logo
add image
ବାଲିଗୁଡାରେ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ ନବମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବାଲିଗୁଡାରେ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ ନବମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବାଲିଗୁଡା/୨୧ /୦୬/୨୦୨୩/(ଆଧାର ନ୍ୟୁଜ)ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ
‘କର ଯୋଗ, ରୁହ ନିରୋଗ’। ଯୋଗ, ଶାରିରୀକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ। ପ୍ରତିଦିନ ଯୋଗ ଅଭ୍ୟାସ ଦ୍ୱାରା ଆମ ମନ ଶାନ୍ତ ରହିବା ସହ ଶରୀରକୁ ସୁସ୍ଥ ଓ ଶକ୍ତି ମିଳିଥାଏ। ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଯୋଗ ଏକ ସୁନ୍ଦର ଉପଚାର। ତେଣୁ ଯୋଗ କରି ନିରୋଗୀ ହେବା ପାଇଁ ଆନ୍ତର୍ଜାତୀୟ ଯୋଗ ଦିବସର ଏକ ବାର୍ତ୍ତା ବୋଲି ବାଲିଗୁଡା ସ୍ଥିତ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ ଏକ ଯୋଗ ଶିବିରରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି l ଏଥିରେ ଅତିଥି ଭାବେ ୧୨୭ ସିଆରପିଏଫର ଦ୍ୱିତୀୟ କମାଣ୍ଡ ଅଧିକାରୀ ସୁବ୍ରତ ନାୟକ, ଡେପୁଟି କମlଡେଣ୍ଟ ବିପିନ କୁମାର  ଓ ନିରୀକ୍ଷକ ମାନସ ସୁନ୍ଦରାୟ,ସାରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଆଚାର୍ଯ୍ୟ କୈଳାସ ଚନ୍ଦ୍ର ମହାରଣା,ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ଏବଂ ଜବାନଙ୍କ ଉପସ୍ଥିତ ରେ ନବମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ସିଆରପିଏଫ କ୍ୟାମ୍ପ ପରିସରରେ ପାଳିତ ହୋଇଯାଇଛି l ପ୍ରମୁଖ ଅତିଥି ମାନେ ଯୋଗ ଦେଇ ଯୋଗର ପ୍ରକାର ଭେଦ ଉପରେ ଆଲୋକପାତ କରିଥିଲେ। ମାନସିକ ଶାନ୍ତି ଓ ଆଧ୍ୟାତ୍ମିକ ଜାଗରଣ ପାଇଁ ଯୋଗର ଭୂମିକା ସମ୍ବନ୍ଧରେ ବୁଝାଇଥିଲେ। ଯୋଗର ଉତ୍ପତିସ୍ଥଳ ଏହି ଭାରତ ବର୍ଷ। ବିଶ୍ୱସ୍ତରରେ ଏହି ଯୋଗ ଦିବସ ପାଳନ ପାଇଁ ଭାରତରୁ ହିଁ ଉଦ୍ୟମ ଆରମ୍ଭ ହେଇଥିଲା,ବିଶ୍ୱକୁ ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଅବଦାନ ଯୋଗ ବୋଲି ଅତିଥି ମାନେ ମତବ୍ୟକ୍ତ କରି ଛାତ୍ର ଛାତ୍ରୀ ଓ ଜବାନ ମାନଙ୍କୁ ଯୋଗାଭ୍ୟାସ କରାଇଥିଲେ ।

Recent Comments

Leave Comments

Top