ  ସୋମିତ୍ରୀ ପତୀ,ଗଜେନ୍ଦ୍ର ମିଶ୍ର, ଗରିବ ସାଲମା, ଅଶୋକ ପାଣ୍ଡେ, ଭୁବନେଶ୍ବର ସାହୁ ,ମୋନରଞ୍ଜନ ପଧାନ, ତନମୟି ଅଗସ୍ତୀ , କୈଲାଷ ଗଣ୍ଡ , ହରିକ୍ଷ ମହାପାତ୍ର, ମନୋଜ କୁମାର ସେଠୀ, କିଶୋର ମେଲ୍ଲି, ଶରତ ସେଠୀ, ସଂଜୟ ସହୁ,ପ୍ରଦିପ ପଧାନ,ଉତ୍ତମ କାଣ୍ଡ, ଭୋଲାନାଥ ସିକନ, ସୁଶିଳ ଦୀପ,ଉତ୍ତମ କାଣ୍ଡ,ଶେଷଦେବ ମଣ୍ଡଲ,
ସ୍ଵର୍ଗତ ଅଭିଜିତ ପୂଜାହାରୀଙ୍କ ଅଭାଗା ବାପା ତଥା ବିନିକା ସମ୍ଵାଦ ପ୍ରତିନିଧି ଅକ୍ଷୟ କୁମାର ପୂଜିହାରୀ ,ମାଁ ଗୀତାଞ୍ଜଳି ପୂଜାହାରୀ ସମେତ ରାଜ୍ୟସ୍ତରିୟ ଅଭିଜିତ ପୂଜାହାରୀ ସୃତି କମିଟି ସଦସ୍ୟ ସଦସ୍ୟା ତଥା ବିନିକା ଅଞ୍ଚଳର ମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ତିତ ରହି ସହଯୋଗ କରିଥିଲେ।

Recent Comments

Leave Comments

Top