ଅସ୍ତରଙ୍ଗ/୨୧ /୦୬/୨୦୨୩/(ଆଧାର ମିଡ଼ିଆ)
ଆନ୍ତଜାତୀୟ ଯୋଗ ଦିବସ ଅସ୍ତରଙ୍ଗ ବ୍ଲକ ବିଭିନ୍ନ ସ୍ଥାନରେ ଏହି ଦିବସକୁ ଅତି ନିରାଡ଼ମ୍ବର ଭାବେ ପାଳନ କରାଯାଇଛି. ଏହି ଅବସରରେ ଅସ୍ତରଙ୍ଗ ବ୍ଲକ ପଛପାର୍ଶ୍ୱରେ ଥିବା ଅସ୍ତରଙ୍ଗ ପାର୍କ ପରିସରରେ ପ୍ରଜାପିତା ବ୍ରହ୍ମକୁମାରୀ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ମିଳିତ ଆନୁକୂଲ୍ୟରେ ଯୋଗାଭ୍ୟାସ ଅନୁଷ୍ଠିତ ହୋଇଯାଇଛି.ସକାଳୁ ସକାଳୁ ଯୋଗ କରିବା ଦ୍ୱାରା ଶରୀର ଶୁଦ୍ଧିହୁଏ ବୋଲି ବିଶ୍ୱାସ କରାଯାଏ. ତେଣୁ ନିଜକୁ ସୁସ୍ଥ ଓ ସୁଦ୍ଧ ରଖିବା ପାଈଁ ସକାଳର ଆରମ୍ଭ ଯୋଗରୁ ହୁଏ. ଏଠାରେ ବିଭିନ୍ନ ଆସନ ସମେତ ସୂର୍ଯ୍ୟାସନ ହୋଇଥିଲା. ଠିକ ସେହିପରି ଓଡିଶା ପର୍ଯ୍ୟାବରଣ ସଂଗଠନ ତରଫରୁ ଅସ୍ତରଙ୍ଗ ବେଳାଭୂମିରେ ପରିବେଶବିତି, ମସ୍ଚ୍ୟଜୀବୀ ଓ ଯୁବକ ମାନଙ୍କୁ ନେଇ ସୂର୍ଯ୍ୟନମସ୍କାର, ପ୍ରାଣାୟାମ ଓ ଆସନ ସହ ବିଭିନ୍ନ ଯୋଗ ଆୟୋଜିତ ହୋଇଥିଲା.ତାହା ସହ ଅସ୍ତରଙ୍ଗ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ ନେଇ ଯୋଗ ଶିବିର ବିଦ୍ୟାଳୟ ଅନୁଷ୍ଠିତ ହୋଇଥିଲା.ଏହି କାର୍ଯ୍ୟକ୍ରମରେ ଉପ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସୋମ୍ୟରଞ୍ଜନ ବିଶ୍ୱାଳ, ପରିବେଶବିତି ଦିଲ୍ଲୀପ ବିଶ୍ୱାଳ,ବିଚିତ୍ର ବିଶ୍ୱାଳ ସହ ସ୍ଥାନୀୟ ବୁଦ୍ଧିଜୀବୀ ଅନ୍ୟ ପଟେ ଅସ୍ତରଙ୍ଗ ପାର୍କ ପରିସରରେ ସମାଜସେବୀ ଦିବାକର ଛାଟୋଇ, ବଜାର କମିଟି ସଭାପତି ଦୁଷ୍ମନ୍ତ ପରିଡା ଓ କାକଟପୁର ପ୍ରଜାପିତା ବ୍ରଂହକୁମାରୀ ମୁଖ୍ୟ ସଂଚାଳକ ବ୍ରହ୍ମକୁମାରୀ କୁନ୍ତଳା ସହ ଶିକ୍ଷାବିତି, ବୁଦ୍ଧିଜୀବୀ ଉପସ୍ଥିତ ରହି ଯୋଗ କରିଥିଲେ.
Recent Comments